ରାମ ଭକ୍ତ ହନୁମାନ ପୂଜା ପାଇଁ ମଙ୍ଗଳବାର ଦିନଟି ଉଦ୍ଧିଷ୍ଟ , ଏହିଦିନ ହନୁମାନଙ୍କୁ ପୂଜା କରିବା ଦ୍ୱାରା ହନୁମାନ ଖୁବ ଶୀଘ୍ର ସନ୍ତୁଷ୍ଟ ହୋଇ ଥାଆନ୍ତି l ଏହି କାରଣରୁ ମଙ୍ଗଳବାର ଦିନ ହନୁମାନ ଙ୍କୁ ପୂଜାର୍ଚନା କରାଯାଇ ଥାଏ l ହନୁମାନ ଙ୍କୁ କଳିଯୁଗ ର ଜୀବନ୍ତ ଦେବତା ବୋଲି କୁହାଯାଇ ଥାଏ l ତେଣୁ ମଙ୍ଗଳବାର ଦିନ ଟି ହନୁମାନ ଙ୍କ ପାଇଁ ସମ୍ପୂର୍ଣ ଉଦ୍ଧିଷ୍ଟ ଅଟେ l କିନ୍ତୁ ମଙ୍ଗଳବାର ଦିନ ଏଭଳି ୫ଟି କାର୍ଯ୍ୟ ରହିଛି ଯାହାକୁ କରିବା ଦ୍ୱାରା ହନୁମାନ ଅସନ୍ତୁଷ୍ଟ ହୋଇ ଥାଆନ୍ତି l
* ମଙ୍ଗଳବାର ଦିନ ଭୁଲ ରେ ମଧ୍ୟ କରନ୍ତୁ ନାହିଁ ଏହି ୫ଟି କାମ –
– ଯଦି ଆପଣ ମଙ୍ଗଳବାର ଦିନ ହନୁମାନ ଙ୍କ ନିକଟରେ ବ୍ରତ କରୁଛନ୍ତି ତେବେ ଏହିଦିନ ଭୁଲ ରେ ମଧ୍ୟ ଖାଆନ୍ତୁ ନାହିଁ ଲୁଣ ଯୁକ୍ତ ଖାଦ୍ୟ l ଏହିଦିନ ଲୁଣ ଯୁକ୍ତ ଭୋଜନ କରିବା ଦ୍ୱାରା କାର୍ଯ୍ୟ ରେ ବାଧା ଆସିଥାଏ ଏବଂ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ l
– ଯଦି ଆପଣ ମଙ୍ଗଳବାର ବ୍ରତ କରୁଛନ୍ତି ତେବେ ତାମସିକ ଭୋଜନ ରୁ ନିବୃତ ରୁହନ୍ତୁ କିମ୍ବା ଆପଣଙ୍କ ପରିବାର ରେ ଯଦି କେହି ତାମସିକ ଭୋଜ କରି ଥାଆନ୍ତି ତେବେ ହନୁମାନ ଅସନ୍ତୁଷ୍ଟ ହୋଇ ଥାଆନ୍ତି l ଏବଂ ଜୀବନ ରେ ବିଭିନ୍ନ ଅସୁବିଧା ଦେଖା ଯାଇଥାଏ l
– ମଙ୍ଗଳବାର ଦିନ କଦାପି ଧନ ସମ୍ବନ୍ଧିତ କୌଣସି ଲେନଦେନ କରନ୍ତୁ ନାହିଁ l ଯଦି ଆପଣ ଏହିଦିନ କାହାକୁ ପଇସା ଉଦ୍ଧାର ଦେଉଛନ୍ତି କିମ୍ବା ନେଉଛନ୍ତି ତେବେ ଏହା ଆପଣଙ୍କୁ ଦରିଦ୍ର କରିପାରେ l ଏବଂ ଏହିଦିନ ପଇସା ଉଧାର ଦେଉଥିଲେ ଫେରି ପରିବାର ସମ୍ଭାବନା ମଧ୍ୟ ନଥାଏ l
– ମଙ୍ଗଳବାର ଦିନ ଆପଣ କଦାପି ଲୁହା ଓ ଏବଂ କଳା ରଙ୍ଗର ବସ୍ତ୍ର କିଣନ୍ତୁ ନାହିଁ, ଏପରି କରିବା ଦ୍ୱାରା ଜୀବନ ଉପରେ ଅଶୁଭ ପ୍ରଭାବ ପଡିଥାଏ l କାହିଁକି ନା ଏଭଳି ଜିନିଷ ହନୁମାନଙ୍କ ସମ୍ବନ୍ଧିତ ବସ୍ତୁ ନୁହେଁ l
– ସଧବା ନାରୀ ମାନେ କଦାପି ମଙ୍ଗଳବାର ଦିନ ଶଙ୍ଖା ସିନ୍ଦୁର ଇତ୍ୟାଦି କିଣନ୍ତୁ ନାହିଁ, କିମ୍ବା ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ ମଧ୍ୟ କିଣିବା ଉଚିତ ନୁହେଁ l ଏହା ବୈବାହିକ ଜୀବନ ରେ ଅଶୁଭ ଫଳ ପ୍ରଦାନ କରିଥାଏ l ଏବଂ ଜୀବନ ସାଥୀ ଙ୍କ ସହିତ ବିବାଦ ଦେଖା ଦେଇଥାଏ l