Odisha news

ଦିଲ୍‌ବର୍‌ରୁ ନୋରା ପାଇଥିଲେ ନୂଆ ପରିଚୟ

0

ନୋରା ଫତେହୀ ଅଳ୍ପ କିଛିବର୍ଷ ମଧ୍ୟରେ ବେଶ୍‌ ସଫଳତା ହାସଲ କରିଛନ୍ତି । କାନାଡ଼ାବାସିନୀ ନୋରା ୨୦୧୪ରେ ଫିଲ୍ମ ‘ରୋର୍‌: ଟାଇଗର୍ସ ଅଫ୍‌ ଦ ସୁନ୍ଦରବନ’ରୁ ବଲିଉଡ୍‌ରେ ଡେବୁ୍ୟ କରିଥିଲେ । ସେ ଇଣ୍ଡଷ୍ଟ୍ରୀରେ ତାଙ୍କ ସଂଘର୍ଷ ବିଷୟରେ କହିଛନ୍ତି, ‘ମୋ ପାଇଁ ନିଜ ଦେଶ କାନାଡ଼ା ଓ ସାଙ୍ଗଙ୍କୁ ଛାଡ଼ି ଭାରତ ଆସିବା ସହଜ ନ ଥିଲା ଯେଉଁଠି ମୋତେ କେହି ଜାଣିନାହାନ୍ତି । ହେଲେ କିଛି ବର୍ଷ ମଧ୍ୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି ଓ ମୁଁ ଏଥିରେ ସନ୍ତୁଷ୍ଟ । ମୁଁ ମାତ୍ର ୫୦୦୦ ଟଙ୍କା ନେଇ ଭାରତ ଆସିଥିଲି । ଯେଉଁ ଏଜେନ୍ସିରେ କାମ କରୁଥିଲି ସେଠାରେ ମୋତେ ପ୍ରତି ସପ୍ତାହକୁ ୩୦୦୦ ଟଙ୍କା ମିଳୁଥିଲା । ସେ କହିଛନ୍ତି ‘ଦିଲବର୍‌’ ସଙ୍ଗ୍‌ ମୋ ପାଇଁ ଥିଲା ଟର୍ନିଂ ପଏଣ୍ଟ୍‌ । ମୁଁ ଡ୍ୟାନ୍ସ ମୁଭ୍‌ସ ପାଇଁ ବେଶ୍‌ ଲୋକପ୍ରିୟତା ସାଉଁଟିଛି । ଏହାପରେ ମୁଁ ହେଲି ବଲିଉଡରା ନୂଆ ଆଇଟମ୍‌ କୁଇନ୍‌ ।’ ଜନ୍‌ ଆବ୍ରାହମ୍‌ଙ୍କ ସତ୍ୟମେବ ଜୟତେରେ ଆଇଟମ୍‌ ନମ୍ବର, ସଲମାନ୍‌ ଖାନ୍‌ଙ୍କ ସହିତ ଫିଲ୍ମ ଭାରତ ଓ ଭିକି କୌଶଲଙ୍କ ସହ ‘ପଛତାଓଗେ’ ରିଲିଜ୍‌ ହେବା ପରେ ଏବେ ଷ୍ଟ୍ରିଟ୍‌ ଡାନ୍ସର୍‌ ୩ଡିରେ କାମ କରୁଛନ୍ତି ନୋରା । ଏହି ଫିଲ୍ମ ଜାନୁୟାରୀ ୨୪ରେ ରିଲିଜ୍‌ ହେବ ।

Leave A Reply

Your email address will not be published.