ଉଦୟଗିରି : ହରିଦାସପୁର-ପାରାଦ୍ୱୀପ ରେଳପଥର ବାଲିଚନ୍ଦ୍ରପୁର ନିକଟସ୍ଥ ନାନପୁର ପୋଲ ନିକଟରେ ରେଳ ଧାରଣାରେ କଟି ଜଣେ ଯୁବକର ମୃତୁ୍ୟ ଘଟିଛି । ମୃତ ଯୁବକର ପରିଚୟ ଜଣାପଡିନାହିଁ । ଶନିବାର ଅପରାହ୍ଣ ୪ଟା ସମୟରେ ପାରାଦ୍ୱୀପରୁ କୋଇଲା ବୋଝେଇ କରି ହରିଦାସପୁର ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍ ଉକ୍ତ ବ୍ୟକ୍ତି ଜଣକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଯୁବକଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇ ବିଭିନ୍ନ ସ୍ଥାନରେ ଛିଟିକି ପଡିଥିବା ଦେଖିବାକୁମିଳିଥିଲା । ଯାହାଦ୍ୱାରା ମୃତବ୍ୟକ୍ତିଙ୍କର ପରିଚୟ ମିଳିବା କଷ୍ଟକର ହୋଇପଡିଛି । ଖବର ଲେଖାହେବା ପର୍ଯ୍ୟନ୍ତ ରେଳବାଇ ପୋଲିସ୍ ଘଟଣାସ୍ଥଳକୁ ଆସି ନାହିଁ ଏବଂ ଏ ସମ୍ବନ୍ଧରେ ବାଲିଚନ୍ଦ୍ରପୁର ଥାନା କୁ ରେଳବାଇ ତରଫରୁ କୌଣସି ସୂଚନା ଦିଆଯାଇନାହିଁ । ହରିଦାସପୁର-ପାରାଦ୍ୱୀପ ରେଳପଥରେ ଏହା ପ୍ରଥମ ଦୁର୍ଘଟଣା ବୋଲି ଜଣାପଡିଛି । ତେବେ ଖବର ଲେଖାହେବା ପର୍ଯ୍ୟନ୍ତ ମୃତ ବ୍ୟକ୍ତିର କୌଣସି ପରିଚୟ ଜଣାପଡିନାହିଁ ।
Comments are closed.