Odisha news

ସମ୍ପ୍ରତି ଓଡିଆସାହିତ୍ୟର ମୌଳିକ ମୂଲବୋଧ

0

ସମ୍ପ୍ରତି ଓଡିଆସାହିତ୍ୟର ମୌଳିକ ମୂଲବୋଧ ଦିନୁଦିନ ନିମ୍ନାଭିମୁଖୀ ହେବାରେ ଲାଗିଛି । ସାହିତ୍ୟ ସମାଜର ଦର୍ପଣ । ଆଜି ନ୍ୟାୟାଳୟରୁ ନ୍ୟାୟ ପାଇବାରେ ଅହେତୁକ ବିଳମ୍ବ, ଅସମୟରେ ସରକାର ପରିବର୍ତ୍ତନ, ସମ୍ବିଧାନ ଓ କାନୁନର ଅଙ୍କାବଙ୍କା ଲମ୍ବାରାସ୍ତାରେ ଜନସାଧାରଣ •ଲି•ଲି ଅଧୈର୍ଯ୍ୟ ସହ ଦୁଃଖଭୋଗର ଅନେକ ଅଙ୍ଗେନିଭା କଥାସବୁ ସାମ୍ପ୍ରତିକ ସାହିତ୍ୟରେ ପ୍ରତିଫଳିତ ହେଉଛି । ସେଥିପାଇଁ ମାଥୁ୍ୟ ଆର୍ନଲ୍ଡ କହିଥିଲେ- “ଖସଗ୍ଧରକ୍ସବଗ୍ଧଙ୍କକ୍ସର ସଗ୍ଦ ଗ୍ଧଷର ଜ୍ଞସକ୍ସକ୍ସକ୍ଟକ୍ସ କ୍ଟଲ ଗ୍ଦକ୍ଟମସରଗ୍ଧଚ୍ଚ.” ସମାଜର ହିତ ପାଇଁ ସାହିତ୍ୟର ସୃଷ୍ଟି । ବେଳେବେଳେ ସାହିତ୍ୟ ସମାଜର ପଥପ୍ରଦର୍ଶକ ହୋଇଥାଏ । ପ୍ରକୃତରେ ରାଜା ହରିଶ୍ଚନ୍ଦ୍ର ପରି ଜଣେ ରାଜା ଅତିତରେ ଥିଲେ କି ନଥିଲେ ସେ ବିଷୟରେ ତର୍କ କରାଯାଇପାରେ କିନ୍ତୁ ଗାନ୍ଧିଜୀଙ୍କ ଅନ୍ତରଆତ୍ମାରେ ହରିଶ୍ଚନ୍ଦ୍ର ନାଟକ ଯେଉଁ ପ୍ରଭାବ ପକାଇଲା ସେଥିରେ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱକୁ ଏକ ସତ୍ୟ ଅହିଂସାର ମାର୍ଗ ହିଁ ସର୍ବଶ୍ରେଷ୍ଠ ମାର୍ଗ ବୋଲି ସନେ୍ଦଶ ମିଳିଗଲା ।

ଏମିତି ଇତିହାସ ପୃଷ୍ଟାରେ ପ୍ରତ୍ୟେକ ଯୁଗରେ ଅନେକ କାଳଜୟୀ ସୃଜନମାନ ଅଛି ଯେଉଁ ସାହିତ୍ୟରୁ ଆମେ ସେ’କାଳର ସଂସ୍କୃତି, ସାମାଜିକ ରୀତିନୀତି, •ଲିଚଳଣ, ଧର୍ମ ଧାରଣା, ଚିତ୍ରକଳା ଏବଂ ଲୋକ ଗୀତ ନୃତ୍ୟ ଆଦିର ସ୍ପଷ୍ଟ ଆଭାସ ପାଇଥାଉ । “ରସଗୋଲା ବଙ୍ଗଳାର ନା ଓଡିଶାର”- ଏ ବିଷୟରେ ଚୁଡାନ୍ତ ନିଷ୍ପତ୍ତି କିଛି ସାହିତି୍ୟକ ଗ୍ରନ୍ଥ ପ୍ରମାଣ ବଳରେ ହିଁ ନିଆଗଲା । ତେଣୁ ସାମାଜିକ ଏବଂ ବ୍ୟକ୍ତିଗତ ଜୀବନର ମଙ୍ଗଳ ସାଧନ କରିବା ହିଁ ସାହିତ୍ୟର ଏକମାତ୍ର ଲକ୍ଷ ।
ସାହିତ୍ୟ ମାନବ ଜୀବନ ଯୌବନର ଲଳିତ ପରିପ୍ରକାଶ । ପ୍ରକୃତି କବି ଗଙ୍ଗାଧର ମେହେର, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ବ୍ୟାସକବି ଫକିର ମୋହନ ହୁଅନ୍ତୁ କି ଡଃ ମାୟାଧର ମାନସିଂ, ସମସ୍ତଙ୍କ ସାହିତ୍ୟରେ ସମାଜର ବେଶଭୂଷା, ଅ•ର ବ୍ୟବହାର, ପ୍ରଥା ପରମ୍ପରା ସୁନ୍ଦରଭାବରେ ପ୍ରଷ୍ଫୁଟିତ ହୁଏ । ଅନେକ ଲେଖାରେ ଋପଯୌବନ ବର୍ଣ୍ଣନା ସହ ବିଭିନ୍ନ ଅଳଙ୍କାର ମାଧ୍ୟମରେ ଲଜ୍ଜାଭିତିକ ସାହିତ୍ୟ ରଚନା କରାଯାଇଛି, ଯାହାକି ପଶ୍ଚିମିଦେଶମାନଙ୍କ ସାହିତ୍ୟରେ ମିଳିବନାହିଁ ।

ପଶ୍ଚିମିଦେଶ ମାନଙ୍କରେ ରଚିତ ଉପନ୍ୟାସ ନାଟକରେ କାମବାସନାକୁ ମୁଖ୍ୟବିନ୍ଦୁ କରି ନାୟକନାୟିକା ବନ୍ଧୁକଗୁଳି ମଦ୍ୟପାନ ସହ ନଗ୍ନନୃତ୍ୟ ଦୃଶ୍ୟର ସମାହାର ଆମଦେଶର ସାହିତ୍ୟ ଅପେକ୍ଷା ଅନେକ ବେଶି । କାରଣ ତାହା ସେଠିକାର ସାଧାରଣ ଚଳଣି, ଯେଉଁଥିରେ ଲଜ୍ଜାଶଦ୍ଦର ବିଶେଷ କିଛି ଆଦର କି ମହତ୍ତ୍ୱ ନାହିଁ । ଛକମଝିରେ ଜଣେ ଯୁବତୀ ହାଫପ୍ୟାଂଟ୍ ଉପରେ ଗେଞ୍ଜିଟିଏ ପିନ୍ଧି ସିଗାରେଟ୍ ପିଇପାରେ ଯାହାକି ଆମ ସମାଜରେ ଜଣେ ନାରୀ ପକ୍ଷରେ ଆଦୌ ସମ୍ଭବ ନୁହେଁ ।
ଏବେ କିନ୍ତୁ ଆମ ରାଜ୍ୟର କିଛି ବୁଦ୍ଧିଜୀବୀ ସମାଜର ପତନ ପାଇଁ ସାହିତ୍ୟକୁ ଦାୟୀ କରି ମୁଖ୍ୟ ଦୋଷୀ ବୋଲି ଭାବୁଛନ୍ତି । ଭାବିବେନି ବା କାହିଁକି! ଆମେ ତ ସଦାବେଳେ ଭାବିଛେ ସାହିତ୍ୟ ଓ ସମାଜ ପରଷ୍ପର ପରିପୁରକ । ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ସମାଜର ଜନ୍ମପରେ ହିଁ ସାହିତ୍ୟର ଜନ୍ମ ହୋଇଥିବ । କିନ୍ତୁ ଆଲୋଚନାର ବିଷୟ ହେଲା ସାହିତ୍ୟ ଖରାପ ହେବାରୁ ସମାଜ ଖରାପ ହେଉଛି କି ସମାଜ ଖରାପ ହେବାରୁ ସାହିତ୍ୟ ଖରାପ ହେଉଛି! କିଏ କାହା ଉପରେ ନିର୍ଭର ଏବଂ ବେଶି ହାଭି ହେଉଛି? ବିଜେପି ଦଳର ଜନୈକ ନେତ୍ରୀଙ୍କୁ “ଝିଅ ନୁହେଁ ତୁ କରୋନା ଭାଇରସ୍” ଗୀତ ବହୁତ ଖରାପ ଲାଗିଛି । ପ୍ରଯୋଜକଙ୍କୁ ଗିରଫ କରିବା ସହ ଗୀତିକାର, ନିଦେ୍ର୍ଦଶକ ଓ ଗାୟକ ବାୟକମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିବା ଦେଖି ବିଚରା ପ୍ରସିଦ୍ଧ ଗାୟକ ହୁ୍ୟମାନ୍ ସାଗର ଅତର୍ଚ୍ଛ୍ୟା କ୍ଷମା ମାଗିସାରିଲେଣି । ବିରୋଧକରୁଥିବା ଲୋକଙ୍କ କହିବା କଥା ହେଲା ଏଥିରେ ନାରୀଜାତିର ଅପମାନ ହେଉଛି । ସତ କଥା ।

ନାରୀ ଜନନୀ, ନାରୀ ଭଗ୍ନୀ, ନାରୀ ସର୍ବସଂହା ହୋଇ ଭାଇରସ୍ ମାନେ ଭୂତାଣୁ କେମିତି ହେବ? କିନ୍ତୁ ଅନେକ ସାହିତ୍ୟରେ ଅଶ୍ଲୀଳ ଗାଳିଗୁଲଜ ସହ ଚୁଡେଲ୍ ଆଦି କହିଲେ କିଛି କଥା ନାହିଁ ବୋଧେ! ଯଦି ଗୀତର ଶବ୍ଦାର୍ଥ ଖରାପ ତେବେ “ବାବା ସଲେଇଲେ ମାତା ଚିଲେଇଲେ”, “ଚିପୁଚିପୁ ଚିପିଦେଲା ମୋ ବେଲୁନ୍ ଗଲା ଫାଟି” ପରି ଓଡିଆରେ ଯେଉଁ ଅସଂଖ୍ୟ ଗୀତ ଅଛି, ଖାଲି ନାହିଁ ଲୋକମାନେ ଭଲ ପାଇବାର ପ୍ରମାଣ ମଧ୍ୟ ଦେଇ ସାରିଲେଣି, ସେସବୁ ପ୍ରଯୋଜକଙ୍କୁ କ’ଣ କରାଯିବ! ଜଣେ କହିଲେ ଏପରି ଗୀତ ହିଟ୍ ହେଉଛି ବୋଲି ବେପାରି ଲୋକ ପଇସା ଖଟାଉଛନ୍ତି । ଖାଲି ସେ ବେପାରି ପ୍ରଯୋଜକଙ୍କୁ ବାନ୍ଧିଲେ କ’ଣ ଲାଭ, ଯେଉଁମାନେ ହିଟ୍ କରଉଛନ୍ତି, ୟୁଟୁ୍ୟବ୍ରୁ ଡାଉନ୍ଲୋଡ୍ କରି ବାରମ୍ବାର ଶୁଣି ତା’ର ପ୍ର•ର ପ୍ରସାର କରୁଛନ୍ତି ତାଙ୍କ ଉପରେ ବି କିଛି କଟକଣା ଲାଗିବା ଦରକାର । ଏପରି ସାହିତ୍ୟରେ ସମାଜର ହିତ ନା ଅହିତ, ସେ କଥା କ’ଣ ରାଜନୈତିକ ଦଳଟିଏ ଖାଲି ବି•ର କଲେ ଚଳିବ!
ଆମେ ଆମର ମୁଖ୍ୟ ପ୍ରସଙ୍ଗରୁ ବାଟ ହୁଡିଗଲେ । ସମାଜରୁ ସାହିତ୍ୟ ଉପାଦାନ ଗ୍ରହଣ କରି ଯେପରି ପରିପୃଷ୍ଟ ହୋଇଥାଏ, ସେହିପରି ସମାଜର ଦିଗ୍ଦର୍ଶକ ଭାବରେ କାର୍ଯ୍ୟକରି ସାହିତ୍ୟ ସାମାଜିକ ଜୀବନକୁ ଶୃଙ୍ଖଳିତ କରିଥାଏ । ସଚେତନ ସ୍ରଷ୍ଟାର ସୃଜନ ଶକ୍ତିର ଉସô ହେଲା ସମାଜ । ସ୍ରଷ୍ଟା ସମାଜର ଅଂଶ ବିଶେଷ ହୋଇଥିବାରୁ ତାର ଅଜାଣତରେ ସମାଜର ପ୍ରକୃତ ଚିତ୍ର ପ୍ରକାଶିତ ହୁଏ । ଏଇ କେତେ ଦିନ ତଳର ଓଡିଆ ସିନେମାର ନାଁ “ଆଇ ଲଭ୍ ୟୁ” କି “ତୁ ମୋ ହିରୋ” ନହୋଇ ଯଦି “ମୁଁ ତୁମକୁ ଭଲପାଏ” କିମ୍ବା “ତୁ ମୋ ନାୟକ” ହୋଇଥାନ୍ତା କ’ଣ ସିନେମା •ଲିନଥାନ୍ତା! ଆଜିକାଲିର ହିଟ୍ ଗୀତ – “ଆ ସ୍ଲୋ ମୋସନ୍ରେ ନାଚିବା ଟିକେ ସମ୍ବଲପୁରି ଡ୍ୟାନ୍ସ” ନହୋଇ “ଆ ଧିରଗତିରେ ନାଚିବା ଟିକେ ସମ୍ବଲପୁରି ନାଚ” ହୋଇଥିଲେ କଣ ଫ୍ଲପ୍ ହୋଇ ଯାଇଥାନ୍ତା! ଏସବୁ ନିଜ ଭାଷାପ୍ରତି ସ୍ୱାଭିମାନ୍ ଓ ପ୍ରେମରେ ତ୍ରୁଟି ନୁହେଁକି? ଆମେ ଭାଷା ଆନେ୍ଦାଳନ ନାଁରେ ସବୁସ୍ତରରେ ବହୁତ କାମ କରୁଛେ କିନ୍ତୁ ଏପଟେ ନିଜ ଗୀତରେ ଇଂରାଜୀ ଓ ହିନ୍ଦି ଶଦ୍ଦର ଭରପୁର ଉପଯୋଗ କରିବା ଗୀତିକାର, ଗାୟକ ଓ ପ୍ରଯୋଜକମାନଙ୍କୁ ପୁରସ୍କୃତ କରି •ଲିଛେ ।

ଏହା ଆମର ପାଖଣ୍ଡପଣିଆ କହିଲେ କ’ଣ ଭୁଲ୍ ହେବ! ଆଜିର ବର୍ତ୍ତମାନ କାଲି ଅତିତ ହେବ, ଇତିହାସ ଲେଖାଯିବ । ସେଥିରେ ଭବିଷ୍ୟତ ପିଢି ଯେତେବେଳେ ଏପରି ଅଶ୍ଲୀଳ ଗୀତକୁ ଶୁଣିବେ ଆମ ଆଜିକାର ସମାଜର ଚିତ୍ର ତାଙ୍କ ମନରେ କ’ଣ ଆସିବ! ଆବାଳ ବୃଦ୍ଧ ବନିତା, ଯାହାକୁ ପ•ର କହିବେ ପୁରୁଣା ଗୀତର ମଧୁରତା ଆଉ ଆଜିକାଲି ନାହିଁ । ଆଜିକାର କିଛି ପ୍ରସିଦ୍ଧ ଗୀତିକାର ଓ ଗାୟକ ବି ଏଥିରେ ଏକମତ । ପ୍ରଚେଷ୍ଟା ନାହିଁ କି ଉପାୟ ନାହିଁ । କିଏ କିଏ କହୁଛନ୍ତି ଯୁଗରୁଚି ଅନୁଯାୟୀ ସବୁ ବଦଳୁଛି । ତେଣୁ ସାହିତ୍ୟ ବି ବଦଳିଛି ।
ବଦଳୁ ସାହିତ୍ୟ କିନ୍ତୁ ସୀମା ଭିତରେ ବଦଳି ନଗ୍ନତା ଠାରୁ ଦୂରରେ ରହିଲେ ଭଲ । ସାହିତି୍ୟକର ସାମାଜିକ ଦାୟିତ୍ୱ ଓ ଅଙ୍ଗୀକାରବଦ୍ଧତା ଉପରେ ଆଜି ପ୍ରଶ୍ନଚିହ୍ନ ଲାଗୁଛି । ରାତାରାତି ଶସ୍ତା ଜନପ୍ରିୟତା ଅର୍ଜନ କରିବାକୁ ଯାଇ ଯେଉଁମାନେ ନିଜ ମାତୃଭାଷାର କ୍ଷତି କରୁଛନ୍ତି ସେମାନଙ୍କ ଉପରେ ସମାଜ ଓ ସରକାର, ଉଭୟଙ୍କ ତରଫରୁ ବିଦ୍ଧିବଦ୍ଧ ଅଙ୍କୁଶ ଲାଗିବା ଦରକାର, ତେବେ ଯାଇ ସାହିତ୍ୟ ବଦଳିବ ଏବଂ ପରେ ଆମ ସମାଜରେ ପରିବର୍ତ୍ତନ ଆସିବ । ନିଃସନେ୍ଦହରେ କୁହାଯାଇପାରେ ଯେ ସମାଜର ଉନ୍ନତି ପାଇଁ ଏବଂ ସମାଜକୁ ସମୃଦ୍ଧ କରିବାକୁ ସାହିତ୍ୟର ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ତାକୁ ପ୍ରତ୍ୟେକ ସାହିତି୍ୟକ, ସିଏ ଗୀତିକାର ଲେଖକ କବି ବା ନାଟ୍ୟକାର ଯିଏ ବି ହୁଅନ୍ତୁ ସମସ୍ତେ ଭଲରେ ବୁଝିସୁଝି ଅନୁରୂପ କଳାକୃତି ସୃଜନମାନ ସୃଷ୍ଟିକଲେ ଭବିଷ୍ୟତରେ ସେଗୁଡିକ ସମାଜକୁ ନିୟନ୍ତ୍ରଣକରି ମାର୍ଜିତ କରିବାକୁ ନିଶ୍ଚିତ ଭାବେ ସମର୍ଥ ହେବ । ସମାଜକୁ ଶୁଦ୍ଧ କରିବା ଦାୟିତ୍ୱ ସାହିତ୍ୟର ଏବଂ ସାହିତ୍ୟକୁ ଶୁଦ୍ଧ କରିବା ଦାୟିତ୍ୱ ସାହିତି୍ୟକର ।

ଜଣେ ସାହିତି୍ୟକ ଯେତେବେଳେ ନିଜର ଦାୟିତ୍ୱ ସମ୍ପାଦନବେଳେ ସାମାଜିକ କର୍ତ୍ତବ୍ୟ ସଂଜ୍ଞାନର ଅଙ୍ଗୀକାରବଦ୍ଧତା ଦେଖାଇ ଅଶୀଳତା ଏବଂ ମାତୃଭାଷା ସହ ଅନ୍ୟଭାଷାକୁ ମିଶ୍ରିତ ବିନା ନିଜସୃଷ୍ଟିକୁ ଜନ୍ମ ଦେବ ସେତେବେଳେ ଓଡିଆଜାତି ନିଜର ସ୍ୱାଭିମାନ ଓ ଅସ୍ମିତାକୁ ନେଇ ନିଶ୍ଚୟ ଗର୍ବକରିବ । ତେଣୁ ମିଶ୍ରଭାଷାର ପ୍ରେମ ମରୀଚିକା ପଛରେ ନଦୌଡି ଯଦି ଆମ ନିଜ ମାତୃଭାଷାରେ ସାହିତ୍ୟ ରଚନା କରିବା ତେବେ ଓଡିଆସାହିତ୍ୟର ମୌଳିକତା ଓ ମୂଲ୍ୟବୋଧ ବୃଦ୍ଧି ହୋଇ ଦିନେ ନା ଦିନେ ବିଶ୍ୱରେ ଆଦୃତ ହେବ ।

Leave A Reply