Odisha news

ହନୁମାନ ଯଦି ଅସନ୍ତୁଷ୍ଟ ହୋଇ ଥାଆନ୍ତି ତେବେ ମିଳିଥାଏ ଏହିସବୁ ସଂକେତ

0

ମହାବୀର ହନୁମାନ ପ୍ରଭୁ ଶ୍ରୀରାଙ୍କର ଜଣେ ଅନନ୍ୟ ଭକ୍ତ ଅଟନ୍ତି l ତାଙ୍କର କୃପା ଦୃଷ୍ଟି ଦ୍ୱାରା ଭକ୍ତଙ୍କର ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ ଏବଂ ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ l ହନୁମାନଙ୍କର ଯାହା ଉପରେ କୃପା ଦୃଷ୍ଟି ରହିଥାଏ ତାର ଜୀବନରେ ସମସ୍ତ କଷ୍ଟ ଦୂର ହୋଇଥାଏ l ଏବଂ ଜୀବନରେ ପଜିଟିଭ ଏନର୍ଜି ରହିଥାଏ l

ମହାବୀର ହନୁମାନ ସନ୍ତୁଷ୍ଟ ହେବା ଦ୍ୱାରା ଶୁଭଫଳ ଯେପରି ପ୍ରାପ୍ତ ହୋଇଥାଏ ସେହିଭଳି ଅସନ୍ତୁଷ୍ଟ ହେଲେ କିଛିଟା ସଂକେତ ମଧ୍ୟ ପ୍ରାପ୍ତି ହୋଇଥାଏ l ଆଜି ସେହି ସଂକେତ ବିଷୟରେ ଜାଣିବା l

– ମଙ୍ଗଳବାର ଦିନଟି ହନୁମାନଙ୍କୁ ସମର୍ପିତ ଅଟେ , ତେଣୁ ଏହିଦିନ କିଛିବି ଭୁଲ କାର୍ଯ୍ୟ କରିବା ଉଚିତ ନୁହେଁ l ଏପରି କରିବା ଦ୍ୱାରା ହନୁମାନ ଅସନ୍ତୁଷ୍ଟ ହୋଇ ଥାଆନ୍ତି l

– ମଙ୍ଗଳବାରରେ ହନୁମାନ ଚାଳିଶା ପାଠ ସାଧାରଣ ଭାବରେ ଆମେ ପାଠ କରିଥାଉ , ଏହାକୁ ପାଠ କରିବା ସମୟରେ କିଛିଟା ନିୟମ କୁ ଧ୍ୟାନ ଦେବା ନିହାତି ଜରୁରୀ l ଏହି ନିୟମକୁ ନ ମାନିଲେ ହନୁମାନ ଅସନ୍ତୁଷ୍ଟ ହୋଇ ଥାଆନ୍ତି l ଏହି ସମୟରେ ପର ନିନ୍ଦା ଶୁଣିବା କିମ୍ବା ପର ଚିନ୍ତା କରିବା ଉଚିତ ନୁହେଁ l

– ମଙ୍ଗଳବାର ଦିନ କାହାକୁ ପଇସା ଉଦ୍ଧାର ଆକାରରେ ଦେବା ଉଚିତ ନୁହେଁ l ଏପରି କରିବା ଦ୍ୱାରା ଘରେ ଆର୍ଥିକ ଅସୁବିଧା ଦେଖା ଦେଇଥାଏ l

– ହନୁମାନଙ୍କ ନିକଟରେ ମଙ୍ଗଳବାର ଦିନ ଦୁଗ୍ଧରେ ପ୍ରସ୍ତୁତ ଜିନିଷ ପ୍ରସାଦ ଭାବରେ ଅର୍ପଣ କରନ୍ତୁ ନାହିଁ l ଏପରି କରିବା ଦ୍ୱାରା ହନୁମାନ ଅସନ୍ତୁଷ୍ଟ ହୋଇ ଥାଆନ୍ତି l ଏହିଦିନ ଗୋଟା ଫଳ ହନୁମାନ ଙ୍କୁ ଅର୍ପଣ କରନ୍ତୁ l

– ଯଦି ନିଜ ସ୍ୱପ୍ନରେ କ୍ରୋଧରେ ଥିବା ମାଙ୍କଡ଼ ଦେଖୁଛନ୍ତି ତେବେ ଏହାର ଅର୍ଥ ହନୁମାନ ତୁମ ଉପରେ ଅସନ୍ତୁଷ୍ଟ ଅଛନ୍ତି l ଏହା ଦେଖିବା ମାତ୍ରକେ ହନୁମାନଙ୍କୁ ପ୍ରାର୍ଥନା କରନ୍ତୁ l

Leave A Reply