Odisha news

କୃଷି ବିଭାଗ ନିର୍ଧେଶକ ପ୍ରେମଚାନ୍ଦ ଚୌଧୁରୀଙ୍କ ହିଞ୍ଜିଳି ବ୍ଲକର ପଞ୍ଚାୟତ କ୍ଷେତ୍ର ପରିଦର୍ଶନ

0

ହିଞ୍ଜିଳିକାଟୁ ତା 1/11- ଗଞ୍ଜାମ ଜିଲ୍ଳାର ତତ୍କାଳୀନ ଜ଼ିଲ୍ଲାପାଳ ତଥା ବର୍ତମାନର କୃଷି  ନିର୍ଦେଶକ ପ୍ରେମଚାନ୍ଦ ଚୌଧୁରୀ ହିଞ୍ଜିଳି ବ୍ଲକ ପରିଦର୍ଶନରେ ଆସିଥିବା ଜଣାଯାଇଛି l ସରକାରୀ ଗସ୍ତ କାର୍ଯ୍ୟକ୍ରମ ଅନୁସାରେ ମଧ୍ୟାହ୍ନ 12 ଟା ରେ ସେ ରା୍ଳବ ଗ୍ରାମର ବିଭିନ୍ନ କୃଷି କ୍ଷେତ୍ର, ଫୁଲ ଚାଷ କ୍ଷେତ୍ର, ପାନ ବରଜ ଆଦି ବୁଲି ଦେଖିବା ସହ ଚାଷୀ ମାନଙ୍କ ମନବଳ ବୃଦ୍ଧି କରିଥିଲେ l ତା ପରେ ସେ ବୁରୁପଡା ଗ୍ରାମର କୋବି ଓ ଅନ୍ୟାନ୍ୟ ପରିବା ଚାଷ କ୍ଷେତ୍ର ବୁଲି ଦେଖିଥିଲେ l ଶେଷରେ ମକରଝୋଳ ପଂଚାୟତଧିନ ପଲ୍ଲୀ ପଦ୍ମନାଭପୁରରେ ଷ୍ଟେଟ ପ୍ଲାନରେ ସେହି ଗ୍ରାମର ସଫଳଚାଷୀ  ଡି. ଭଗବାନଙ୍କ ପୋଖରୀ, ମାଛ ଚାଷଆଦି  ବୁଲି ଦେଖିଥିଲେ l ଏହି  ପରିଦର୍ଶନରେ ତାଙ୍କ ସହିତ ହିଞ୍ଜିଳି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା,ଓଡ଼ିଶା (ମାର୍କ ଫେଡ) କୃଷି ବିଭାଗର ଉପଦେଷ୍ଟା ଶ୍ରୀ ସୁରେନ୍ଦ୍ର ନାଥ ପ୍ରଧାନ ,68 ନଂ  ଜୋନର ଜିଲ୍ଲା ପରିଷଦ ତଥା ହିଞ୍ଜଳି ବ୍ଲକର FAC ଅଧକ୍ଷ A ସୁଦର୍ଶନ , ରାଳବ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ମେମ୍ବର, ଯୁବନେତା ମନୋଜ କୁମାର ପୋଲାଈ, ଗନ୍ତାୟତ ଦଳାଇ , ରାଳବ ପଞ୍ଚାୟତର ସେଲ୍ଫ ହେଲ୍ପ ଗ୍ରୁପର ବହୁ ମହିଳା,  କୃଷି ବିଭାଗର ବହୁ ଅଧିକାରୀ, କ୍ଷେତ୍ର କର୍ମଚାରୀ ,  କୃଷକ  ସାଥି ଏବଂ ରାଳବ ପଞ୍ଚାୟତର ବହୁ ମାନ୍ୟଗନ୍ୟ ବ୍ୟକ୍ତି  ଉପସ୍ଥିତ ରହି ସମର୍ଦ୍ଧନା ଜଣାଇଥିଲେ l

Leave A Reply