ହିଞ୍ଜିଳିକାଟୁ (ସୁଶାନ୍ତ କୁମାର ପଟ୍ଟନାୟକ ) : ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ଆଇଟିଆଇ ରେ ତାତିଲେ ଛାତ୍ରୀ ।ଶିକ୍ଷକଙ୍କ ବିରୁଦ୍ଧରେ ଆଣିଲେ ଶାରିରୀକ ଓ ମାନସିକ ନିର୍ଯାତନା ଭଳି ସଂଗୀନ ଅଭିଯୋଗ। ନିର୍ଯାତନା ସହି ନପାରି ଶେଷରେ ବାଧ୍ୟ ହୋଇ କ୍ଯାମ୍ପସ୍ ଗେଟ୍ ରେ ତାଲା ପକାଇ ପ୍ରତିବାଦ କରିଛନ୍ତି ଆଇଟିଆଇ ଛାତ୍ରୀ। କଲେଜ ହଷ୍ଟେଲରେ ଜୈନେକ ଶିକ୍ଷକ ପ୍ରତିଦିନ ଛାତ୍ରୀ ନିବାସକୁ ଆସି ରାତ୍ରି ୧୨ଘଣ୍ଟ ପର୍ଯ୍ୟନ୍ତ ରହୁଥିବା ଏବଂ ତାଙ୍କ ବିରୁଦ୍ଧରେ ଅଭିଯୋଗ କଲେ ଛାତ୍ରୀଙ୍କ ଉପରେ ପରୀକ୍ଷାରେ ଫେଲ କରାଇଦେବା ଚାପ ଅଭିଯୋଗ ହୋଇଛି ।ଏପରିକି ଅନୁଷ୍ଠାନ ଭିତରେ ଛାତ୍ରୀ ନିବାସରରେ ବହୁ ରାତ୍ରିପର୍ଯ୍ଯନ୍ତ ଶିକ୍ଷକ ଚନ୍ଦ୍ରକାନ୍ତ ଚାନ୍ଦୁଆ ମହୋଦୟ ରହି ଛତ୍ରୀଙ୍କ ପ୍ରତି ଆଶାଳୀନ କାର୍ଯ୍ୟ ରେ ଲିପ୍ତ ରହୁଥିବା ଛାତ୍ରୀ ମାନେ ସଙ୍ଗିନୀ ଅଭିଯୋଗ ଆଣିଛନ୍ତି ।ଘଟଣାକୁ ନେଇ କଲେଜ କତୃପକ୍ଷ ଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ। ତେବେ ଏହି ଘଟଣା କୁ ନେଇ ବୁଦ୍ଧିଜୀବୀ ମହଲ ରେ ତୀବ୍ର ନିନ୍ଦା କରୁଥିବାବେଳେ କଲେଜ କତୃପକ୍ଷ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଦେଖିବାକୁ ବାକି ରହିଲା।
Comments are closed.