ତା.୦୭-୦୧-୨୦୨୩ ରିଖ ଶନିବାର ଦିନ ସରସ୍ୱତୀ ଡିଗ୍ରୀ ବିଦ୍ୟା ମନ୍ଦିର, ନୀଳକଣ୍ଠନଗର ପ୍ରାଙ୍ଗଣରେ ପ୍ରାୟ ପାଂଚଶହ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିଶାଳ ହକି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହ ଏବଂ ଉଦ୍ଦିପନାର ସହ ଏହି ସ୍ୱାଗତ ଏବଂ ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏକ ସୁନ୍ଦର ହକିର ନିଆରା ପରିବେଶ ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଡେପୁଟି ରେଜିଷ୍ଟାର ଡ.ବାବୁଜୀ ସାମଲ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ହକି ଖେଳର ଆବଶ୍ୟକତା ଏବଂ ହକି ବିଶ୍ୱକପ୍ ଖେଳ ସମ୍ପର୍କରେ ସମ୍ୟକ୍ ଭାବେ ଧାରଣା ଦେବା ସହ ଉତ୍ସାହିତ କରିଥିଲେ ।
ହକି ବିଶ୍ୱକପ୍ ପରିପ୍ରେକ୍ଷୀରେ ଏହି ମହାବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବା ସହ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବଂଟନ ସହ ଉତ୍ସାହିତ କରାଯାଇଥିଲା । ଏହି ମହାବିଦ୍ୟାଳୟର ଡିନ୍ ପ୍ରାଧ୍ୟାପକ ଡ.ବିବେକାନନ୍ଦ ପଣ୍ଡା, ଉଦ୍ଭିଦ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡ.ଉମେଶ ସାହୁ, ପ୍ରାଣୀ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡ. ରାଜେନ୍ଦ୍ର ମୂର୍ତି ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁବ୍ରତ କୁମାର ପାଣିଗ୍ରାହୀ ମଂଚାସୀନ ହୋଇ ହକି ବିଶ୍ୱକପ୍ ଯଥା ଓଡ଼ିଶାରେ ଏହାର ଗୁରୁତ୍ୱ ଏବଂ ଆବଶ୍ୟକତା ସମ୍ପର୍କରେ ବିଶଦ୍ ଭାବେ ବର୍ଣ୍ଣନା କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକାମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ । ଶେଷରେ ଏହି ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଏସ୍.ମୋହନ ରାଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ସହ ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ ।
ଏହି ହକି ବିଶ୍ୱକପ୍ ସଚେତନତା କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ପରିଚାଳନା ସମିତିର ସଭାପତି ଡ. ଶ୍ରୀକାନ୍ତ ମହାପାତ୍ର, ଉପସଭାପତି ଡ. ହରିକୃଷ୍ଣ ନାୟକ, ସମ୍ପାଦକ ଶ୍ରୀ ନାରାୟଣ ପଣ୍ଡା, କୋଷାଧ୍ୟକ୍ଷ ଶ୍ରୀ ରବିନ୍ଦ୍ରନାଥ ଜେନା, ଯୁଗ୍ମ ସମ୍ପାଦିକା ଶ୍ରୀମତୀ ମମତା ପାଣିଗ୍ରାହୀ, ସଦସ୍ୟ ଶ୍ରୀ ନୀଳକଣ୍ଠ ସାହୁ, ପ୍ରାଧାନାଚାର୍ଯ୍ୟ ଶ୍ରୀ ଊମାଧବ ମହାନ୍ତି, ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକାମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।