Odisha news

ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଈଛ୍ଛାପୁର ଗାଁର ବଜ୍ରପାତରେ ବଳଦର ମୃତ୍ୟୁ।

0

ତେନ୍ତୁଳିଖୁଣ୍ଟି:- ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଈଛ୍ଛାପୁର ଗାଁର ବନ ମାଝୀଙ୍କ ବଳଦ ବଜ୍ରପାତରେ ମୃତ୍ୟୁ ହୋଈଛି। ଆଜି ଅପରାହ୍ନ ସମୟରେ ପବନ,କୁଆପଥର ବର୍ଷା ସହ ବିଜୁଳି ମାରିଥିଲା। ବନ ବିଗତ ମାସରେ ୧୬ ହଜାର ଟଙ୍କା ଦେଈ ବଳଦ ହଳ କିଣିଥିଲେ। ନିଜର ଜମିଜମା ନଥିବାରୁ, ସେ ତାଙ୍କ ପାଞ୍ଚ ପରିବାର ବଳଦ ହଳର ସାହାଯ୍ୟରେ ହିଁ ପୋଷୁ ଥିଲେ।

ପ୍ରତିଦିନ ସେ ଲୋକଙ୍କ ଜମି ଲଙ୍ଗଳ କରି ନଚେତ ଜଙ୍ଗଲରୁ କାଠ ଆଣି ବିକ୍ରି କରୁଥିଲେ। ଦୁର୍ଭାଗ୍ୟକୁ ଗୋଟିଏ ବଳଦର ମୃତ୍ୟୁ ପାଇଁ ବନ ପରିବାରରେ ଚଡକ ପଡିଛି। ବହୁ କଷ୍ଟରେ ଟଙ୍କା କରଜ କରି ବଳଦ ହଳ କିଣିଥଲେ ବୋଲି ବନ କହିଛନ୍ତି। ସରକାରଙ୍କ ସହାୟତା ଦିଆଯିବାକୁ ବନ ନିବେଦନ କରିଛନ୍ତି। ଏଠାରେ ସୂଚାଈ ଦେବାକୁ ଚହୁଁ ଯେ, ଗତ ବର୍ଷ ୨୦୧୯ ପାଥେୟ ବାତ୍ୟା ଜନିତ କାରଣରୁ ତେନ୍ତୁଳିଖୁଣ୍ଟି ବ୍ଲକରେ ୩୦ ଗୋଟି ପୋଢ ହଳ ଓ ଗୋଟିଏ ବଳଦ ହଳ ମୃତ୍ୟୁ ମୃତ୍ୟୁ ହୋଈଥଲା। ସରକାରଙ୍କ ଘୋଷଣା ପ୍ରକାରେ କ୍ଷତି ପୂରଣ ଦିଆଯିବାକୁ କୁହାଯାଈଥିଲା। ବାରମ୍ବାର ର୍ପଶାସନ ପାଖରେ ଏହି ବିଷୟରେ ଜଣାଈଥିଲେ ସୁଦ୍ଧା କ୍ଷତିଗ୍ରସ୍ତଙ୍କୁ ଟଙ୍କାଟିଏ ମଧ୍ୟ ଦିଆଯାଈ ନାହିଁ। ଫଳରେ ସରକାରଙ୍କ ଯୋଜନା ଗୁଡିକ ଖାଲି ଯୋଜନାର ହିଁ ସିମୀତ। ଗରୀବଙ୍କ ନାଁ ନେଇଁ କେବଳ ଭୋଟ ନେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ।

Attachments area
Leave A Reply