Odisha news

ପୋଖରୀରେ ବୁଡି ରାଜମିସ୍ତ୍ରୀଙ୍କ ମୃତ୍ୟୁ

0

ହିନ୍ଦୋଳ ୧୬.୦୧.୨୨ ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ବାଲିମି ଗ୍ରାମର ଗୌରାଙ୍ଗ ଜେନାମଣି  ( ୬୨) ଙ୍କ ବ୍ୟକ୍ତି ପେଷାରେ ଜଣେ ରାଜମିସ୍ତ୍ରୀ ଅଟନ୍ତି। ଘଟଣା କ୍ରମେ ଗତ ଗୁରୁବାର ଦିନ ଅପରାହ୍ନରେ ଘରେ ପହଞ୍ଚି ନିଜ ସାଇକେଲ ନେଇ ନିଜ  ଗ୍ରାମ ପୋଖରୀ ଦେହୁରୀ ଗlଡ଼ିଆକୁ ଗାଧୋଇବାକୁ ବାହାରି ଯାଇଥିଲେ। ତେବେ ଘରକୁ ଫେରିବାକୁ ବିଳମ୍ବ ହେବାରୁ ପରିବାର ଲୋକେ ତାକୁ ଏଣେ ତେଣେ ଖୁଜା ଖୁଜି କରି ପୋଖରୀ ହୁଡ଼ାରେ ଗୌରାଙ୍ଗ ସାଇକେଲ,ଗାମୁଛା, ଚପଲ ଆଦି ରଖା ଯାଇଥିବା ଦେଖିବାକୁ ପାଇଥିଲେ। ପୋଖରୀରେ ବୁଡ଼ି ଯାଇଥିବା ସନ୍ଦେହ କରି ସ୍ଥାନୀୟ ଜନସାଧାରଣ ତୁରନ୍ତ ଖଜୁରିଆକଟା ଅଗ୍ନିଶମ ବହିନୀଙ୍କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ବହୁ ଖୁଜା ଖୁଜି କରିଥିଲେ ମଧ୍ୟ ପୋଖରୀରୁ ତାଙ୍କ ମୃତ ଦେହ ଉଦ୍ଧାର କରିପାରି ନଥିଲେ ପରିବାର ପକ୍ଷରୁ ନିରାଶ ହୋଇ ଘଟଣା ସଂକ୍ରାନ୍ତରେ ବାଲିମି ଥାନା ପୋଲିସକୁ ଜଣାଇବା ପରେ ପୋଲିସ ଏନେଇ ତନାଘନା  ଜାରି ରଖିଥିଲେ ମଧ୍ୟ ଗୌରାଙ୍ଗଙ୍କ କୌଣସି ପତ୍ତା ମିଳି ନଥିଲା। ଆଜି ସକାଳୁ ସକାଳୁ ଗ୍ରାମର କିଛି ଲୋକ ଗାଧୋଇବାକୁ ଯାଇଥିବ ବେଳେ ଗୌରାଙ୍ଗଙ୍କ ମୃତ ଦେହ ପୋଖରୀ ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ। ଦେଖିବାକୁ ପାଇ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ପାଣିରୁ ଶବକୁ ଉଦ୍ଧାର କରିଥିଲେ। ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ସବ ବ୍ୟବଛେଦ ନିମନ୍ତେ ହିନ୍ଦୋଳ ଡାକ୍ତର ଖାନା ପଠାଇ ଦେଇଥିଲେ।

Nalco
Leave A Reply