Odisha news

ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ଘଟଣା : ନାବାଳକ ଗିରଫ , ମୁଖ୍ୟ ଅଭିଯୁକ୍ତ ଫେରାର 

0
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ସ୍ଥିତ ସାହେବ କମ୍ପ୍ଲେକ୍ସ ପରିସରରେ ଅବସ୍ଥିତ ୟୁନିଅନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖା -୨ରୁ ରବିବାର ବିଳମ୍ବିତ ରାତିରେ ଲୁଟ୍ ଉଦ୍ୟମ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ହିଞ୍ଜିଳି ପୁଲିସ ଜଣେ ନାବାଳକଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଅଛି । ଗିରଫ ଜଣଙ୍କ ହେଲେ ହିଞ୍ଜିଳି ଥାନା ସାରୁ ଗ୍ରାମର ଜଗବନ୍ଧୁ ଗୈାଡ (୧୬) । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ – ୮୦୭/୨୪ ରେ ଏକ ମାମଲା ରୁଜୁ କରି ମଙ୍ଗଳବାର ଗିରଫ ନାବାଳକଙ୍କୁ ଛତ୍ରପୁର ଜୁଭେନାଲ ଜଷ୍ଟିସ ବୋର୍ଡକୁ ଚାଲାଣ କରାଯାଇଛି ବୋଲି ଥାନା ଏସଆଇ ତଥା ତଦନ୍ତକାରୀ ଅଧିକାରୀ ସିଦ୍ଧାର୍ଥ ଜେନା ସୂଚନା ଦେଇଛନ୍ତି। ଫେରାର ଅଭିଯୁକ୍ତ ଜଣଙ୍କ ହିଞ୍ଜିଳି ଗ୍ରାମର ବୋଲି ଜଣାଯାଇଛି l  ଫେରାର ଲୁଟେରାକୁ   ଯଥାଶୀଘ୍ର   ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।‌
        ପୁଲିସ ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ୟୁନିଅନ ବ୍ୟାଙ୍କ୍ ଶାଖା -୨ରେ  ୨ ଜଣ ଯୁବକ ମୁଖା ପିନ୍ଧି ବ୍ୟାଙ୍କ୍ ସିସିଟିଭି ସଂଯୋଗ ତାର କାଟିବା ପରେ ବ୍ୟାଙ୍କ୍ ଦରଜା ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ । ଚୋରୀ ଉଦ୍ୟମରେ ବିଫଳ ହେବା ପରେ ସେଠାରୁ ଫେରି ଆସିଥିଲେ। ସୋମବାର ସକାଳେ ବ୍ୟାଙ୍କ୍ ସୁରକ୍ଷା କର୍ମୀ ବ୍ୟାଙ୍କରେ ପହଞ୍ଚି ଦରଜା ତାଲା ଭଙ୍ଗା ଯାଇଥିବା ଦେଖି ଶାଖା ପରିଚାଳକଙ୍କୁ ଜଣାଇଥିଲେ। ଘଟଣା ନେଇ ଶାଖା ପରିଚାଳକ ଶିବ ପ୍ରସାଦ ପଣ୍ଡା ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିଲା।   ନିକଟସ୍ଥ ଅଞ୍ଚଳର ଏକ ଦୋକାନ ସିସିଟିଭି ଫୁଟେଜ ଯାଞ୍ଚ କରି ଲୁଟ୍ ଉଦ୍ୟମ କରିଥିବା ଜଣେ ନାବାଳକଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିଲା। ଗିରଫ ନାବାଳକ ଜଣଙ୍କ ବ୍ୟାଙ୍କ୍ ନିକଟରେ ଥିବା ଏକ ଫାଷ୍ଟଫୁଡ ଦୋକାନରେ ଶ୍ରମିକ ଭାବେ କାମ କରି ଆସୁଥିଲେ।
Leave A Reply