Odisha news

ଶୀତ ଋତୁରେ କୋଳଥ ଡାଲି ଖାଇବାର ୫ଟି ଅଦ୍ଭୁତ ଲାଭ

0
ସୁସ୍ଥ ଓ ସବଳ ରହିବା ପାଇଁ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦିଆ ଯାଇଥାଏ। ଡାଲି ଗୋଟିଏ ପ୍ରୋଟିନ ଯୁକ୍ତ ଖାଦ୍ୟ ଭାବରେ ଆମ ସମସ୍ତଙ୍କ ନିକଟରେ ପରିଚିତ । ସେହି ଡାଲି ମାନଙ୍କ ମଧ୍ୟରୁ ଗୋଟିଏ ହେଲା କୋଳଥ ଡାଲି । ଆଜିକାଲି ଗାଁ ଗହଳି ରୁ ନେଇ ସହର ପର୍ଯ୍ୟନ୍ତ ସବୁଠି ଖୁବ୍ ସହଜ ରେ କୋଳଥ ଡାଲି ମିଳି ଯାଉଛି ।
କୋଳଥ ଡାଲି ବିଭିନ୍ନ ପୋଷାକ ତତ୍ତ୍ଵ ରେ ଭରପୁର ଅଟେ ।
ସେହି ପୋଷାକ ତତ୍ତ୍ଵ ଗୁଡ଼ିକ ହେଲା –
– ମିନେରାଲ
– ପ୍ରୋଟିନ
– ଫାଇବର
– କ୍ୟାଲସିୟମ
– ଆଇରନ
– କାର୍ବୋହାଇଡ୍ରେଟ
– ଫସଫରସ
ଏହିସବୁ ପୋଷାକ ତତ୍ତ୍ଵ ମଣିଷ ଶରୀରକୁ ନିୟମିତ ଆବଶ୍ୟକ ।ଯାହା ଆମକୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରିଥାଏ ।
– କୋଳଥ ଡାଲି ଫ୍ଲେବୋନଏଡ ରେ ଭରପୁର ହୋଇଥାଏ । ଯାହାକି ଆମକୁ ପେଟ ଜନିତ ସମସ୍ୟା ଯେପରିକି ପେଟ କାଟିବା , ଡାଇରିଆ ସମସ୍ୟା ଇତ୍ୟାଦି ଦୁର କରିଥାଏ । ଏଥିରେ ଥିବା ଫାଇବର ପେଟ ପାଇଁ ଗୁଣକାରୀ ଅଟେ ।
– ଆଜିକାଲିର ଜୀବନ ଶୈଳୀ ପ୍ରଭାବିତ ହେଉଥିବା କାରଣରୁ କୋଲେଷ୍ଟ୍ରଲ ସମସ୍ୟା ଅଧିକ ବୃଦ୍ଧି ପାଉଛି । ତେଣୁ ନିୟମିତ କୋଳଥ ଡାଲି ର ସିଝା ପାଣି ସେବନ କରିବା ଉଚିତ୍ । ଏଥିରେ ଥିବା ଫାଇବର କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବା ରେ ସାହାଯ୍ୟ କରିଥାଏ ।
– କୋଳଥ ଡାଲି ଫାଇବର ଓ ପ୍ରୋଟିନ ର ଗୋଟିଏ ଭଲ ସ୍ରୋତ । ଏହି ଦୁଇଟି ଜିନିଷ ଥିବା କାରଣରୁ କୋଳଥ ଡାଲି ସେବନ ଦ୍ଵାରା ଶୀଘ୍ର ଭୋକ ଲାଗି ନଥାଏ ଓ ଓଜନ ହ୍ରାସ ହେବାରେ ସାହାଯ୍ୟ ମିଳିଥାଏ ।
– କୋଳଥ ଡାଲି ଆଣ୍ଟି ଅକ୍ସିଡାଣ୍ଟ ରେ ଭରପୁର ଅଟେ । ତେଣୁ ଏହା କିଡନୀ ଷ୍ଟୋନ ସମସ୍ୟା ପାଇଁ ବିଶେଷ ଲାଭକାରୀ । ଏହାଛଡା ଶରୀରରୁ ବର୍ଜ୍ୟବସ୍ତୁ କୁ ବାହାର କରିବାରେ ସାହାଯ୍ୟ କରିଥାଏ ।
– କୋଳଥ ଡାଲି ରେ ଥିବା ଆଇରନ ଶୀତଋତୁ ରେ ଶରୀର ର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବା ସହ ଶରୀରକୁ ଗରମ୍ ପ୍ରଦାନ କରିବାରେ ସହାୟକ ହୋଇଥାଏ ।
Leave A Reply