ସମସ୍ତଙ୍କ ମନରେ ଥାଏ ପ୍ରାକୃତିକ ସୌନ୍ଦର୍ଯ୍ୟ ଲାଭ କରିବା ପାଇଁ । ସେଥିପାଇଁ ଆମେ ବିଭିନ୍ନ ଉପାୟ ଅବଲମ୍ବନ କରିଥାଉ । କିଛିଟା ପୁରାତନ ଉପାୟ ଥାଏ ଯାହା ଦ୍ଵାରା ଆମେ ନିଜକୁ ସୁନ୍ଦର୍ ରଖି ପାରିବା ।
ଆସନ୍ତୁ ଜାଣିବା ସେହି ପୁରାତନ ଉପାୟ ବିଷୟରେ –
* ଖାଇବା ସମୟରେ ସବୁବେଳେ ଖୁସି ମନରେ ଖାଆନ୍ତୁ । ଖାଦ୍ୟକୁ ଖୁସିରେ ଗ୍ରହଣ କଲେ ମାନସିକ ଶାନ୍ତି ମିଳି ପ୍ରାକୃତିକ ସୌନ୍ଦର୍ଯ୍ୟ ଲାଭ କରିବେ ।
* ଗାଧୋଇବା ସମୟରେ ପାଣିରେ ଲେମ୍ବୁ କିମ୍ବା ଗୋଲାପ ଜଳ ମିଶାଇ ସ୍ନାନ କରିବା ଦ୍ୱାରା ଦେହରୁ ଉତ୍କଟ ଝାଳ ଗନ୍ଧ ବାହାରି ନଥାଏ ।
* ମୁଣ୍ଡ ଧୋଇବା ସମୟରେ ପାଣିରେ ଲୁଣ ମିଶାଇ ମୁଣ୍ଡ ଧୋଇଲେ ବାଳ ଉପୁଡେ ନାହିଁ କିମ୍ବା ପାଚି ନଥାଏ ।
* ରାତିରେ ଶୋଇବା ସମୟରେ ପାଦରେ ଘିଅ ମାଲିସ କରନ୍ତୁ ।ଦେଖିବେ ଭଲ ନିଦ ହେବ ।
* ରାତିରେ ଶୋଇବା ପୁର୍ବରୁ ପାଦରେ ଲେମ୍ବୁ ଘଷିବା ଦ୍ଵାରା ଗୋଇଠୀ ଫାଟି ନଥାଏ ।
* କମଳା ଲେମ୍ବୁ ଚୋପାକୁ ଶୁଖାଇ ଗୁଣ୍ଡ କରି ସେଥିରେ ଦହି ମିଶାଇ ଲଗାଇବା ଦ୍ଵାରା ତ୍ଵଚା ଉଜ୍ବଳ ଦିଶେ ।
* ଗାଧୁଆ ପାଣିରେ ଦୁଗ୍ଧ ମିଶାଇ ଗଧୋଇଲେ ସୌନ୍ଦର୍ଯ୍ୟ ଅକ୍ଷୁର୍ଣ୍ଣ ରୁହେ ।
* ରାତିରେ ଶୋଇବା ପୁର୍ବରୁ ମୁହଁ ରେ ଲେମ୍ବୁ ଘଷି ଧୋଇ ଶୋଇବା ଦ୍ଵାରା ବ୍ରଣ ବାହାରି ନଥାଏ ।
* ସକାଳୁ ଉଠି ନିଜ ଅଘଷା ପାଟି କୁଳି ପାଣିରେ ମୁହଁ ଧୋଇଲେ ବ୍ରଣ କମିଯାଏ ।
Comments are closed.