Odisha news

ନବବଧୂଙ୍କ ଆତ୍ମହତ୍ୟା ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ : ସ୍ୱାମୀ ଅଟକ

0

ଗୋପ : ଗୋପ ଥାନା ଅଧିନ ସୋରଭା ପଞ୍ଚାୟତ ସ୍ଥିତ ସୋରଭା ଗ୍ରାମରେ ପୁଷ୍ପଲତା ବାରିକ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବାବେଳେ ପରିବାର ଲୋକଙ୍କ ପକ୍ଷରୁ ପୁଷ୍ପଲତାଙ୍କ ପରିବାର ଲୋକ ବଧୂ ହତ୍ୟା ଅଭିଯୋଗ କରିଛନ୍ତି । ଏ ନେଇ ଗୋପ ପୋଲିସ୍ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବାବେଳେ ସ୍ୱାମୀ ସୌମ୍ୟରଞ୍ଜନ ବାରିକଙ୍କ ଅଟକ ରଖି ପଚରା ଉଚରା କରୁଛି । ସୂଚନା ଅନୁଯାୟୀ ଅସ୍ତରଙ୍ଗ ଥାନା ନଗର ଅଞ୍ଚଳର ପୁଷ୍ପଲତା ବାରିକ ଗତ ଏକ ବର୍ଷ ତଳେ ସୋରଭା ପଞ୍ଚାୟତର ସୌମ୍ୟରଞ୍ଜନଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ପରେ ସୌମ୍ୟରଞ୍ଜନ ଓ ପୁଷ୍ପଲତା ବିବାହ କରିଥିବାବେଳେ ଦୀର୍ଘ ଏକ ବର୍ଷ ଧରି ସୋରଭାରେ ରହି ଆସୁଥିଲେ ।

ମାତ୍ର ଗତକାଲି ପରିବାର ଲୋକ ଏକ ବାହାଘର ଭୋଜିରେ ବାହାରକୁ ଯାଇଥିବା ସମୟରେ ପୁଷ୍ପଲତା କୌଣସି କାରଣକୁ ନେଇ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଭୋଜିରୁ ଫେରି ଜାଣିବାକୁ ପାଇଥିଲେ । ଏ ନେଇ ଗୋପ ପୋଲିସ୍ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚô ଶବଟିକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ଡ଼ାକ୍ତରଖାନାକୁ ପଠାଇଥିଲେ । ପରେ ପୁଷ୍ପଲତାଙ୍କ ଭାଇ ଗୋପ ଥାନାରେ ଭଉଣୀକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିବା ପରେ ଗୋପ ପୋଲିସ୍ ଏକ ହତ୍ୟା ମାମଲା ରୁଜ୍ କରି ସ୍ୱାମୀକୁ ଅଟକ ରଖି ପଚରା ଉଚରା କରୁଥିବା ଥାନାଧିକାରୀ ସୁଧୀର କୁମାର ସାହୁ ସୂଚନା ଦେଇଛନ୍ତି ।

Leave A Reply