Odisha news

ହିଞ୍ଜିଳି କାଟୁ : ପ୍ରଶାସନ ପକ୍ଷରୁ କରୋନା ସଚେତନତା

0
ହିଞ୍ଜିଳି କାଟୁ,୧୯/୭(ନିପ୍ର):-ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଉତ୍କଟ ସମସ୍ୟା ସୃଷ୍ଟି କରିଛି।ଜିଲ୍ଲାରେ ବିସ୍ଫୋରଜ ପରିସ୍ଥିତି ଉପରେ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ନୂତନ ରଣନୀତି ପ୍ରସ୍ତୁତ କରିଛନ୍ତି।ଗତ ୧୬ ତାରିଖ ରାତ୍ର ୯ଘଣ୍ଟା ପରଠାରୁ ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ରାଉରକେଲା ମହାନଗର ନିଗମ ରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରାଯାଇଛି।ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଆଶାତୀତ ଭାବେ ଶୀର୍ଷ ସ୍ଥାନ ଛୁଉଁଥିଲା ବେଳେ ବର୍ତ୍ତମାନ ସୁଦ୍ଧା ୫୨ ଜଣ ସଂକ୍ରମିତ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି।ଏଣେ ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟ କରି ସ୍ଥାନୀୟ ହିଞ୍ଜିଳି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।
ଏହି ପରିପ୍ରେକ୍ଷୀରେ ରବିବାର ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର, ଥାନା ଭାରପ୍ରାପ୍ତ ଅଧିକାରୀ ମିଳିତ ଭାବେ ଗାଁ ଗାଁ ରେ ଲୋକଙ୍କୁ ସଚେତନ କରାଇଥିଲେ।ବିଡିଓ ପ୍ରସନ୍ନ କୁମାର ପାତ୍ର ଓ ତହସିଲଦାର ଗୋପୀନାଥ କୁଅଁର ଗୋଦରା ପଲ୍ଲୀରେ ପହଞ୍ଚି ଶନିବାର ମୃତ୍ୟୁବରଣ କରିଥିବା ପୁଅ ଓ ମାଙ୍କ ସମ୍ପର୍କୀୟ ଙ୍କୁ ସାକ୍ଷାତ କରିଥିଲେ।ସେମାନେ ମୃତକଙ୍କ ପରିବାରକୁ ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ପରେ ବିଡ଼ିଓ , ତହସିଲଦାର ଏବଂ ଥାନା ଅଧିକାରୀ ଡ଼ାକବାଜି ଯନ୍ତ୍ର ଯୋଗେ ବୁରୁପଡା, ପୋଡିଙ୍ଗି ଓ ପୋୖରାଞ୍ଚଳ ର ବିଭିନ୍ନ ୱାର୍ଡରେ କରୋନା ଭୁତଣୁର ଭୟାବହତା ଏବଂ କିଛି ଲକ୍ଷଣ ପ୍ରକାଶ ପାଇଲେ ରୋଗକୁ ନ ଲୁଚାଇ ପ୍ରଶାସନ କୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ।କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସଚେତନ କାର୍ଯ୍ୟକ୍ରମ ଜାରୀ ରହିଛି।ଏଭଳି ସ୍ଥିତିରେ ରୋଗ ଏବଂ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଶାସନ ସର୍ବଦା ସତର୍କତା ଅବଲମ୍ବନ କରୁଥିବା ବେଳେ ଅଧିକାରୀ ମାନେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
Leave A Reply