Odisha news

ରାମବାଣ ହେଙ୍ଗୁପାଣି : ପେଟ ସମସ୍ୟା ସହିତ ଦୂର ହୋଇଥାଏ ଏହିସବୁ ସମସ୍ୟା

0
ହେଙ୍ଗୁ ପାଣି ପେଟ ସମସ୍ୟା ପାଇଁ ରାମବାଣ ଭଳି କାର୍ଯ୍ୟ କରିଥାଏ । ଔଷଧୀୟ ଗୁଣ ରେ ଭରପୁର ଏହି ହେଙ୍ଗୁ ପାଣି ଅନେକ ରୋଗରୁ ଶରୀର କୁ ରକ୍ଷା କରିଥାଏ । ବିଶେଷ ଭାବରେ ପେଟ ସମ୍ବନ୍ଧୀୟ ସମସ୍ୟା ଯେପରିକି ଗ୍ୟାସ୍ , ବଦହଜମି, କୋଷ୍ଠ କାଠିନ୍ୟ ଭଳି ସମସ୍ୟା ହେଙ୍ଗୁ ପାଣି ରେ ଖୁବ୍ ଶୀଘ୍ର ଦୂର ହୋଇଥାଏ । ଏହାଛଡା ଓଜନ ହ୍ରାସ ସହିତ ହାର୍ଟ ସମସ୍ୟା ରୁ ମଧ୍ୟ ରକ୍ଷା କରିଥାଏ ହେଙ୍ଗୁପାଣି । ଗୋଟିଏ ହେଲ୍ଥ ୱେବସାଇଟ ର ସୂଚନା ଅନୁସାରେ , କ୍ୟାନ୍ସର ଓ ମଧୁମେହ ରୋଗୀ ଙ୍କ ପାଇଁ ଖୁବ୍ ଉପକାରୀ ।
ଆସନ୍ତୁ ଜାଣିବା ହେଙ୍ଗୁପାଣି ର ୫ଟି ଜବରଦସ୍ତ ଲାଭ -:
* ହାର୍ଟ ଡିଜିଜ୍ ପାଇଁ ଉପକାରୀ -:
ହେଙ୍ଗୁପାଣି ଆଣ୍ଟି ଅକ୍ସୀଡାଣ୍ଟ ରେ ଭରପୁର ଅଟେ । ଏହା ଆମକୁ ଫ୍ରି ରେଡି କୁଲାସ ରୁ ରକ୍ଷା କରିଥାଏ । ଯେଭଳି କି ହାର୍ଟ ରୋଗ , କ୍ୟାନ୍ସର ଓ ମଧୁମେହ ରକ୍ଷା କରିଥାଏ ।
* ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ:-
ଡାଇଯେସନ୍ ସିଷ୍ଟମ କୁ ଠିକ୍ ରଖିଥାଏ ହେଙ୍ଗୁପାଣି । ହେଙ୍ଗୁପାଣି ଏସିଡ, ଗ୍ୟାସ୍ ଭଳି ସମସ୍ୟା କୁ ଦୂର କରିଥାଏ । ନିୟମିତ ଭାବରେ ଏହାକୁ ସେବନ କରିବା ଦ୍ୱାରା ଇରିଟେବୁଲ ବାଉଲ୍ ସିଣ୍ଡ୍ରୋମ କମ୍ ହୋଇଥାଏ । ଏହାଦ୍ବାରା ପେଟ ମଧ୍ୟ ସଫା ରହିଥାଏ ।
* ଓଜନ କମାଇଥାଏ -:
ହେଙ୍ଗୁପାଣି ନିୟମିତ ସେବନ କରିବା ଦ୍ୱାରା ଆପଣ ନିଜର ଓଜନ ହ୍ରାସ କରିଥାଏ । ହିଙ୍ଗୁ ପାଚନ ତନ୍ତ୍ର କୁ ସୁଧାରିବା ସହ ପେଟ କମାଇବାରେ ସାହାଯ୍ୟ କରିଥାଏ । ଏହାଦ୍ବାରା ମୋଟାପା କମିଯାଏ ।
* ରକ୍ତ ଶର୍କରା ନିୟନ୍ତ୍ରିତ ହୋଇଥାଏ -:
ହିଙ୍ଗୁ ନିୟମିତ ବ୍ୟବହାର ବ୍ଲଡ଼ ସୁଗାର ନିୟନ୍ତ୍ରିତ ହୋଇଥାଏ । ପ୍ରତିଦିନ ସକାଳୁ ହିଙ୍ଗୁ ପାଣି ସେବନ କରିବା ଦ୍ୱାରା ସୁଗାର୍ ଲେବୁଲ୍ ମେଣ୍ଟେନ୍ ହୋଇଥାଏ ।
* ତ୍ୱଚ଼ା ରେ ଚମକ୍ ଆସିଥାଏ -:
କେବଳ ସ୍ବାସ୍ଥ୍ୟ ନୁହେଁ ତ୍ଵଚ଼ା ପାଇଁ ମଧ୍ୟ ଖୁବ୍ ହିତକର ହେଙ୍ଗୁପାଣି । ଯଦି ନିଜ ମୁଖରେ ଏହାର ଲେପ ଆପଣ ନିୟମିତ ଲଗାଇବେ ତେବେ ଚମକ୍ ଆସିଥାଏ । ଏହାକୁ ଲଗାଇବା ଦ୍ଵାରା କୁଞ୍ଚନ ଦୂର ହୋଇଥାଏ ।
Leave A Reply