Odisha news

କାହିଁକି ମଙ୍ଗଳବାରରେ ହନୁମାନଙ୍କୁ  ବୁନ୍ଦୀ ପ୍ରସାଦ ଅର୍ପଣ ହୋଇଥାଏ ଏବଂ କେଉଁ ସବୁ ସଫଳତା ମିଳିଥାଏ

0

ସପ୍ତାହ ର ମଙ୍ଗଳବାର ଦିନ ଟି ହନୁମାନ ଙ୍କୁ ସମର୍ପିତ ଅଟେ, ମଙ୍ଗଳବାର ଦିନ ବଜରଙ୍ଗବାଲି ଙ୍କୁ ପୂଜା ବିଧି ଅନୁସାରେ କରାଯିବା ଦ୍ୱାରା ଜୀବନ ର ସମସ୍ତ କଷ୍ଟ ଦୂର ହୋଇଥାଏ l ଜୀବନ ରେ ସକାରାତ୍ମକ ଶକ୍ତିର ସଂଚାର ହୋଇଥାଏ, ସଂକଟମୋଚନ ହନୁମାନ ନିଜ ଭକ୍ତର ସମସ୍ତ ସଙ୍କଟ ଦୂର କରିଥାଆନ୍ତି l

ପ୍ରଭୁ ଶ୍ରୀରାମ ଙ୍କ ପରିବାର ସହିତ କରନ୍ତୁ ହନୁମାନ ଙ୍କ ପୂଜା –
ଧାର୍ମିକ ମାନ୍ୟତା ଅନୁସାରେ ଯଦି ମଙ୍ଗଳବାର ଦିନ ଶ୍ରୀରାମ ଙ୍କ ପରିବାର ସହିତ ହନୁମାନ ଙ୍କ ପୂଜାର୍ଚନା କରାଯାଇଥାଏ ଘର ପରିବାର ରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ l ଏବଂ ଘରର ନକାରାତ୍ମକ ଶକ୍ତି ଦୂର ହୋଇଥାଏ l

ହନୁମାନ ଙ୍କ ନିକଟରେ ରାମରକ୍ଷା ସ୍ତୋତ୍ର ପାଠ ର ମହତ୍ୱ –
ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରିବା ସମୟରେ ରାମରକ୍ଷା ସ୍ତୋତ୍ର ପାଠ କରନ୍ତୁ , ଏହାଦ୍ୱାରା ପ୍ରଭୁ ହନୁମାନ ଙ୍କ କୃପାପ୍ରାପ୍ତି ହେବ, ବିଗିଡ଼ିଥିବା କାମ ମଧ୍ୟ ସୁରୁଖୁରୁ ରେ ହୋଇଯିବ l ମାନ୍ୟତା ରହିଛି ଯେ କୌଣସି ବ୍ୟକ୍ତି ଯଦି ରାମରକ୍ଷା ସ୍ତୋତ୍ର ନିୟମିତ ପାଠ କରିଥାଏ ତେବେ ତା ଜୀବନ ରେ ଆର୍ଥିକ ଦୁଃଖ ଦୂର ହୋଇଥାଏ l

କାହିଁକି ମହାବୀର ଙ୍କୁ ବୁନ୍ଦୀ ପ୍ରସାଦ ମଙ୍ଗଳବାର ଦିନ କରାଯାଇ ଥାଏ –
ମାନ୍ୟତା ଅନୁସାରେ ମହାବୀର ହନୁମାନ ଙ୍କର ମିଠା ହଳଦିଆ ବସ୍ତୁ ଖୁବ ପ୍ରିୟ, ଏବଂ ଯେଉଁ ବ୍ୟକ୍ତି ମଙ୍ଗଳବାର ଦିନ ବୁନ୍ଦୀ ଲଡୁ କୁ ପ୍ରସାଦ ଭାବରେ ତାଙ୍କ ନିକଟରେ ଅର୍ପଣ କରିଥାଏ ତାର ଜୀବନ ର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ l  ଏବଂ ସାଧକ ଜୀବନ ରେ ନକାରାତ୍ମକ ଶକ୍ତି ର ବିନାଶ ହୋଇଥାଏ l ଏହାଛଡା କ୍ୟାରିଅର ରେ ସଫଳତା ପ୍ରାପ୍ତି ହୋଇଥାଏ l

ହନୁମାନ ଚାଳିଶl ମଙ୍ଗଳବାର ରେ ପାଠ କରନ୍ତୁ –
ପ୍ରତି ମଙ୍ଗଳବାର ଦିନ ହନୁମାନ ଙ୍କ ସମୁଖରେ ରାଶି ତେଲରେ ଦୀପ ଜଳାଇ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ସାଧକ ର ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ, ଏବଂ ଆର୍ଥିକ ସ୍ଥିତି ସୁଧୁରି ଯାଇଥାଏ l

ନାଲି ବସ୍ତ୍ର ଧାରଣ କରନ୍ତୁ –
ହନୁମାନଙ୍କ ର ନାଲିବସ୍ତ୍ର ଖୁବ ପ୍ରିୟ ଅଟେ, ତେଣୁ ମଙ୍ଗଳବାର ରେ ହନୁମାନ ଙ୍କୁ ପୂଜା କରିବା ସମୟ ରେ ନାଲି ରଙ୍ଗର ବସ୍ତ୍ର ଧାରଣ କରନ୍ତୁ, ଏହାଦ୍ୱାରା ଜୀବନ ରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ଏବଂ ସାଧକ ଙ୍କ ଜୀବନ ସୁଖମୟ ହୋଇଥାଏ l

Nalco
Leave A Reply