Odisha news

ଗ୍ରୀଷ୍ମ ଋତୁରେ ଡାଳିମ୍ବ ଓ ବିଟ୍ରୁଟ୍ ସେବନ କରି ଶରୀରକୁ ବିଭିନ୍ନ ରୋଗରୁ ଦୁରେଇ ରଖିପାରିବେ

0

ଗ୍ରୀଷ୍ମଋତୁରେ ବିଭିନ୍ନ ପ୍ରକାରର ଫଳର ସମ୍ଭାର ବଜାରରେ ଦେଖିବାକୁ ମିଳିଥାଏ l ସେଥିମଧ୍ୟରୁ ଅଧିକାଂଶ ଫଳ ଶରୀର ପାଇଁ ଅନେକ ମାତ୍ରାରେ ଉପଯୋଗୀ ଅଟେ l ବିଶେଷ ଭାବରେ ଡାଳିମ୍ବ ଓ ବିଟ୍ରୁଟ୍ ଉଚ ମାତ୍ରାର ଆଣ୍ଟି ଅକ୍ସିଡେଣ୍ଟ, ଭିଟାମିନ, ମିନେରାଲସ ଭରି ରହିଥାଏ l ଏହାଦ୍ୱାରା ହେମୋଗ୍ଲୋବିନ ସ୍ତର ବୃଦ୍ଧି ପାଇବା, କୋଲେଷ୍ଟ୍ରଲ ନିୟନ୍ତ୍ରଣ ହେବା , ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହେବା ଅନେକ ସମସ୍ୟାର ସମାଧାନ ହୋଇଥାଏ l

* ଗ୍ରୀଷ୍ମ ଋତୁରେ ମୁଣ୍ଡ ଯନ୍ତ୍ରଣା ରୁ ଆରାମ ଦେଇଥାଏ – ଗରମ ଦିନରେ ଯେ କୌଣସି ପ୍ରକାରର ମୁଣ୍ଡ ବିନ୍ଧା ହୋଇଥାଏ ଯେପରିକି ଥଣ୍ଡା ଜନିତ କିମ୍ବା ଲୁ ଜନିତ, ଡାଳିମ୍ବ ଓ ବିଟ୍ରୁଟ୍
ଖାଇବା ଦ୍ୱାରା ଆରାମ ମିଳିଥାଏ l

* ତ୍ୱଚା ପାଇଁ – ଗରମ ଦିନରେ ତ୍ୱଚାରେ ବିଭିନ୍ନ ପ୍ରକାରର ଏଲର୍ଜୀ ଦେଖା ଦେଇଥାଏ, ଯାହାକି ତ୍ୱଚାକୁ ନଷ୍ଟ କରି ଦେଇଥାଏ l ତେଣୁ  ଡାଳିମ୍ବ ଓ ବିଟ୍ରୁଟ୍ ଜୁସ ପ୍ରତିଦିନ ସେବନ କରିବା ଦ୍ୱାରା ତ୍ୱଚା ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ l

* ରକ୍ତଚାପ କୁ କମାଇ ଥାଏ – ଗରମ ଦିନରେ ଉଚ୍ଚ ରକ୍ତଚାପ ରୋଗୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଥାଆନ୍ତି l ରକ୍ତଚାପ ସହଜ ରେ ନିୟନ୍ତ୍ରଣ ହୋଇ ନଥାଏ l ତେଣୁ ପ୍ରତିଦିନ ସକାଳ ଜଳଖିଆ ରେ  ଡାଳିମ୍ବ ଓ ବିଟ୍ରୁଟ୍ ଜୁସ ସେବନ କରିବା ଦ୍ୱାରା ରକ୍ତଚାପ ସମସ୍ୟା ଦୂର ହୋଇଥାଏ l

* ପାଚନ ତନ୍ତ୍ର ପାଇଁ ଲାଭ ଦାୟକ – ଆମେ ସାଧାରଣତଃ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଗ୍ରୀଷ୍ମ ଋତୁରେ ପାଚନ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ l  ଡାଳିମ୍ବ ଓ ବିଟ୍ରୁଟ୍ ରେ ଫାଇବର ରହିଥିବା କାରଣରୁ ପାଚନ ତନ୍ତ୍ର ପାଇଁ ଖୁବ ଉପଯୋଗୀ l ପ୍ରତିଦିନ ସନ୍ଧ୍ୟା ସମୟ ରେ ଯଦି ନିର୍ଦ୍ଧିଷ୍ଟ ମାତ୍ରାରେ  ଡାଳିମ୍ବ ଓ ବିଟ୍ରୁଟ୍ ସେବନ କରିବେ ତେବେ ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l

* ହୃତପିଣ୍ଡ କୁ ସୁସ୍ଥ ରଖିଥାଏ –  ଡାଳିମ୍ବ ଓ ବିଟ୍ରୁଟ୍ ସେବନ କରିବା ଦ୍ୱାରା ହୃତ୍ପିଣ୍ଡ ସୁସ୍ଥ ରହିଥାଏ l ଏହି ଦୁଇଟି ଜିନିଷ ହୃଦୟ ର କାର୍ଯ୍ୟ ପ୍ରଣାଳୀ କୁ ବଢ଼ାଇ ସୁସ୍ଥ ରଖିଥାଏ l

* କୋଲେଷ୍ଟ୍ରଲ କମାଇ ଥାଏ – କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ ରଖିବା ପାଇଁ  ଡାଳିମ୍ବ ଓ ବିଟ୍ରୁଟ୍ ଜୁସ ଗୋଟିଏ ଭଲ ମାଧ୍ୟମ ଅଟେ l ଏହି ଦୁଇଟି ଜିନିଷ ଶରୀରରେ ବ୍ୟାଡ଼ କୋଲେଷ୍ଟ୍ରଲ କୁ କମାଇ ଗୁଡ଼ କୋଲେଷ୍ଟ୍ରଲ ର ବିକାଶ କରିଥାଏ l

Leave A Reply