Odisha news

ହନିମୁନ କୁ ନେଇ ସ୍ୱର୍ଗ କୁହାଯାଉ ଥିବା ଏହି ଦେଶରେ ସବୁଠୁ ଅଧିକ ହୋଇଥାଏ ବିବାହ ବିଚ୍ଛେଦ କଣ ରହିଛି ଏହା ପଛର କାରଣ

0
ଆଜିକାଲି ନବବିବାହିତା ଦମ୍ପତିଙ୍କ ହନିମୁନ ପାଇଁ ସବୁଠୁ ଭଲ ଡେଷ୍ଟିନେସନ ହେଲା ମାଳଦୀପ l ଏହି ଜାଗାଟି ଖୁବ ସୁନ୍ଦର ୱାଟର ବିଲେଜ ପାଇଁ ଜଣାଶୁଣା l ଏଠାରେ ମାତ୍ର ଗୋଟିଏ ଭାଗ ସ୍ଥଳଭାଗ ରହିଛି ବାକି ୯୯ ପ୍ରତିଶତ ଜଳଭାଗ ରହିଛି l ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ମାଳଦୀପ ରେ କୁବି ସୁନ୍ଦର ସୁନ୍ଦର ଡେଷ୍ଟିନେସନ ରହିଛି, ଯାହା ସମସ୍ତ ଦମ୍ପତି ଓ ପ୍ରେମୀ ଯୁଗଳ ଙ୍କ ପ୍ରଥମ ପସନ୍ଦ ଅଟେ l ମାଳଦୀପ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ସମୁଦ୍ର କୂଳ ଓ ବିଭିନ୍ନ ୱାଟର ସ୍ପୋର୍ଟସ ଯୋଗୁଁ ସାରା ବିଶ୍ୱରେ ପ୍ରସିଧ ଅଟେ ।
କିନ୍ତୁ ଆପଣ କଣ ଜାଣିଛନ୍ତି ମାଳଦିପ ରେ ସବୁଠୁ ଅଧିକ ବିବାହ ବିଚ୍ଛେଦ ମଧ୍ୟ ହୋଇଥାଏ । ଏହା ବର୍ତ୍ତମାନ ର କଥା ନୁହେଁ , ଏହା ଅନେକ ବର୍ଷ ତଳର କଥା । ୨୦୦୦ ମସିହା ରେ ଏଠାରେ ୪ହଜାର ବିବାହ ହୋଇଥିଲା , ଯେଉଁଥିରେ ୨ହଜାର ବିବାହ ବିଚ୍ଛେଦ ହୋଇ ଥିଲା ।
ବିବାହ ବିଚ୍ଛେଦ ର ଏହା ପ୍ରକୃତ କାରଣ ଅଟେ :-
ବିଶେଷ ଭାବରେ ଆଇଲ୍ୟଣ୍ଡ ରେ ବିବାହ କରିବା ଖୁବ୍ ସହଜ ଅଟେ , କାହିଁକି ନା ଦୀପ ଛୋଟ ଅଟେ ତେଣୁ ଖୁବ୍ ଭଲରେ ପାର୍ଟି ଆୟୋଜନ କରାଯାଇ ଥାଏ । ଏଠାକାର ମହିଳା ମାନେ ମଧ୍ୟ ଖୁବ୍ ଆକର୍ଷଣୀୟ ହୋଇ ଥାଆନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଏଠାକାର ମାଛ ଧରାଳି ବା କେଉଟ ମାନେ ଦୀର୍ଘଦିନ ପର୍ଯ୍ୟନ୍ତ ମାଛ ଧରିବା ପାଇଁ ସମୁଦ୍ର ଯାତ୍ରାରେ ଯାଇ ଥାଆନ୍ତି ଓ ଅନ୍ୟ ଦୀପ ମାନଙ୍କ ରେ ରହି ଯାଇ ଥାଆନ୍ତି । ତେଣୁ ସେମାନେ ରାସ୍ତାରେ ହିଁ ନିଜ ସ୍ତ୍ରୀ କୁ ତଲାକ୍ ଦେଇ ଦିଅନ୍ତି , କାହିଁକି ନା ସେ ନିଜର ଜୀବନ ବଞ୍ଚୁ । ସମୁଦ୍ର ଯାତ୍ରା ସମୟରେ ଏଠାରେ ବିବାହ ଓ ତଲାକ୍ ସାଧାରଣ କଥା ।
ମାଳ ଦୀପ ରେ କାହିଁକି ଡିଭୋର୍ସ ରେଟ ସବୁଠୁ ଅଧିକ -:
ଏହି ସ୍ଥିତି ଦୀର୍ଘ ଦିନର । ହିନ୍ଦ୍ ମହାସାଗର ର ଏହି ଛୋଟ ଦେଶରେ ଡିଭୋର୍ସ ରେଟ ସବୁଠୁ ଅଧିକ ଅଟେ । ଗ୍ଲୋବାଲ ଷ୍ଟାଟିଷ୍ଟିକ ଅନୁସାରେ ମଲଦିପ ରେ ପ୍ରତି ୧ହଜାର ବିବାହ ରେ ୫. ୫୨ ପ୍ରତିଶତ ତଲାକ୍ ଅଟେ । ଏହା ଆମେରିକା , କାନାଡା ଭଳି ଦେଶ ଠାରୁ ମଧ୍ୟ ଖୁବ୍ ଅଧିକ ଅଟେ ।୧୯୭୭ ରେ ଗୋଟିଏ ଅଧ୍ୟୟନ ଅନୁସାରେ ଜଣେ ୩୦ ବର୍ଷ ମହିଳା କୁ ୩ଥର ତଲାକ ଦିଆ ଯାଇଥିଲା । ଏହାକୁ ନେଇ ଅନେକ ଗବେଷଣା କରାଯାଇଛି ।
Leave A Reply