ବୋଲଗଡ଼ : -ରାଜ୍ୟରେ ମହାମାରୀ କୋଭିଡ-୧୯ ଉଗ୍ରରୂପ ଧାରଣ କରି ଶିକ୍ଷାନିତୀ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ଜୀବନ ଓ ଜିବୀକାକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛି । ଅର୍ଥନିତୀ କ୍ଷେତ୍ରରେ କେନ୍ଦ୍ର ହେଉ ବା ରାଜ୍ୟ ସରକାରଙ୍କ ମେରୁଦଣ୍ଡ ଦୋହଲିଯାଇଥିଲା । ତେଣୁ ଏହି କରୋନା ମହାମାରୀ ବିରୁଦ୍ଧରେ ଜୋରଦାର ଲଢେଇ ପାଇଁ ଉଭୟେ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପନମାନ ନିଆଯାଉଛି । ଏହି ମହମାରୀ କରୋନାକୁ ସମୁଳେ ବିନାଶପାଇଁ ସରକାରଙ୍କ ପକ୍ଷରୁ କୋଭିଡ-୧୯ ପ୍ରତିଶେଧକ ଟୀକା ପ୍ରଥମ ପର୍ଯ୍ୟାୟରେ କରୋନା ଯୋଦ୍ଧାଙ୍କୁ ପ୍ରଦାନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ଅନ୍ୟ କେତେକ ସମ୍ବେଦନଶୀଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହିଟୀକା ଗ୍ରହଣ କରାଯାଇଥିଲା । ଶନିବାର (ପ୍ରେବୃୟାରୀ ୬) ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତିଷେଧକ ଟୀକା ବ୍ଲକ ଅଞ୍ଚଳର ଅମଲାମାନଙ୍କ ସହିତ ନିର୍ବାଚିତ ଜିଲ୍ଲାପରିଷଦ ସଭ୍ୟ /ସଭ୍ୟା ,ସରପଞ୍ଚ, ସମିତିସଭ୍ୟ/ସଭ୍ୟା ମଣ୍ଡଳ ଉନ୍ନୟନ ଅଧିକାରୀ ଧୋବେଇ ଚରଣ ନାୟକ, ଥାନା ଅଧିକାରୀ ଶେଖ୍ ଆକବରଅଲ୍ଲୀ, ଅଗ୍ନିସମ ବିଭାଗ , ରାଜସ୍ୱ ବିଭାଗ, ପଞ୍ଚାୟତରାଜ ବିଭାଗ, ତହସିଲାକାର୍ଯ୍ୟାଳୟର କର୍ମଚାରୀମାନେ ବ୍ଲକ ପରିସର ରାଜୀବଗାନ୍ଧୀ ସଭାଗୃହରେ ଟୀକାକରଣରେ ସାମିଲ ହୋଇଥିଲେ । ଆଗଧାଡିର ୧୩୦ଜଣ କରୋନାଯୋଦ୍ଧାଙ୍କୁ ଏହି ଟୀକାକରଣରେ ସାମିଲ କରାଯାଇଥିଲା । ଏହି ଟୀକା କରଣ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ପ୍ରଶାନ୍ତ କୁମାର ତ୍ରିପାଠୀ ଏବଂ ସ୍ୱାସ୍ଥ୍ୟ କର୍ମି ପୁଷ୍ପଲତା ପରିଡା, ପ୍ରମୋଦିନୀ ନାୟକ ସହଯୋଗ କରିଥିବାବେଳେ ବ୍ଲକ୍ ସମାଜ ମଙ୍ଗଳ ଅଧିକାରୀ ସୈାମ୍ୟରଞ୍ଜନ ରାୟ, ବିଏସଏସଓ କାମଦେବ ନାୟକ ଏବଂ ବିପିଏମ ପ୍ରକାଶ ଚନ୍ଦ୍ର ବଳିୟାରସିଂହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
Comments are closed.