Odisha news

ମଣିଷକୁ ଖୁସି ରହିବା ପାଇଁ ଫିଲ ଗୁଡ଼ ହର୍ମୋନ ବଢାଇବା ନିହାତି ଆବଶ୍ୟକ, ଆପଣାନ୍ତୁ ଏହିସବୁ ଉପାୟ

0
ମାନବ ଜୀବନ ରେ ପ୍ରତ୍ୟେକ ବ୍ୟକ୍ତି ସୁଖୀ ଓ ଚିନ୍ତାମୁକ୍ତ ରହିବାକୁ ଇଛା ରଖି ଥାଆନ୍ତି l ଏହି ଇଛା ପୁର୍ଣ ହେବା ପାଇଁ ଫିଲ ଗୁଡ଼ ହର୍ମୋନ ର ଆବଶ୍ୟକତା ରହିଛି , ଯାହା ଏଣ୍ଡୋର୍ଫିନ , ଶେରୋଟୋନିନ, ଅକ୍ସୀଟୋସିନ ଓ ଡୋପାମାଇନ ଭଳି ହର୍ମୋନ ସାମିଲ ରହିଛି l ଏହି ସବୁ ହର୍ମୋନ ଆମ ମୁଡ଼ କୁ ନିୟନ୍ତ୍ରିତ କରିଥାଏ ଓ ଉତେଜନା ହ୍ରାସ ଜକରିଥାଏ l ଏଥିପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ସାତଟି ଉପାୟ ଗ୍ରହଣ କରିବାକୁ ପଡିବ l
– ଫିଲ ଗୁଡ଼ ହର୍ମୋନ ବଢାଇବା ପାଇଁ ଆପଣାନ୍ତୁ ୭ଟି ଉପାୟ –
– ଶାରୀରିକ ଗତିବିଧି ଏଣ୍ଡୋର୍ଫିନ ଉତ୍ପାଦନ କୁ ବୃଦ୍ଧି କରିଥାଏ l ଯାହା ଯନ୍ତ୍ରଣାକୁ କମ କରିଥାଏ ଓ ମୁଡ଼ କୁ ଉତ୍ସାହିତ କରିଥାଏ l ବ୍ୟାୟାମ ମଧ୍ୟ ଉତେଜନା ଓ ଇଙ୍ଗାଯାଇଟି କୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ l ଏପରିକି ୩୦ ମିନିଟ ପର୍ଯ୍ୟନ୍ତ ଦ୍ରୁତ ଗତିରେ ଚାଲିବା ଦ୍ୱାରା ମଧ୍ୟ ଆପଣଙ୍କ ହର୍ମୋନ ସ୍ତରରେ ପରିବର୍ତନ ଆସିଥାଏ l
– ଧ୍ୟାନ, ଯୋଗ ଓ ଅନ୍ୟ ମାଇଣ୍ଡଫୁଲ ନେସ ଅଭ୍ୟାସ ମସ୍ତିଷ୍କ ରେ ସେରୋଟୋନିନ ସ୍ତର କୁ ବୃଦ୍ଧି କରିଥାଏ l ଯାହା ଚିନ୍ତା କମାଇବାରେ ସାହାଯ୍ୟ କରେ l ଏହି ଅଭ୍ୟାସ ରକ୍ତଚାପ ହ୍ରାସ କରିବା ସହିତ ମାନସିକ ଉତେଜନା କୁ ମଧ୍ୟ ହ୍ରାସ କରିଥାଏ l
– ନିଦ୍ରା ହ୍ରାସ ହେବା ଦ୍ୱାରା ଶେରୋଟୋନିନ ଓ ଅନ୍ୟ ଫିଲ ଗୁଡ଼ ହର୍ମୋନ ର ଉତ୍ପାଦନ ରେ ହ୍ରାସ ହୋଇଥାଏ l ପ୍ରତିଦିନ ୭ରୁ ୮ଘଣ୍ଟା ନିହାତି ଶୋଇବା ଜରୁରୀ l ଯାହାକି ଆପଣଙ୍କ ଫିଲ ଗୁଡ଼ ହର୍ମୋନ କୁ ସନ୍ତୁଳନ ରଖିବାରେ ସାହାଯ୍ୟ କରିବ l
– ନିୟମୀ ଭାବରେ ଫଳ, ପନିପରିବା, ବିଭିନ୍ନ ଶସ୍ୟ ଜାତୀୟ ଜିନିଷ ନିଜ ଆହାର ରେ ସାମିଲ କଂସାରନ୍ତୁ l ଯାହାକି ଆପଣଙ୍କ ଗୁଡ଼ ହର୍ମୋନ ବୃଦ୍ଧି କରିବାରେ ସାହାଯ୍ୟ କରିବ ଓ ଶରୀର କୁ ପୋଷାକ ତତ୍ୱ ଯୋଗାଇବ l କାହିଁକି ନ ପୋଷାକ ଯୁକ୍ତ ଖାଦ୍ୟ ଦ୍ୱାରା ମଧ୍ୟ ଡୋପାମାଇନ ସ୍ତରରେ ବୃଦ୍ଧି ହୋଇଥାଏ l
– ନିଜ ସାଙ୍ଗ ସାଥି ଓ ପ୍ରିୟଜନ ଙ୍କ ସହିତ ସମୟ ଅତିବାହିନ କରିବା ଦ୍ୱାରା ହାର୍ଟ ବିଟ ଠିକ ରହିଥାଏ ଓ ସକାରାତ୍ମକ ଉର୍ଜା ର ଜାଗ୍ରତ ହୋଇଥାଏ l ଏହାଦ୍ୱାରା ଅକ୍ସୀଟୋସିନ ହର୍ମୋନ ବୃଦ୍ଧି ହୋଇଥାଏ l ଯାହାକି ଚିନ୍ତା ଓ ମାନସିକ ଚାପ କମାଇବାରେ ସାହାଯ୍ୟ କରେ l
ହସିବା ଦ୍ୱାରା ଫିଲ ଗୁଡ଼ ହର୍ମୋନ ବୃଦ୍ଧି ହୋଇଥାଏ l ଯେତେବେଳେ ଆପଣ ମନଖୋଲି ହସି ଥାଆନ୍ତି, ସେତେବେଳେ ଆପଣଙ୍କ ମସ୍ତିଷ୍କ ରୁ ଏଣ୍ଡୋର୍ଫିନ ନିର୍ଗତ ହୋଇଥାଏ, ଯାହା ମୁଡ଼ କୁ ଠିକ କରିବାରେ ସାହାଯ୍ୟ କରିଥାଏ ଓ ଉତେଜନା ହ୍ରାସ କରିଥାଏ l ତେଣୁ କିଛି ହସି ମଜାକ କରିବା ନିହାତି ଜରୁରୀ l
– ପ୍ରକୃତି ସହିତ ସମୟ ଅତିବାହିତ କରିବା ସବୁଠୁ ଶରୀର ପକ୍ଷରେ ହିତକର ହୋଇଥାଏ l ତେଣୁ ଦିନରେ ଘର ବାହାରକୁ ବାହାରିବା ନିହାତି ଜରୁରୀ l ଯଦି ଆମେ ଉଦିତ ସୂର୍ଯ୍ୟଙ୍କ କିରଣ ଲାଭ କରିବା ତେବେ ଶରୀର ରେ ଶେରୋଟୋନିନ ସ୍ତର ବୃଦ୍ଧି ପାଇବ l ଯାହା ମୁଡ଼ କୁ ଠିକ ରଖିବାରେ ସାହାଯ୍ୟ କରିବ l
Leave A Reply