Odisha news

ଜୁଆ ଆଡା ଉପରେ ଚଢ଼ାଉ, 15 ଜଣକୁ ଅଟକ ରଖିଲା ହିଞ୍ଜିଳି ପୋଲିସ

0
ହିଞ୍ଜିଳିକାଟୁ ତା 4/9 : ହିଞ୍ଜିଳି ଥାନାଞ୍ଚଳରେ ଜୁଆ ଖେଳ ଉପରେ ପୁଣି ଥରେ ଚଢ଼ାଉ କରି ପନ୍ଦର ଜଣ ପେସାଦାର ଯୁଆଡ଼ିଙ୍କୁ କାବୁକରିବାରେ ସକ୍ଷମ ହୋଇଛି ହିଞ୍ଜିଳି ପୋଲିସ l ଆଗକୁ ପାର୍ବଣ ଋତୁ ପାଖେଇ ଆସୁଥିବା ପରିପ୍ରେକ୍ଷୀରେ ଜୁଆର ଆସର ବେଶ ଜମିବା ଗଞ୍ଜାମ ଜିଲ୍ଲାର ଏକ ସାଧାରଣ କଥା l ହିଞ୍ଜିଳି ଥାନା ଇଲାକାରେ   କିଛି ଜାଗାରେ ଜୁଆ ଖେଳ ହେଉଥିବା ଚର୍ଚ୍ଚା ପରେ ହିଞ୍ଜିଳି ପୋଲିସ ଏ ନେଇ ବେସ ସତର୍କ ଦୃଷ୍ଟି ରଖିଆସୁଥିଲା l କୌଣସି ସୂତ୍ରରୁ ଖବର ପାଇ ଶନିବାର  ବିଳମ୍ବିତ ରାତିରେ   ସାରୁ ଗ୍ରାମର ଏକ ଅର୍ଦ୍ଧ ନିର୍ମିତ ଘରେ ଚାଲିଥିବା ଜୁଆ ଆଡା ଉପରେ ହିଞ୍ଜିଳି ଥାନାଧିକାରୀଙ୍କ ପ୍ରତ୍ୟେକ୍ଷ ନେତୃତ୍ୱରେ   ଏକ ପୋଲିସ ଟିମ ଅତର୍କିତ ଚଢ଼ାଉ କରିଥିଲା l ଚଢ଼ାଉ ବେଳେ ଜୁଆ ଖେଳୁଥିବା ପନ୍ଦର ଜଣ ଯୁଆଡ଼ିଙ୍କୁ କବଜା କରିବାରେ ପୋଲିସ ସକ୍ଷମ ହୋଇଥିବା ଜଣାଯାଇଛି l ଜୁଆ ସ୍ଥଳରୁ ନଗଦ  ଏକ ଲକ୍ଷ ତେପନ ହଜାର  ଟଙ୍କା, 18ଗୋଟି ଦାମୀ   ମୋବାଇଲ ଫୋନ, ତାସ କାଟା ଆଦି ଜବତ କରିଥିବା ଥାନା ସୂତ୍ରରୁ ପ୍ରକାଶ l ଜୁଆ ଖେଳ ହେଉଥିବା ଇଲାକା ସମ୍ପର୍କରେ ପୋଲିସକୁ ବହୁ ତଥ୍ୟ ମିଳିପାରିଛି ଓ ପୋଲିସ ସେହି ସେହି ଆଡା ଉପରେ ସତର୍କ ଦୃଷ୍ଟି ରଖିଛି ଓ ଖୁବ ଶୀଘ୍ର ଯୁଆଡ଼ି ମାନଙ୍କ ପର୍ଦାଫାଶ କରାଯିବ ବୋଲି ଥାନାଧିକାରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି l ହାବିଲଦାର ଗନ୍ତାୟତ, ରାଣସିଂ ପ୍ରମୁଖ ଏହି ଚଢ଼ାଉରେ ସାମିଲ ହୋଇଥିଲେ l ହିଞ୍ଜିଳି ଥାନା କେଶ ନମ୍ବର 466/2022 ରେ ମାମଲା ରୁଜୁ ହୋଇଥିବା ବେଳେ ଆସନ୍ତା କାଲି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି l
Nalco
Leave A Reply