ସାଧାରଣ ଭାବରେ ଦେଖିବାକୁ ଗଲେ ଅସନ୍ତୁଳନ ଖାଦ୍ୟପେୟ ଓ ବ୍ୟସ୍ତବହୁଳ ଜୀବନ କାରଣରୁ ହୃଦଘାତ ସମସ୍ୟା ଦେଖା ଯାଇଥାଏ l ହାର୍ଟ ବ୍ଳକେଜ ହେବା ଦ୍ୱାରା କିଛିଟା ଲକ୍ଷଣ ମଧ୍ୟ ଦେଖା ଯାଇଥାଏ l ଯେପରିକି ଛାତିରେ ଯନ୍ତ୍ରଣା, ନିଶ୍ୱାସ ନେବାକୁ ଅସୁବିଧା ଇତ୍ୟାଦି ସମସ୍ୟା ଦେଖା ଯାଇଥାଏ l କିଭଳି ପ୍ରକାର ର ଲୋକଙ୍କୁ ହାର୍ଟ ବ୍ଳକେଜ ସମସ୍ୟା ଦେଖାଯାଇ ଥାଏ l
ହାର୍ଟ ବ୍ଳକେଜ କଣ ?
ହାର୍ଟ ବ୍ଳକେଜ ଏଟ୍ରିୟୋ ଭେଣ୍ଟିକୁଲାର ବ୍ଲକ AV କିମ୍ବା କଂଡକ୍ସନ ଡ଼ିସଅର୍ଡର ମଧ୍ୟ କୁହାଯାଇ ଥାଏ l ଏହି ସମସ୍ୟା ହାର୍ଟ ର ଇଲେକ୍ଟ୍ରିକାଲ ସିଷ୍ଟମ ରେ ହେଉଥିବା ଅସୁସ୍ଥତା କୁ ଚେତାଇ ଦେଇଥାଏ l ଏହାଦ୍ୱାରା ବ୍ୟକ୍ତିର ଶରୀର ଉପରେ ବ୍ଲଡ଼ ସ୍ରକୁଲେସନ ର ମଧ୍ୟ ପ୍ରଭାବ ପଡିଥାଏ l
ହାର୍ଟ ବ୍ଳକେଜ ର ଲକ୍ଷଣ -:
– ମୁଣ୍ଡ ବୁଲାଇବା
– ବେହୋସ ହୋଇଯିବା
– ନିଶ୍ୱାସ ନେବାରେ ଅସୁବିଧା ହେବା
– ଦ୍ରୁତ ଗତିରେ ନିଶ୍ୱାସ ପ୍ରଶ୍ୱାସ ଯିବା
– ଦୁର୍ବଳ କିମ୍ବା ଅଧିକ ଥକା ଲାଗିବା
– ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ
– ଦେହ ବୁଲାଇବା ଓ ବାନ୍ତି ଲାଗିବା ଦେଖାଯାଏ
– ହୃତ ସ୍ପନ୍ଦନ ରେ ଅନିୟମିତତା ହେବା
କେଉଁସବୁ ଲୋକଙ୍କର ହୋଇଥାଏ ହାର୍ଟ ବ୍ଳକେଜ -:
– କାର୍ଡିଓମାୟୋପାଥି
– କରୋନାରୀ ଥ୍ରୋମ୍ବୋଶିଶ
– ମାୟୋକାର୍ଡିଓଶିଶ କିମ୍ବା ହୃତପିଣ୍ଡରେ ଫୁଲା
– ସର୍ଜରୀ କିମ୍ବା ହୃଦଘାତ ହେବାର କାରଣ