Odisha news

୪୦ ବର୍ଷ ପରେ ମହିଳା ମାନଙ୍କର କାହିଁକି ବଢି ଯାଇଥାଏ ହାର୍ଟ ଆଟାକ ବିପଦ

0

ଗବେଷଣା କହୁଛି ଯେ ୪୦ ବର୍ଷ ପରେ ମହିଳା ମାନଙ୍କର ନିକଟରେ ହାର୍ଟ ଆଟାକ ସମସ୍ୟା ଅଧିକ ବଢି ଯାଇଥାଏ l ଗବେଷକ ମାନେ କହିଛନ୍ତି ଯେ ଏହି ସମୟରେ ମହିଳାଙ୍କ ଶରୀରରେ ଅନେକ ପ୍ରକାର ପରିବର୍ତନ ହେବାକୁ ଲାଗିଥାଏ l ଯେଉଁ କାରଣରୁ ମହିଳାମାନେ ପୁରୁଷ ମାନଙ୍କ ଅପେକ୍ଷା ଅଧିକ ରୋଗରେ ପୀଡିତ ହୋଇ ଥାଆନ୍ତି l ଗବେଷଣା କହୁଛି ଯେ ଗତ କିଛି ବର୍ଷ ହେଲା ମହିଳାମାନଙ୍କ ନିକଟରେ ହାର୍ଟ ଆଟାକ ସମସ୍ୟା ଅଧିକ ବୃଦ୍ଧି ପାଉଛି l

ଏହା ପଛରେ କଣ ରହିଛି କାରଣ –

– ୪୦ ବର୍ଷ ପରେ ମହିଳାମାନେ ମେନୋପଯ ରେ ଗତି କରି ଥାଆନ୍ତି l ଏହି ସମୟରେ ମହିଳା ମାନଙ୍କ ଶରୀରରେ ହର୍ମୋନ ସିକ୍ରେସନ ହେବା ବନ୍ଦ ହୋଇ ଯାଇଥାଏ l ଯେଉଁ କାରଣରୁ କୋଲେଷ୍ଟ୍ରଲ, ମଧୁମେହ, PCOS ଓ ଟ୍ରାଇଗ୍ଲିଶୀରାଇଡ ବଢି ଯାଇଥାଏ l ଏହି ସବୁ କାରଣ ହାର୍ଟ ଆଟାକ ବିପଦ କୁ ବଢ଼ାଇ ଦେଇଥାଏ l

– ୪୦ ବର୍ଷ ପରେ ମହିଳାମାନେ ମୋଟାପା, ହାଇପରଟେନ୍ସନ ରେ ଅଧିକ ପୀଡିତ ହୋଇ ଥାଆନ୍ତି l ଏହି କାରଣରୁ ହାର୍ଟ ଆଟାକ ମାମଲା ବୃଦ୍ଧି ପାଇଥାଏ l

– ହାର୍ଟ ଆଟାକ କିମ୍ବା ହାର୍ଟ ସହିତ ଜଡିତ ଅନ୍ୟ ସମସ୍ୟା ରୁ ରକ୍ଷା ପାଇବା ପାଇଁ ଲାଇଫ କୁ ଷ୍ଟ୍ରେସ ଫ୍ରି ରଖନ୍ତୁ ଓ ୪୦ ବର୍ଷ ପରେ ନିୟମିତ ହାର୍ଟ ସ୍କ୍ରିନିଙ୍ଗ, ବ୍ଲଡ଼ ପ୍ରେସର ଓ ସୁଗାର ଯାଞ୍ଚ କରିବା ଜରୁରୀ l

– ବିପି ଓ ସୁଗାର ରହିଥିଲେ ଔଷଧ ଠିକ ସମୟରେ ସେବନ କରନ୍ତୁ l ମୋଟାପଣ ନିୟନ୍ତ୍ରଣ ରଖନ୍ତୁ ଓ ମାନସିକ ଉତେଜନା ଠାରୁ ମଧ୍ୟ ଦୁରେଇ ରୁହନ୍ତୁ l

– ପ୍ରତିଦିନ ୧ଘଣ୍ଟା ୱାର୍କଆଉଟ ପାଇଁ ବାହାର କରନ୍ତୁ l ନିଜ ଖାଦ୍ୟରେ ହେଲଦି ଖାଦ୍ୟ ସାମିଲ କରନ୍ତୁ l ଜଙ୍କ ଫୁଡ ଓ କୋଲେଷ୍ଟ୍ରଲ ବଢାଉଥିବା ଖାଦ୍ୟ ଖାଆନ୍ତୁ ନାହିଁ l

Leave A Reply