ମେଷ:~ କୌଣସି ବନ୍ଧୁ ସ୍ୱତଃପ୍ରବୃତ୍ତ ଭାବରେ ସାହାର୍ଯ୍ୟ କରିବାକୁ ଆଗେଇ ଆସିବେ ।କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହ ସହମତିରେ କାର୍ଯ୍ୟ କଲେ ସଫଳତା ପାଇବେ । ପ୍ରଖର ମାନସିକତାରେଦୁରୂହ କାର୍ଯ୍ୟ ସମ୍ପାଦନ କରିବାରେ ସିଦ୍ଧିହସ୍ତ ହେବେ। ପ୍ରଚୁର ଅର୍ଥାଗମର ସୂଚନା ମିଳୁଛି । ସ୍ୱକୁଳ ପ୍ରଧାନ ହୋଇପାରନ୍ତି । ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ। ସୁସ୍ଥ ରହିବେ।
ବୃଷ:~ ପରିବାରରେ ସନ୍ତାନଙ୍କ କୃତି ଓ କୃତିତ୍ୱ ରେ ଖୁସି ହୋଇପାରନ୍ତି । ଅଫିସ୍ ରେସ୍ଥଗିତ କାମ ପାଇଁ ଅନ୍ୟକୁ କିମ୍ବା ନିଜ ଘର ଲୋକଙ୍କୁ କୈଫିୟତ୍ ଦେବାକୁପଡିପାରେ । ବିଚାର ଓ କାର୍ଯ୍ୟଦକ୍ଷତା ପ୍ରଦର୍ଶନରେ ଉଚ୍ଚ କର୍ତ୍ତୃପକ୍ଷ ସନ୍ତୁଷ୍ଟ ରହିବେ । ଉଚ୍ଚ ଅଭିଳାଷପୂରଣ ହେବ । ଦାମ୍ପତ୍ୟ ସୁଖ, ପରୋପକାର, ଆର୍ଥିକ ସ୍ୱଚ୍ଛଳତା, ରାଜନୀତିରେ ଉତ୍ତମ ବୁଝାମଣା, ଧର୍ମାନୁଷ୍ଠାନ ସହ ସୁସଂପର୍କ ରଖିବେ।
ମିଥୁନ – ମାନସିକ ଅସ୍ଥିରତା କୁ ବୃଦ୍ଧି କରିବାରେ ବନ୍ଧୁଙ୍କ ପରୋକ୍ଷ କାର୍ଯ୍ୟାବଳୀ ଅନନ୍ୟକାରଣ ହୋଇପାରେ। ସନ୍ତାନଙ୍କ ସମସ୍ୟା ସମାଧାନ ଓ ଚିନ୍ତା ମନକୁ ଆନନ୍ଦୋଳିତ କରିପାରେ।ପାରିବାରିକ ସୁଖ ସୌଭାଗ୍ୟ ଅବ୍ୟାହତ ରହିବ। ଜମିବାଡି ସଂପର୍କୀତ ବିବାଦ ସମାଧାନକରିବେ। ମାନସିକ ଅସ୍ଥିରତା ଦୂର ହେବ ନାହିଁ । କର୍ମକ୍ଷେତ୍ରରେ ସ୍ଥିତି ସୁଦୃଢ କରିବେ। ବନ୍ଧୁମାନେ ସହ-ଯୋଗୀ ହେବେ ।
କର୍କଟ:~ ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ପ୍ରସ୍ତୁତି ପର୍ବ ଜୋର୍ ଦାରକରିପାରନ୍ତି । କୌଣସି ଆତ୍ମୀୟଙ୍କ ଅସହଯୋଗ ଓ ପରୋକ୍ଷ ସମାଲୋଚନା ରେ କ୍ଷୁବ୍ଧ ହେବେ ।ଘାତଚନ୍ଦ୍ର ଦିନସାରା ଭୋଗ ହେବ । ସ୍ଥିର ବୁଦ୍ଧି ପ୍ରୟୋଗଗନ କଲେ ପ୍ରତି କ୍ଷେତ୍ରରେ କ୍ଷତିସହିବେ । ସ୍ୱାସ୍ଥ୍ୟରେ ଅବନତି, ପାରିବାରିକ ସୁଖ, କର୍ମକ୍ଷେତ୍ରରେ ନେତୃତ୍ୱ ଲାଭ, ଦୂର ଯାତ୍ରାରେ ବ୍ୟୟ, ବ୍ୟବସାୟରେ ସମୃଦ୍ଧି ଓ ରାଜନୀତିରେ ଅଧୋଗତି ଆସିବ।
ସିଂହ:~ ବନ୍ଧୁଙ୍କ ପରାମର୍ଶରେ ନୂତନ କାମ ଆରମ୍ଭ ଲାଗି ଚେଷ୍ଟା କରିପାରନ୍ତି। ପାରିବାରିକକ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ। ଶ୍ରୀ ଚନ୍ଦ୍ର ଭୋଗ ପାଇଁଦିନଟି ମଙ୍ଗଳ ଦାୟକ ଅଟେ। ମନରେ ସନ୍ତୋଷ କର୍ମରେ ଶୃଙ୍ଖଳା, ସଜ୍ଜନ ସଂପର୍କ, ପରୋପକାର, ସୁଖାଦ୍ୟ, ମନୋରଂଜନ ଏବଂ ବସ୍ତ୍ରାଳଙ୍କାର ପ୍ରାପ୍ତି ଯୋଗ ଅଛି। ରାଜନୀତିରେ ଉଚ୍ଚ ପଦାସୀନଙ୍କ ସାହଚର୍ଯ୍ୟ ମିଳିବ।
କନ୍ୟା:~ ଉପସ୍ଥିତ ସମସ୍ୟା ସମାଧାନ କ୍ଷେତ୍ରରେ ଉପରିସ୍ଥ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବକରିପାରନ୍ତି । ଆଜି ଅପରାହ୍ନରେ ଭ୍ରମଣ ସୁଯୋଗ ଲାଭ କରିବେ । କର୍ମକ୍ଷେତ୍ରରେ ଅଯଥାଅଭିଯୋଗ ଆସିବ । ଉଚ୍ଚ କର୍ତ୍ତୃପକ୍ଷ ନିରବ ରହିବାକୁ ବାଧ୍ୟ ହେବେ । ଦୈହିକ ସ୍ୱାସ୍ଥ୍ୟ ସେପରିଭଲ ନ ରହିପାରେ । ଯାନ ବାହାନରେ ବ୍ୟୟ ସାମାଜିକ ପ୍ରତିଷ୍ଠା, ବ୍ୟବସାୟରେ ଉନ୍ନତି,ଧର୍ମକାର୍ଯ୍ୟରେ ଆଗ୍ରହ ।
ତୁଳା:~ କର୍ମକ୍ଷେତ୍ରରେ ସନସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ କେତେକ କାମ ଅଧୁରା ରହିଯିବ ।ବ୍ୟବସାୟ, ପେିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବାରେ ବନ୍ଧୁ ସାହାର୍ଯ୍ୟ କରିବେ। ଦିନଟି ଶାନ୍ତିସନ୍ତୋଷ ପ୍ରଦାୟକ ହେବ। ମାଙ୍ଗଳିକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିବେ। ବ୍ୟୟ ହେଲେମଧ୍ୟ କାର୍ଯ୍ୟମାନ ସଂପାର୍ଦିତ ହେବ। ଦ୍ରବ୍ୟ ଲାଭ,ନିମ୍ନଅଙ୍ଗରେ ପୀଡା କିମ୍ବା ଗୁରୁଜନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତା ବଢାଇବ।
ବିଛା:~ ନିଜର ଚତୁଃପାଶ୍ୱର୍ରେ ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡିକଠିକ୍ ଭାବେ ସମ୍ପୂର୍ଣ୍ଣ ହେବ ନାହିଁ। ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡିବ। ପରୋକ୍ଷରେଶତ୍ରୁ ବଢିବେ । ଥଣ୍ଡା ସର୍ଦ୍ଦି ହେତୁକ ସ୍ୱାସ୍ଥ୍ୟ ସମସ୍ୟା ଆସିବ । ଯାନବାହନରେ ବ୍ୟୟ ଉଦ୍ୟମସଫଳ, ଆଧ୍ୟାତ୍ମିକ ଅନୁଚିନ୍ତନ ବୃଦ୍ଧି,ବ୍ୟବସାୟିକି ଲାଭ ଓ ରାଜନୀତିରେ କ୍ଷମତା ବୃଦ୍ଧି ।
ଧନୁ:~ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ମନ ହାଲୁକା ହୋଇଯିବ । ଯେତେପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ଅନ୍ୟମାନଙ୍କୁ ତାହା ସାଧାରଣ ମନେ ହେବ । ଆର୍ଥିକସ୍ଥିତି ସ୍ୱଚ୍ଛଳ ରହିବ । ମନରେ ସନ୍ତୋଷ କର୍ମରେ ନିୟମିତତା, ବ୍ୟୟ ଆବଶ୍ୟକତା ଅନୁସାରେକରିବେ । ପରିବାରରେ ଗୁରୁଜନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତା ବଢାଇବ । ବୈଷୟିକ ଉନ୍ନତି, ପରୋପକାର କରି ଆତ୍ମ ସନ୍ତୋଷ ପାଇବେ ।
ମକର:~ ସଭାସମିତିରେ ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । ବନ୍ଧୁଙ୍କ ସାନ୍ନିଧ୍ୟଲାଭରୁ ଏକାନ୍ତବୋଧ ହ୍ରାସ ପାଇବ । ସାରାଦିନ ଘାତଚନ୍ଦ୍ର ଭୋଗ ହେବ । ଅଭାବ ଅନଟନ ,କାର୍ଯ୍ୟକ୍ରମରେ ବିଶୃଙ୍ଖଳା, ପରୋକ୍ଷରେ ଶତ୍ରୁ ବୃଦ୍ଧି , ମାନସିକ ଅସହାୟତା, ବନ୍ଧୁ ବାନ୍ଧବଙ୍କଠାରୁ ଗଠନ ମୂଳକ ପରାମର୍ଶ ପାଇବେ ।
କୁମ୍ଭ:~ କର୍ମକ୍ଷେତ୍ର ରେ ସରକାରୀ ସ୍ତରରୁ ସମ୍ମାନିତ ହେବେ। ସାମାଜିକ ସ୍ତରରେ ଜନମଙ୍ଗଳକାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଆୟ ଉପାର୍ଜନରେ ଅନିଶ୍ଚିତ ସ୍ଥିତିଆସିପାରେ । ବିବେକାନୁମୋଦିତ କାମ ସର୍ବଦା କରଣୀୟ । ଅଣ୍ଟା ମେରୁଦଣ୍ଡରେ ପୀଡା, ଉଚ୍ଚ ସଂପର୍କରେ ଉନ୍ନତି , ବ୍ୟୟ ବୃଦ୍ଧି, ପରିବାରରେ ମତ ପାର୍ଥକ୍ୟର ସମ୍ଭାବନା ଅଛି ।
ମୀନ – ଜମିଜମା, ଗୃହସୀମା, କିମ୍ବା ଘରଭଡା କୁ କେନ୍ଦ୍ର କରି ସାମାନ୍ୟ ଝଗଡା ସୃଷ୍ଟିହୋଇପାରେ । ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ ।ଶୁଭାକାଂକ୍ଷୀମାନେ ସହ-ଯୋଗର ହାତ ବଢେଇବେ । ବାସ ଗୃହରେ ଆବଶ୍ୟକ ଥିବା ସଂସ୍କାରଆଣିପାରିବେ । ପରିବାରରେ ସମ୍ୟକ ବୁଝାମଣା, ଉପହାର ପ୍ରାପ୍ତି ଦୂର ଯାତ୍ରାରେ ବ୍ୟୟ ଆଧ୍ୟାତ୍ମିକ ଦିଗରେ ବିଶ୍ୱାସ ଓ ରାଜନୀତିରେ ଜନାବୃତି ମିଳିବ ।