Odisha news

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗୁରୁତ୍ୱ ପୁର୍ଣ ନିଷ୍ପତି : ନିଟ ପାଇଁ ଅଖିଳ ଭାରତୀୟ କୋଟା ଯୋଜନାରେ ଓବିଶିଙ୍କ ପାଇଁ ୨୭% ଆରକ୍ଷଣ ଓ ଆର୍ଥିକ ରୀତିରେ ଦୁର୍ବଳ (EWS)ବର୍ଗଙ୍କ ପାଇଁ ୧୦% ଆରକ୍ଷଣ ପ୍ରଦାନ ନିଷ୍ପତି

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର ଦିନ ୟୁଜି ଓ ପିଜି ମେଡିକାଲ / ଡେଣ୍ଟାଲ କୋର୍ସ , (ଏମ ବି ବି ଏସ , /ଏମ ଡି / ଏମ ଏସ ) ପାଇଁ ଅଖିଳ ଭାରତୀୟ କୋଟା ଯୋଜନା ରେ ଓବିଶି ଙ୍କ ପାଇଁ ୨୭% ଆରକ୍ଷଣ ଓ ଆର୍ଥିକ ରୀତିରେ ଦୁର୍ବଳ ବର୍ଗଙ୍କ ପାଇଁ ୧୦% ଆରକ୍ଷଣ ପ୍ରଦାନ କରିବାର ନିଷ୍ପତି ନେଇଛନ୍ତି ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମଣ୍ଡବିୟା ଟୁଇଟ୍ କରି କରିଛନ୍ତି ” ପାଖାପାଖି ୫, ୫୦୦ ଲୋକ ଲଭାନ୍ଵିତ ହେବେ । ସରକାର ପଛୁଆ ବର୍ଗ ଓ EWS ଶ୍ରେଣୀ ରେ ଅନ୍ତର୍ଭୁକ୍ତ ଙ୍କୁ ଉଚିତ୍ ଭାବରେ ଆରକ୍ଷଣ ପ୍ରଦାନ କରିବା ପାଇଁ ପ୍ରତିବଦ୍ଧତା ଅଟନ୍ତି ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଗୋଟିଏ ବୈଠକ ସମୟରେ ଏହି ବିଷୟରେ କିଛି ପଦକ୍ଷେପ ନେବା ପାଇଁ ଉକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । NEET ପ୍ରବେଶ ଓ ସ୍ନାତକତୋର ପାଠ୍ୟକ୍ରମ ପାଇଁ ଆୟୋଜିତ କରାଯାଇଥାଏ ।

କେନ୍ଦ୍ର ମନ୍ତ୍ରଣାଳୟ ଦ୍ୱାରା ଜାରୀ କରାଯାଇଥିବା ଆଧିକରିକ ବୟାନ ରେ କୁହାଯାଇଛି , ଏହି ନିଷ୍ପତି ଦ୍ଵାରା ଏମ ବି ବି ଏସ ୧୫୦୦ ଓବିଶୀ ଛାତ୍ର ଓ ସ୍ନାତୋତ୍ତର ରେ ୨୫୦୦ ସହ ଓବିସି ଛାତ୍ର ଓ ଏମ ବି ବି ଏସ ରେ ପାଖାପାଖି ୫୫୦ EWS ଛାତ୍ର ଓ ସ୍ନାତୋତ୍ତର ରେ ପାଖାପାଖି ୧୦୦୦ EWS ଛାତ୍ରଙ୍କୁ ଲାଭ ମିଳିବ ।

Comments are closed.