Odisha news

କଣ ବ୍ୟାୟାମ ଓ ଡ଼ାଏଟ୍ କରୁ ନାହିଁ କାମ ? ଓଜନ କମାଇବା ପାଇଁ ଆପଣାନ୍ତୁ ଏହିସବୁ ଉପାୟ

ଆଜିକାଲି ଓଜନ ବୃଦ୍ଧି ଏକ ସାଧାରଣ ସମସ୍ୟା । ଆମ ମାନଙ୍କୁ ଭିତରୁ ଏପରି ଅଧିକାଂଶ ଲୋକ ଅଛନ୍ତି , ଯେଉଁମାନେ ନିୟମିତ ବ୍ୟାୟାମ କରିବା ସହ ଖାଦ୍ୟ ପ୍ରତି ମଧ୍ୟ ସଜାଗ ରହୁଛନ୍ତି , କିନ୍ତୁ ସେମାନଙ୍କର ଓଜନ ହ୍ରାସ ହେଉନାହିଁ । କିନ୍ତୁ ଏପରି କିଛି ନିୟମ ରହିଛି ଯାହାକୁ ଆପଣ ଆପଣେଇ ନିଜର ଓଜନ ହ୍ରାସ କରି ପାରିବେ ।
* ପ୍ରତିଦିନ ଗ୍ରୀନ ଟି ସେବନ କରନ୍ତୁ , ଏହା ସ୍ବାସ୍ଥ୍ୟ ପାଇଁ ଖୁବ୍ ହିତକର । ପ୍ରତିଦିନ ଗ୍ରୀନ ଟି ପିଇବା ଦ୍ଵାରା ଶରୀର ସତେଜ ଲାଗିବା ସହିତ ଓଜନ ହ୍ରାସ ମଧ୍ୟ ହୋଇଥାଏ । ଗ୍ରୀନ ଟି ସେବନ ଆପଣ ଦିନକୁ ୨ଥର କରି ପାରିବେ ।
* ଏଲୋବେରା ଜୁସ୍ ପିଇବା ଦ୍ଵାରା ଆପଣଙ୍କ ପେଟ ସୁସ୍ଥ ରୁହେ ଓ ପାଚନ କ୍ରିୟା ଠିକ୍ ଭାବରେ ହୋଇଥାଏ । ଏଲୋବେରା ଯୁସ ପେଟରୁ ଚର୍ବି କମ୍ କରିବାରେ ସାହାଯ୍ୟ କରିଥାଏ ।
* ଆଜିକାଲି ଅଧିକାଂଶ ଲୋକ ଆପେଲ ସାଇଡର ଭିନେଗାର ସେବନ କରୁଛନ୍ତି । ଆପେଲ୍ ସାଇଡର ଭିନେଗାର୍ ରେ ଏସିଟିକ୍ ଏସିଡ ଓଜନ ହ୍ରାସ କରିଥାଏ । ପ୍ରତିଦିନ ଆପେଲ ସାଇଡର ଭୀନେଗାର ୨ ଚାମଚ୍ ପାଣି ମିଶାଇ ସେଥିରେ ଲେମ୍ବୁ ଓ ମହୁ ମିଶାଇ ପିଇବା ଦ୍ଵାରା ଓଜନ ହ୍ରାସ ହୋଇଥାଏ ।

Comments are closed.