Odisha news

ଯାତ୍ରା କଳାକାରଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି : ଯାତ୍ରା କଳାକାର ମାନେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି

0

ହାଟଡିହି : କରେନା ମହାମାରୀ ସମୟରେ ଛୋଟ ଛୋଟ ଯାତ୍ରା ପାର୍ଟି ଗୁଡିକ ସେମାନଙ୍କର ମଞ୍ଚ ପ୍ରଦର୍ଶନ ବନ୍ଦ କରିବାଦେଇ ଥିବାରୁ ଯାତ୍ରା କଳାକାର ମାନେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । ଯାତ୍ରାପାଟିରେ ନିଜର କଳା ପ୍ରଦର୍ଶନ କରି ପରିବାର ଚଳାଉଥିବା ଏହି କଳାକାରମାନେ ଏବେ ନାନା ଅସୁବିଧାରେ କାଳାତିପାତ କରୁଛନ୍ତି । ଆନନ୍ଦପୁର ଉପଖଣ୍ଡରେ ଥିବା ଏହିପରି ଛୋଟଛୋଟ ଯାତ୍ରାପାର୍ଟିର କଳାକାର ମାନଙ୍କୁ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକସେଠୀ, ଜ୍ଞାନରଞ୍ଜନ ସାମନ୍ତ ସିଂହାର, ସୁଶାନ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ଏହି କଳାକାର ମାନଙ୍କୁ ଚାଉଳ, ଡାଲି, ଚୁଡା, ଚିନି, ସାବୁନ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଛନ୍ତି ।  ରାଜ୍ୟ ସରକାର କରୋନା ମହାମାରୀ ସମୟରେ ଅନ୍ୟମାନଙ୍କୁ ଯେପରି ସହାୟତାର ହାତ ବଢ଼ାଉଛନ୍ତି ସେହିପରି ଲକଡାଉନ ଓ ସର୍ଟଡାଉନ ସମୟରେ ଏମାନଙ୍କୁ ସହାୟତାର ହାତ ବଢ଼ାଇ ସେମାନଙ୍କ ପରିବାରଙ୍କ ମୁହଁରେ ଦାନା ଗଣ୍ଡିଏ ଯୋଗାଇ ଦେବାକୁ ଆଲୋକ ସେଠୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।

ଡଅଁର-ରେବ ପୋଲ ରାସ୍ତା ଶୋଚନୀୟ, ୫ବର୍ଷ ହେଲା ମରାମତିର ନାଁ ଧରୁନି ଆର.ଡି ବିଭାଗ (ଫଟୋ) .ହାଟଡିହି, ୧୩ । ୭  : ହାଟଡିହି ବ୍ଲକ ଡଅଁର ଠ୭  : ହାଟଡିହି ବ୍ଲକ ଡଅଁର ଠାରୁ ରେବପୋଲ ପର୍ଯ୍ୟନ୍ତ ଯାଇଥିବା ଆର.ଡି ବିଭାଗ ରାସ୍ତାଟି ଏବେ ଶୋଚନୀୟ ହୋଇପଡିଛି । ବର୍ଷାଦିନ ଆରମ୍ଭ ହୋଇଯାଇଥିବାରୁ ଏହି ରାସ୍ତାଦେଇ ଯାତାୟତ କରିବା ସମ୍ଭବପର ହେଉ ନାହିଁ । ଏହି ରାସ୍ତାଟି ଉପରେ ଡଅଁର, ଚଷାଖଣ୍ଡ, ସରଳା, ମନୋହରପୁର, ସୋଲପଟା, ବଳଭଦ୍ରପୁର, ଶାଳଣିଆଁ, ଏଲକଣିଆ, ବିଷ୍ଣୁପୁର, ଜଳସରପୁର, ସାହାପୁର ଗେଡମା ଆଦି ଗ୍ରାମର ଲୋକମାନେ ଭଦ୍ରକ ଜିଲ୍ଲାର ବନ୍ତ ଯିବା ଉପରେ ନିର୍ଭର କରିଥାନ୍ତି । ଏ ଅଞ୍ଚଳର ଲୋକମାନେ ବନ୍ତ ବଜାର, ବନ୍ତ ଡାକ୍ତରଖାନା ଉପରେ ନିର୍ଭର କରୁଥିବାବେଳେ ଏହି ରାସ୍ତାଦେଇ ଗଲେ ମାତ୍ର ୭କିଲୋମିଟର ଦୁର ହୋଇଥାଏ । ଫଳରେ ହଜାର ହଜାର ଲୋକ ବନ୍ତ ଯିବାପାଇଁ ଏହି ଏକମାତ୍ର ରାସ୍ତା । ଏହି ରାସ୍ତାଟି ଅବହେଳିତ ହୋଇ ପଡି ରହିଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ବହୁ ଦାବିପରେ ଏହି ରାସ୍ତାଟିକୁ ଆର.ଡି ବିଭାଗ ହାତକୁନେଇ ଗତ ୫ବର୍ଷ ତଳେ ୬୦ଲକ୍ଷଟଙ୍କା ବ୍ୟୟରେ ୩କିଲୋମିଟର ୮୦୦ମିଟର ରାସ୍ତାକୁ ଦୁଇ ଲେୟାର ମେଣ୍ଟାଲିଂ କରିବା ସହିତ ପିଚୁ ରାସ୍ତା ନିର୍ମାଣ କରିଥିଲା ।

ମାତ୍ର ଏହି ରାସ୍ତାଦେଇ ବାଲିବୋଝେଇ ଭାରିଯାନ ଚଳାଚଳ କରିବାରୁ ମାତ୍ର ଦିନ କେଇଟା ଭିତରେ ରାସ୍ତାଟି ପୁର୍ବାବସ୍ଥାକୁ ଫେରି ଆସିଥିଲା । ଏପରିକି ଆର.ଡି ବିଭାଗ ସେହିଦିନଠାରୁ ରାସ୍ତାକୁ ଆଉ ମରାମତି ନକରିବାରୁ ଏବେ ରାସ୍ତାଟି ସାରା ଖାଲଖମାରେ ପରିପୁର୍ଣ୍ଣ ହୋଇଯାଇ ଯାତାୟତ ଅନୁପଯୋଗୀ ହୋଇ ପଡିଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆର.ଡି. ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏତôପ୍ରତି ଦୃଷ୍ଟିଦେଇ ତୁରନ୍ତ ଏହି ରାସ୍ତାକୁ ନିର୍ମାଣ କରି ଯାତାୟତ ଉପଯୋଗୀ କରିବାକୁ ଜିଲ୍ଲାପରିଷଦ ସଦସ୍ୟା ପ୍ରଣତୀ ଦେଓ, ପୁର୍ବତନ ସମବାୟ ସମିତି ସଭାପତି ରଞ୍ଜନ ପହି, ଡଅଁର ସରପଞ୍ଚ ହିସି ହେମ୍ରମ, ସମିତିସଭ୍ୟ ଭାଷ୍କର ମୁଣ୍ଡା, ନାୟବ ସରପଞ୍ଚ ଦୁର୍ଯେ୍ୟାଧନ ଜେନା, ପ୍ରତାପ ଦେଓ, ମଦନ ସାନ୍ତାଳ, ମନୋଜ ବେହେରା, ଧ୍ରୁବ ଚରଣ ରାଉତ,  ସୁଧିର ଜେନା, ଯଜାତି କେଶରୀ ରାଉତ, ନାରାୟଣ ଜେନା, ରମାକାନ୍ତ ପାତ୍ର, ପଚୁର୍ବତନ ସମିତିସଭ୍ୟ ରବିନ୍ଦ୍ର ସେଠୀ, ପୁର୍ବତନ ସରପଞ୍ଚ କନକଲତା ଦେଓ ପ୍ରମୁଖ ଦାବି କରିଛନ୍ତି ।

Har Ghar Tiranga

Leave A Reply