ଧର୍ମଶାଳା: ଧର୍ମଶାଳାର ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଦଳର ସାଧାରଣ ସମ୍ପାଦକ ଓ ଯୁବ ବ୍ୟାପର ବିଭାଗରରେ ନିଯୁକ୍ତି ଦେଇଥିବାରୁ ବିଜେଡି କର୍ମୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି । ଆଜି ମୁଖ୍ୟ ମନ୍ତ୍ରୀ ତଥା ବିଜେଡି ଦଳର ସଭାପତି ରାଜ୍ୟରେ ବିଜେଡିର ସାଧାରଣ ସମ୍ପାଦକମାନଙ୍କୁ ନିଯୁକ୍ତି ଦେବା ସହ ବିଭିନ୍ନ ବିଭାଗରେ ଦାୟିତ୍ୱ ବଂଟନ କରିଛନ୍ତି ଏହି କ୍ରମରେ ଶ୍ରୀ ବଳବନ୍ତରାୟଙ୍କୁ ସାଧାରଣ ସମ୍ପାଦକ ଓ ଯୁବ ବ୍ୟାପାର ବିଭାଗ ଦାୟିତ୍ୱ ଦିଆଯାଇଛି । । ଏନେଇ ଭୁବନେଶ୍ୱରରେ ଆଜି ପୁର୍ବାହ୍ନରେ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । ଦଳର ହାଇକମାଣ୍ଡ ଧର୍ମଶାଳାର ଯୁବ ବିଧାୟକ ଶ୍ରୀ ବଳବନ୍ତରାୟଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ଏନେଇ ଧର୍ମଶାଳାର ବିଜେଡି କର୍ମୀ ଓ ଭୋଟରମାନେ ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ବିଧାୟକ ଶ୍ରୀ ବଳବନ୍ତରାୟ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ପକ୍ଷରୁ ପ୍ରତିଦ୍ୱନ୍ଦିତା କରି ବିପୁଳ ଭୋଟରେ ବିଜୟ ହୋଇଥିଲେ । ବିଧାୟକ ଭାବେ ନିର୍ବାଚିତ ହେବା ପରେ ୫ ବର୍ଷ ଧରି ସେ ସାଧାରଣ ଲୋକମାନଙ୍କ ପାଇଁ କାମକରିବା ସହ ସେମାନଙ୍କ ସୁଖ ଦୁଖଃରେ ଭାଗି ହୋଇ ନିକଟତର ହୋଇପରିଥିଲେ । ଏହାକୁ ନଜରରେ ରଖି ହାଇକମାଣ୍ଡ ଆସ୍ଥା ପ୍ରଣବ ବଳବନ୍ତରାୟଙ୍କ ଉପରେ ପ୍ରକଟ କରି ୨୦୧୯ ସାଧାରଣ ନିର୍ବାଚନରେ ଦଳୀୟ ଟିକଟ ପ୍ରଦାନ କରିଥିଲେ । ଏହି ନିର୍ବାଚନରେ ମଧ୍ୟ ସେ ବିପୁଳ ଭୋଟ ପାଇ ବିଜୟୀ ହେଇଥିଲେ । ତାଙ୍କ ଦୃଡ ନେତୃତ୍ୱ ଓ ସାଂଗଠନିକ ଦକ୍ଷତା ବଳରେ ସେ ନିଜର ପାରଦର୍ଶିତାକୁ ପ୍ରତିପାଦିତ କରି ନିର୍ବାଚନ ମଣ୍ଡଳୀରେ ଭୋଟରମାନଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି । ଆଜି ଏହି ଖବର ଜଣାପଡିବା ପରେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ବିଜେଡି ସଭାପତି ଜଳଧର ମହାନ୍ତି,ବରିଷ୍ଠ ବିଜେଡି ନେତା ପ୍ରିୟନାଥ ମହାପାତ୍ର, ଜଳଧର ସାହୁ, ନିରଞନ ବଳ,ଦୁଃଶାସନ ସାହୁ, ଉକ୍ରଳ କେଶରୀ ଦାସ,ଶ୍ରୀନିବାସ ଜେନା, ବିଜେଡି ମହିଳା ନେତ୍ରୀ ବିଶ୍ୱବନ୍ଦନା ଜେନା,ଜିଲ୍ଲା ପରିଷଦ ସଭ୍ୟା ମମତା ଦଣ୍ଡପାଟ,ସୁରେଖା ନାୟକ, ଯୁବନେତା ନିର୍ମଳ ପ୍ରଧାନ,ଅଜୟ ନାୟକ,ଅକ୍ଷୟ କୁମାର ନାୟକ,ପ୍ରଫୁଲ୍ଲ ସାହାଣୀ, ପ୍ରଭୁଦତ ଜେନା,ଅସିତ କୁମାର ଜେନା,କ୍ଷୀରୋଦ ମୁଦୁଲି, ରଶ୍ମୀରଞନ ରାୟ, ପ୍ରତାପ କୁମାର ପ୍ରଧାନ,ଶ୍ରୀକାନ୍ତ ସାହୁ,ଇଂ କଳ୍ପତରୁ ସାହୁ, ସୁନିଲ କୁମାର ରାଉତରାୟ,ଶରତ କୁମାର ନାୟକ, । ପ୍ରମୁଖ ବହୁ ବିରେଡି କର୍ମୀ ୁମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
