Odisha news

ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାର ମାନଙ୍କୁ ହନୁମାନ ଜୟନ୍ତୀ ପାଇଁ ଆଡଭାଇଜରି ଜାରୀ

0
ଗୃହ ମନ୍ତ୍ରଣାଳୟ ପକ୍ଷରୁ ହନୁମାନ ଜୟନ୍ତୀ ଉପଲକ୍ଷେ ସମସ୍ତ ରାଜ୍ୟ କୁ ଆଡଭାଇଜରି ଜାରି କରାଯାଇଛି । ଏହି ନିୟମ ଅନୁସାରେ ସମସ୍ତ ରାଜ୍ୟ ସରକାରଙ୍କୁ ସମସ୍ତ ନିୟମ କୁ ଠିକ୍ ଭାବରେ ଲାଗୁ କରିବାକୁ ପଡ଼ିବ , ଶାନ୍ତିପୂର୍ଣ୍ଣ ଭାବରେ ହନୁମାନ ଜୟନ୍ତୀ ପାଳନ ଓ ସମାଜ ରେ ସାମ୍ପ୍ରଦୟିକ ସଦ୍ଭାବ କୁ ନଷ୍ଟ କରୁଥିବା ଯେ କୌଣସି ବ୍ୟକ୍ତି ଙ୍କ ଉପରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ଗାଇଡ ଲାଇନ ରେ ଦର୍ଶା ଯାଇଛି ଯେ ଅପ୍ରେଲ ୬ତାରିଖ ଦିନ ହନୁମାନ ଜୟନ୍ତୀ ପାଳନ କରାଯିବ ।
କଥାଟି ହେଲା ପବିତ୍ର ରାମନବମୀ ର ଶୁଭ ଅବସରରେ ବିହାର , ପଶ୍ଚିମ ବଙ୍ଗ ର ଅଧିକାଂଶ ଜିଲ୍ଲା ରେ ହିଂସା ପରେ କେନ୍ଦ୍ର ସରକାର ପୂର୍ବରୁ ସଚେତନ ହୋଇ ଯାଇଛନ୍ତି । ସେଥିପାଇଁ ପୂର୍ବରୁ ସମସ୍ତ ରାଜ୍ୟ ଗୁଡ଼ିକୁ ହନୁମାନ ଜୟନ୍ତୀ ପୂର୍ବରୁ ଆଡଭାଇଜରି ଜାରି କରାଯାଇଛି ।
ରାମ ନବମୀ ରେ ଆରମ୍ଭ ହୋଇଥିବା ସାମ୍ପ୍ରଦୟିକ ହିଂସା ବର୍ତ୍ତମାନ ସୁଧା ଥମିବାର ନାଁ ଧରୁ ନାହିଁ । ଏହାର ପ୍ରଭାବ ସବୁଠୁ ଅଧିକ ପଶ୍ଚିମ ବଙ୍ଗ ର ହୁଗୁଳି ଜିଲ୍ଲା ରେ ଦେଖିବାକୁ ମିଳିଛି । କଲିକତା ହାଇକୋର୍ଟ ଙ୍କ ଦ୍ଵାରା ମଧ୍ୟ ବୁଧବାର ୫ ତାରିଖ ଦିନ ପଶ୍ଚିମ ବଙ୍ଗ ସରକାର ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଆପଣ କେନ୍ଦ୍ର ସରକାରଙ୍କ ନିକଟରୁ ଫୋର୍ସ ମାଗନ୍ତୁ । ରାଜ୍ୟ ରେ ପୋଲିସ ଫୋର୍ସ ଯଦି ଉଚିତ୍ ମାତ୍ରାର ଉପଲବ୍ଧ ନାହାନ୍ତି ତେବେ ଆପଣ ପାରା ମିଲିଟାରୀ ଫୋର୍ସ କେନ୍ଦ୍ର କୁ ମାଗନ୍ତୁ । କାହିଁକି ନା ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆମ ନାଗରିକ ଙ୍କ ସୁରକ୍ଷା ।
Leave A Reply