Odisha news

ବୋଲଗଡରେ ଚାଷୀ ଓ ବିରୋଧୀଙ୍କ ପକ୍ଷରୁ ଚକାଜାମ୍

ବୋଲଗଡ଼: ବୋଲଗଡ ବ୍ଲକ ସଦର ମହକୁମାସ୍ଥିତ ତହସିଲ କାର୍ଯ୍ୟାଳୟ ସମ୍ମୁଖ ୫୭ନଂ ଜାତୀୟ ରାଜପଥକୁ ଅଞ୍ଚଲର ଚାଷିମାନଙ୍କ ପକ୍ଷରୁ ଶନିବାର ୩ଘଣ୍ଟିଆ ଚକାଜାମ୍ କରାଯାଇଛି । ସୂଚନା ନୂତନ କୃଷିଆଇନ ବିରୋଧରେ ଆନେ୍ଦାନରତ ଚାଷୀସଂଘ ପକ୍ଷରୁ ଶନିବାରକୁ ଦେଶବ୍ୟାପୀ ଚକାଜାମ୍ କରିବା ନିମନ୍ତେ ଡାକରା ଦିଆଯାଇଥିଲା । ଦେଶବ୍ୟାପି ମଧ୍ୟାହ୍ନ ୧୨ଟା ଠାରୁ ଅପରାହ୍ନ ୩ଟାପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣଭାବେ ଚକାଜାମ୍ ଆନେ୍ଦାଳନ ଜାରି ରହିବ ବୋଲି ଚାଷିସଂଘ ତଥା କିଷାନ ୟୁନିୟନ ପକ୍ଷରୁ ଚେତାବନି ଦିଆଯାଇଥିଲା । ଏହିପରୀପ୍ର୍ରେକ୍ଷୀରେ ବୋଲଗଡଠାରେ ରାଜପଥକୁ ଅବରୋଧ କରାଯାଇ ଚକାଜାମ କରାଯାଇଥିଲା । ଉଭୟପାଶ୍ୱର୍ରେ ଅନେକ ୪ଚକିଆ ଯାନ ଅଟକି ରହିଥିବାର ଦେଖାଯାଇଥିଲା ।

ଏହିଶାନ୍ତିପୂର୍ଣ୍ଣଆନେ୍ଦାଳନରେ ବ୍ଲକଚାଷିସଂଘର ସଂଯୋଜନ ଜୟନ୍ତ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ସଂଘର ସହ-ସଂଯୋଜକ ସୋମନାଥ ମହାପାତ୍ର , ଖଙ୍ଗୁରିଆ ପଞ୍ଚାୟତ ଚାଷିସଂଘର ସଂଯୋଜକ ସାଧୁଚରଣ ରାଉତରାୟ ସାମିଲ ହୋଇ ଚକାଜାମ ସପକ୍ଷରେ ରାଜରାସ୍ତାରେ ଆନେ୍ଦାଳନ କରିଥିଲେ । ସେହିପରି ଭାରତୀୟ କମୁ୍ୟନିଷ୍ଟପାର୍ଟିର ବ୍ଲକ ସମ୍ପାଦକ ବିନୋଦ ବରାଡ,ଡାବରଧୁଆ ପାଟଣା କୃଷକ ସଂଘର ମୁଖ୍ୟ ତଥା କଂଗ୍ରେସ ନେତା ଯୋଗେନ୍ଦ୍ରଶ୍ରୀଚନ୍ଦନ,ବିଜୟ ସେଠୀ ପ୍ରମୁଖ ଉପସ୍ଥିତ ରହି ଚକାଜାମ ଆନେ୍ଦାଳନକୁ ଜୋରଦାର କରିଥିଲେ । ମାତ୍ର ପ୍ରାରମ୍ଭରେ ଭାରୀଯାନ, ଯାତ୍ରୀବାହୀ ଗାଡି ତଥା ଚାରିଚକିଆ ଚଳପ୍ରଚଳ କରିବା ଲାଗି କିଛିସମୟପାଇଁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ବୋଲଗଡ ପୋଲିସ ତଥା ଥାନା ଅଧିକାରୀ ଶେଖ୍ ଆକବରଅଲ୍ଲୀ,ଏସଆଇ ପବିତ୍ରମୋହନ ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହି ଆଇନଶୃଙ୍ଖଳାକୁ ନିୟନ୍ତ୍ରଣ କରିଥିଲେ ।

Comments are closed.