Odisha news

ଯଦି ଆପଣଙ୍କ ପିଲା ଖରାପ ଭାଷା ପ୍ରୟୋଗ କରୁଛି, ତେବେ ଆପଣାନ୍ତୁ ଏହି ଉପାୟ

0

ପିଲାମାନେ ଛୋଟ ଥିବା ସମୟରେ ଘରୁ ବାହାରକୁ ବୁଲିଯିବା ସମୟରେ ସ୍କୁଲ, ପାର୍କ ଓ ବିଭିନ୍ନ ସ୍ଥାନ କୁ ଯାଇ ଥାଆନ୍ତି ଓ ବିଭିନ ପ୍ରକାର ଲୋକଙ୍କ ସହିତ ମିଶି ଥାଆନ୍ତି l  ସ୍କୁଲ ସାଙ୍ଗ ହୁଅନ୍ତୁ କିମ୍ବା ସୋସାଇଟି ର ସାଙ୍ଗମାନେ ହୁଅନ୍ତୁ ତାଙ୍କ ସହିତ ମିଶି ଖେଳି ଥାଆନ୍ତି ଓ ବହୁତ କିଛି ଶିଖି ଥାଆନ୍ତି l  ଏହି କାରଣରୁ ଅନେକ ସମୟରେ ପିଲାମାନେ ଖରାପ ଭାଷା ଶିଖି ଯାଇଥାଆନ୍ତି ଯେପରିକି କାହାକୁ ଅପଶବ୍ଦ କହି ଗାଳିଦେବା l ଏହାକୁ ନେଇ ଶିଶୁ ବିଶେଷଜ୍ଞ ମାନେ ନିଜର ମତ ଦେଇ କହିଛନ୍ତି ଯେ ଯଦି ଛୋଟ ପିଲାମାନେ ଖରାପ ଭାଷା ପ୍ରୟୋଗ କରୁଛନ୍ତି ତେବେ ଏଭଳି ପିଲାଙ୍କୁ ଠିକ ଭାବରେ ଡୀଲ କରିବା ଜରୁରୀ ଅଟେ l  ଯେଉଁ କାରଣରୁ ସେ ଛୋଟ ପିଲାଟି ଭବିଷ୍ୟତ ରେ ଆଉ କଦାପି କୁ ଭାଷା ଆଉ ପ୍ରୟୋଗ କରିବ ନାହିଁ l

ଏହିସବୁ ଉପାୟ କୁ ଅନୁସରଣ କରନ୍ତୁ –
– ଯେତେବେଳେ ଆପଣ ପ୍ରଥମଥର ନିଜ ପିଲାଟି ପାଟିରୁ କିଛିଟା ଅପଶବ୍ଦ ଶୁଣୁଛନ୍ତି ତେବେ କ୍ରୋଧ ଆସିବା ସ୍ୱାଭାବିକ ଅଟେ l କିନ୍ତୁ ଖରାପ ଭାଷା ଶୁଣିବା ପରେ ଥରେ ମାତ୍ର ଆପଣଙ୍କର କ୍ରୋଧ ଆସିବା ପିଲାଟିକୁ ସାମାନ୍ୟ ଭ୍ରମ ରେ ପକାଇଥାଏ l  କାହିଁକି ନା ଏହି ଭାଷାଟି ର ଅର୍ଥ ନଜାଣି ମଧ୍ୟ ଭବିଷ୍ୟତ ରେ ଏହାକୁ ସ୍ତର କରି ନିଅନ୍ତି l ତେଣୁ ଆପଣ ପିଲାଟି ପାଟିରୁ ଖରାପ ଭାଷା ଶୁଣିବା ପରେ ଧର୍ଯ୍ୟ ଧରନ୍ତୁ ଓ ବୁଝାଇବାକୁ ଚେଷ୍ଟା କରନ୍ତୁ l

– ଅଧିକାଂଶ ପିଲା ଖରାପ ଭାଷାର ଅର୍ଥ ଜାଣି ନଥାଆନ୍ତି l କାହିଁକି ନା ସେମାନେ ଏହାର ଅର୍ଥ ବୁଝିବା ପାଇଁ ଖୁବ ଛୋଟ ହୋଇ ଥାଆନ୍ତି l  ତେଣୁ ଏପରି ସ୍ଥିତିରେ ଆପଣ ପିଲାଟି କୁ ଏହି ଅପଶବ୍ଦ ର ଅର୍ଥ ପଚାରନ୍ତୁ ଓ ନକହିବା ବୁଝାନ୍ତୁ l

– ଯଦି ଆପଣଙ୍କ ପିଲାଟି ନିଜର କ୍ରୋଧ ର ପ୍ରତିକ୍ରିୟା ଦେବା ପାଇଁ ଅପଶବ୍ଦ ପ୍ରୟୋଗ କରୁଛି , ତେବେ ପିଲାଟିକୁ ନିଜ କ୍ରୋଧ କୁ ଶାନ୍ତ ରଖି ବୁଝାନ୍ତୁ l  ଏହାଛଡା ପିଲାଟିକୁ ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକ କଥା ଶୁଣlନ୍ତୁ l କ୍ରୋଧ କାରଣରୁ କଣ ସବୁ କ୍ଷତି ହୋଇଥାଏ ତାହା ମଧ୍ୟ ବୁଝାନ୍ତୁ l

– ଜ୍ୱାଦ୍ଦି ଆପଣଙ୍କ ପିଲା କାହାକୁ ଖରାପ ଭାଷା ପ୍ରୟୋଗ କରୁଛି ତେବେ ତାକୁ କ୍ଷମା ମାଗିବାକୁ କୁହନ୍ତୁ l  ଯଦି ଆପଣ ଏହାକୁ ପିଲାଟିର ପିଲାଳିଆମୀ ଭାବି ଏଡାଇ ଯିବେ ତେବେ ଏଭଳି ଭୁଲ ବାରମ୍ବାର ଆପଣଙ୍କ ପିଲା କରିଥାଏ l ଏହାଦ୍ୱାରା ପିଲାଟି ମୁହଁ ବଢ଼ା ହୋଇ ଯାଇଥାଏ l

– ସବୁଠୁ ଗୁରୁତ୍ୱପୂର୍ଣ ହେଲା ଘର ଲୋକମାନେ ଏଥିପ୍ରତି ସତର୍କ ରହିବ ଜରୁରୀ l ଯଦି ଘର ଲୋକେ ଏଭଳି କିଛି ଅପଶବ୍ଦ ପ୍ରୟୋଗ କରି ଥାଆନ୍ତି, ଯାହାକୁ ପିଲାମାନେ ଶୁଣି କହିବା ଆରମ୍ଭ କରନ୍ତି l

Leave A Reply