Odisha news

କିଛିମାସର ବ୍ୟବଧାନ ପରେ ପୁଣି ସୋସୋରେ ହାତୀ ଉପଦ୍ରବ, ଲୋକେ ଆତଙ୍କିତ

0

ହାଟଡ଼ିହି-୨୧/୩, ଗତ କିଛିମାସର ନିରବତା ପରେ ସୋସୋ, ପଢ଼ିଆରିପଲ୍ଲି ଅଞ୍ଚଳରେ ପୁଣି ଦନ୍ତାହାତୀର ଉପଦ୍ରବ ଦେଖିବାକୁ ମିଳିଛି । ଗତବର୍ଷ ଜାନୁୟାରୀ ମାସଠାରୁ ଜୁଲାଇ ମାସ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଆତଙ୍କ ଖେଳାଇ ଦୁଇଜଣଙ୍କୁ ଦଳି ମାରିଦେଇଥିବା ଦନ୍ତା ପୁଣିଥରେ ସୋସୋ ଓ ପଢ଼ିଆରିପଲ୍ଲୀ ଅଞ୍ଚଳରେ ତାର ଆତଙ୍କ ଆରମ୍ଭ କରିଦେଇଛି ।

ବିଶେଷକରି କାନପୁର, ଦନେଇପୁର ଗାଁରେ ଥିବା ତୋଟାରେ ହାତୀଟି ରହୁଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ସୋସୋ, କାନପୁର, ନିଉଦାନୀ, ଦନେଇପୁର ଆଦି ଗ୍ରାମବାସୀମାନେ ସେମାନଙ୍କ ଆମ୍ବ ପଣସ ତୋଟା ଉପରେ ନିର୍ଭର କରୁଥିବାବେଳେ ହାତୀ ଭୟରେ ସେମାନଙ୍କ ଜୀବନ ଜିବିକା ଏକ ପ୍ରକାର ବନ୍ଦ ହୋଇଯାଉଛି ।

ଅନେକ ପରିବାର ଏହି ତୋଟା ଉପରେ ନିର୍ଭର କରି ସେମାନଙ୍କ ପରିବାର ପ୍ରତିପୋଷଣ କରୁଥିବାବେଳେ ଦୁଇବର୍ଷ ହେଲା ସେମାନେ ତୋଟାକୁ ଯାଇ ପାରୁ ନାହାନ୍ତି । ବନ ବିଭାଗ ତୁରନ୍ତ ଏଥିପ୍ରତି ପଦକ୍ଷେପ ଗ୍ରହଣ କରି ହାତୀଟିକୁ ଜଂଗଲକୁ ଘଉଡାଇବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Leave A Reply