ହାଟଡିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମୌଦା ଗ୍ରାମର ମିହିର କୁମାର ସାହୁ ବାଙ୍ଗାଲୋରରେ ରହି ଗୋଟିଏ ଇଣ୍ଟରନେସନାଲ କମ୍ପାନୀରେ ଏକଜୁକୁଟିଭ ଭାବେ କାମ କରୁଥିବାବେଳେ ସମାଜସେବାକୁ ସେ ବ୍ରତ ଭାବେ ଗ୍ରହଣ କରିନେଇଛନ୍ତି । କରୋନା ମହାମାରୀ ଲକଡାଉନ ସମୟରେ ନିଜ ଅଫିସରୁ ସମୟ ବାହାରକରି ସେ ନିକଟସ୍ଥ ବସ୍ତି ଆଉ ପାଖ ଗାଁକୁ ଗାଁ ବୁଲି ଭଡାଗାଡି ସହାୟତାରେ ଅସହାୟ ଗରିବ ଲୋକ ମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଏପରିକି ଲକଡାଉନ ସମୟରେ ଏଠାରେ କାର୍ଯ୍ୟକରୁଥିବା କେନ୍ଦୁଝର ଜିଲ୍ଲାର ଦାଦନ ଶ୍ରମିକମାନେ କାମଦାମ ବନ୍ଦ ହୋଇଯିବାରୁ ନାନା ଅସୁବିଧା ଭୋଗ କରୁଥିବାବେଳେ ସେମାନଙ୍କୁ ସହାୟତାର ହାତ ବଢ଼ାଇ ଓଡିଶା ପଠାଇବାର ମଧ୍ୟ ବ୍ୟବସ୍ଥା କରିଥିଲେ ।