ଆଜିକାଲି ର ଅତ୍ୟଧିକ ଗୁଳୁଗୁଳି ମଣିଷ ର ଜୀବନ କୁ ଗମ୍ଭୀର ଭାବରେ ପ୍ରଭାବିତ କରୁଛି, ଅସହ୍ୟ ଗରମ ଓ ଗୁଳୁଗୁଳି କାରଣରୁ ହିଟ ଷ୍ଟ୍ରୋକ, ହିଟ ୱେଭ ସାରା ଦେଶରେ ଲାଗି ରହିଛି l ଏହା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖୁବ ପ୍ରଭାବ ପକାଉ ଥିବାର ଦେଖିବାକୁ ମିଳୁଛି l ଅତ୍ୟଧିକ ଗରମ କାରଣରୁ କେବଳ ଫିଜିକାଲ ଓ ମେଣ୍ଟାଲ ହେଲଥ ପ୍ରଭାବିତ ହେଉ ନାହିଁ, ବରଂ ଯୌନ ସମ୍ବନ୍ଧ ମଧ୍ୟ ପ୍ରଭାବିତ ହେଉଛି l
ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଅତ୍ୟଧିକ ଗରମ କାରଣରୁ ଭାରତୀୟ ମାନଙ୍କର ଯୌନ ଜୀବନ ଗମ୍ଭୀର ଭାବରେ ପ୍ରଭାବିତ ହେଉଛି l ଏବଂ ପ୍ରଜନନ ସମ୍ବନ୍ଧିତ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି l
– ହିଟ ୱେଭ ଅଧିକ ବୃଦ୍ଧି ହେବା କାରଣରୁ ଡି – ହାଇଡ୍ରେସନ ସମସ୍ୟା ସର୍ବଦା ଦେଖା ଯାଉଛି l ଏବଂ ଏହି କାରଣରୁ ଷ୍ଟ୍ରେସ ଲେବୁଲ ମଧ୍ୟ ବୃଦ୍ଧି ପାଇବାରେ ଲାଗୁଚି l ତେଣୁ ଏହା ଯୌନ ଜୀବନ କୁ ମଧ୍ୟ ପ୍ରଭାବିତ କରୁଛି l
– ଡି – ହାଇଡ୍ରେସନ କାରଣରୁ ଶରୀର ରେ ରକ୍ତ ସଂଚାଳନ ରେ ମଧ୍ୟ ଅସୁବିଧା ଦେଖିବାକୁ ମିଳୁଛି l ଏବଂ ଏନର୍ଜି ଲେବୁଲ ମଧ୍ୟ ହ୍ରାସ ପାଉଛି l ଏହି କାରଣରୁ ଲିବିଡ ଓ ସେକ୍ସ ଲାଇଫ ଉପରେ ଏହାର ପ୍ରଭାବ ପଡୁଛି l
– ଏହାଛଡା ଶରୀର କୁ ଥଣ୍ଡା ରଖିବା ପାଇଁ ରକ୍ତ ସଂଚାଳନ ସେକ୍ସସୁଆଲ ଅର୍ଗାନରେ ରେ କମ ହୋଇଥାଏ l ଏହି କାରଣରୁ ବେଜାଇନା ରେ ଲୁବ୍ରିକେସନ ହ୍ରାସ ହୋଇଥାଏ l ଏବଂ ପୁରୁଷ ମାନେ ଇରେକ୍ଟଷ୍ଟାଇଲ ଡ଼ିସ ଫଙ୍କସନ ର ସମୁଖୀନ ହୋଇ ଥାଆନ୍ତି l
– ଅଧିକ ତାପମାତ୍ରା ବୃଦ୍ଧି ଶରୀରରେ କାରଟିସୋଲ ସ୍ତର ବଢି ଯାଇଥାଏ l ଏହା ଗୋଟିଏ ଷ୍ଟ୍ରେସ ହର୍ମୋନ ଅଟେ l ଏହା ବୃଦ୍ଧି ହେବା ଦ୍ୱାରା ସେକ୍ସସୁଆଲ ଡ଼ିଜାୟର ହ୍ରାସ ପାଇଥାଏ l ଏବଂ ଅତ୍ୟଧିକ ଗରମ କାରଣରୁ ଆମେ ଦୁର୍ବଳ ଅନୁଭବ କରିଥାଉ ତେଣୁ ଫିଜିକାଲ ରିଲେସନ ବାଧା ହୋଇଥାଏ l