ଆମ ଭାରତୀୟ ମାନଙ୍କର ଗୋଟିଏ ପ୍ରିୟ ସ୍ନାକ୍ସ ଭାବରେ ଅତି ଜଣାଶୁଣା ଅଟେ ମୁଗ ଗଜା ଓ ବୁଟ ଗଜା l ଏପରିକି ସନ୍ଧ୍ୟା ହେବା ମାତ୍ରକେ ଭାରତରେ ରାସ୍ତା କଡରେ ଟ୍ରଲି ଉପରେ ମଧ୍ୟ ବିକ୍ରି ହେବାର ଦେଖିବାକୁ ମିଳିଥାଏ, ଯେଉଁଥିରେ କଞ୍ଚା ପିଆଜ, କାକୁଡି, କଞ୍ଚାଲଙ୍କା, ଧନିଆ ପତ୍ର, ଟମାଟୋ ଓ ଲେମ୍ବୁ ରସ ମିଶାଇ ସ୍ୱାଦିଷ୍ଟ ଚାଟ ମସଲା ଓ ଲୁଣ ପକାଇ ବିକ୍ରୀ କରାଯାଇ ଥାଏ l ଲୋକେ ମଧ୍ୟ ଏହାକୁ ଖାଇବାକୁ ଖୁବ ପସନ୍ଦ କରନ୍ତି l ସମସ୍ତଙ୍କର ଏହି ପ୍ରିୟ ଗଜା ମୁଗ ଓ ଗଜା ବୁଟ କୁ ନିକଟରେ ଗୋଟିଏ ଅଧ୍ୟୟନ ଆମେରିକାରେ ହୋଇଥିଲା l ଯେଉଁଥିରେ ଜଣା ପଡିଥିଲା ଯେ ଏହା ପୋଷାକ ତତ୍ତ୍ୱରେ ଭରପୁର ଅଟେ l ଯାହା ଆମକୁ ଫିଟ ରଖିବା ସହିତ ଯୌବନ କୁ ଚିରସ୍ଥାୟୀ ରଖିଥାଏ
– ଗଜା ମୁଗ ଓ ଗଜା ବୁଟ ଶରୀର ରେ ରକ୍ତ ସଂଚାଳନ ବଢାଇବାରେ ସାହାଯ୍ୟ କରିଥାଏ ଓ ଏଥିରେ ଅନେକ ମାତ୍ରାରେ ଆଇରନ ଓ କପର ମଧ୍ୟ ରହିଥାଏ l
– ଯେଉଁ ବ୍ୟକ୍ତିଙ୍କ ଶରୀର ଗ୍ଲୁଟେନ ପ୍ରତି ସମ୍ବେଦନଶୀଳ ଅଟେ ସେମାନେ ଗଜାମୁଗ ଓ ଗଜା ବୁଟ ଖାଇବା ଲାଭ ଦାୟକ l କାହିଁକି ନ ଏଥିରେ ଖୁବ କମ ମାତ୍ରାରେ ଗ୍ଲୁଟେନ ରହିଥାଏ l
– ଗଜା ମୁଗ ଓ ଗଜା ବୁଟ ରେ କ୍ୟାଲୋରୀ ଖୁବ କମ ମାତ୍ରାରେ ରହିଥାଏ l ଯେଉଁ କାରଣରୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ l
– ଗଜା ମୁଗ ଓ ଗଜା ବୁଟ ରେ ଆଣ୍ଟିଅକ୍ସିଡାଣ୍ଟ ଅଧିକ ମାତ୍ରାରେ ରହିଥାଏ , ଯାହାକି ଆମ ଶରୀରରୁ ବିଷାକ୍ତ ଟକ୍ସିନ କୁ ବାହାର କରିବାରେ ସାହାଯ୍ୟ କରିଥାଏ l ଏହାଦ୍ୱାରା ଆପଣ ପେଟ ସାମ୍ପନ୍ଧୀୟ ସମସ୍ୟା ଠାରୁ ଦୁରେଇ ରହି ପାରିବେ l
– ଏହି ୨ଟି ଜିନିଷ ରେ ଓମେଗା 3ଫ୍ୟାଟି ଏସିଡ ପ୍ରଚୁର ମାତ୍ରାରେ ରହିଛି l ଯାହାକି ହାର୍ଟ କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l ଏହାଦ୍ୱାରା କାର୍ଡିଓଭାସ୍କୁଲାର, ହାଇ ବିପି ଓ ହାର୍ଟ ଅଟକା ହେବାର ସମ୍ଭାବନା କମ ରହିଥାଏ l କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରିତ ହୋଇଥାଏ l
– ଗଜାମୁଗ ଓ ଗଜା ବୁଟ ସେବନ କରିବା ଦ୍ୱାରା ସେକ୍ସ ପାୱାର ବୃଦ୍ଧି ହୋଇଥାଏ l ଏହା ରକ୍ତ ସଂଚାଳନ ବୃଦ୍ଧି କରି ଇରେକ୍ଟଇଲ ଡ଼ିସଫଙ୍କସନ କୁ ଅଟକାଇବାରେ ସାହାଯ୍ୟ କରିଥାଏ l
– ଗଜାମୁଗ ଓ ଗଜା ବୁଟ ଭିଟାମିନ ଏ ରେ ଭରପୁର ଅଟେ ଯାହାକି ଚକ୍ଷୁର ଦୃଷ୍ଟିଶକ୍ତି ବୃଦ୍ଧି କରିଥାଏ l ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଚକ୍ଷୁର କୋଷିକା ଗୁଡିକୁ ଫ୍ରୀ ରେଡ଼ିକୁଲସ ଠାରୁ ରକ୍ଷା କରିଥାଏ l
– ରକ୍ତହୀନ ରୋଗୀମାନେ ନିୟମିତ ଗଜାମୁଗ ଓ ଗଜା ବୁଟ ସେବନ କରିବା ଦ୍ୱାରା ଏନିମିଆ ଦୂର ହୋଇଥାଏ ଓ ତ୍ୱଚାରେ ଚମକ ଆସିଥାଏ l