Odisha news

ଆପଣ ଏହିସେବ୍ୟ ଖାଦ୍ୟକୁ ବାରମ୍ବାର ଗରମ କରି ଖାଉଛନ୍ତି କି ? ହୋଇଯାଆନ୍ତୁ ସତର୍କ , ସ୍ଵାସ୍ଥ୍ୟ ପକ୍ଷରେ ହେଇପାରେ କ୍ଷତିକାରକ

ଆମର ଅଭ୍ୟାସ ରହିଛି ଖାଦ୍ୟ ଯଦି ରହିଯାଏ ଆମେ ତାକୁ ଫ୍ରୀଯ ରେ ରଖି ପରଦିନ ଗରମ୍ କରି ଖାଇଥାଉ । ଆମେ ଭାବିଥାଉ ଯେ କୌଣସି ଖାଦ୍ୟକୁ ଫୋପାଡ଼ିବା ଉଚିତ୍ ନୁହେଁ । କିନ୍ତୁ କିଛିଟା ଖାଦ୍ୟକୁ ଦ୍ଵିତୀୟ ଥର ଗରମ୍ କରି ଖାଇବା ମଧ୍ୟ ଠିକ୍ ନୁହେଁ ।
* ଅଣ୍ଡାରେ ଅନେକ ପରିମାଣରେ ପ୍ରୋଟିନ ଥାଏ । କିନ୍ତୁ ବାରମ୍ବାର ଗରମ୍ ସଂସ୍ପର୍ଶରେ ଆସିବା ଦ୍ୱାରା ଅଣ୍ଡା ଖାଇବା କ୍ଷତିକାରକ ଅଟେ । ପ୍ରୋଟିନ ସହିତ ଖାଦ୍ୟକୁ ବାରମ୍ବାର ଗରମ୍ କରିବା ଦ୍ୱାରା କ୍ୟାନ୍ସର ହେବାର ସମ୍ଭାବନା ରହିଥାଏ ।
* ଚିକେନ ରେ ଥିବା ପ୍ରୋଟିନ ବାରମ୍ବାର ଗରମ୍ କରିବା ଦ୍ୱାରା ସେଥିରେ ଥିବା ନଷ୍ଟ ହୋଇ ଯାଇଥାଏ । ଦ୍ଵିତୀୟ ଥର ଗରମ୍ କରି ଖାଇବା ଦ୍ୱାରା ଚିକେନ ଆଦୌ ହଜମ ହୋଇ ନଥାଏ ।
* ସବୁବେଳେ ଛତୁ କୁ ତୁରନ୍ତ ରୋଷେଇ ହେଲା ମାତ୍ରକେ ଖାଇବା ଆବଶ୍ୟକ । ଛତୁ କୁ ଗରମ୍ କରି ଖାଇବା ଦ୍ୱାରା ପାଚନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ ।
* ଯଦି ପାଳଙ୍ଗ ଭଳି କୌଣସି ସବୁଜ ପନିପରିବା ବଳକା ରହି ଯାଉଛୁ ତେବେ ତାକୁ ପ୍ରିଜ ରେ ରଖି ଖାଆନ୍ତୁ ନାହିଁ । ପାଳଙ୍ଗ ରେ ଖୁବ୍ ଅଧିକ ମାତ୍ରାରେ ଆଇରନ ରହିଥାଏ , ଯେବେ ଆପଣ ଏହାକୁ ଆଉଥରେ ଗରମ୍ କରନ୍ତି ଏହା ଆକ୍ସି ଡାଇଜ୍ଡ୍ ହୋଇଯାଏ । ଯାହା ଅନେକ ଗୁଡ଼ିଏ ରୋଗର କାରଣ ହୋଇଥାଏ ।

Comments are closed.