Odisha news

ଆଜି ମଙ୍ଗଳବାର ହନୁମାନଙ୍କ ନିକଟରେ କରନ୍ତୁ ଏହି ମହା ଉପାୟ, ସମସ୍ତ ମନସ୍କାମନା ପୁର୍ଣ ହେବ

0
ମଙ୍ଗଳବାର ଦିନଟି ହେଉଛି ମହାବୀର ଙ୍କ ବାର l ମାନ୍ୟତା ରହିଛି ଏହିଦିନ ହନୁମାନଙ୍କୁ ପୂଜା କରିବା ଦ୍ୱାରା ଜିବନର ସମସ୍ତ ସଙ୍କଟ ଦୂର ହୋଇଥାଏ l କାରଣ ମହାବୀରଙ୍କ ସଂକଟମୋଚନ ବୋଲି କୁହାଯାଇଥାଏ l ତେଣୁ ସେ ସମସ୍ତଙ୍କ ଜୀବନର ସମସ୍ତ ଦୁଃଖକଷ୍ଟ କୁ ଦୂର କରିଥାଆନ୍ତି l ଶାସ୍ତ୍ରର ମାନ୍ୟତା ଅନୁସାରେ ଯେଉଁ ବ୍ୟକ୍ତି ହନୁମାନଙ୍କ ନିକଟରେ ୨୧ ଟି ମଙ୍ଗଳବାର ବ୍ରତ କରିଥାଏ ତାର ସମସ୍ତ ଦୁଃଖକଷ୍ଟ, ଶାରୀରିକ ଯନ୍ତ୍ରଣା, ମାନସିକ କଷ୍ଟ ଦୂର ହୋଇଥାଏ l
* ମଙ୍ଗଳବାର ଦିନ ମହାବୀରଙ୍କ ନିକଟରେ ତୁଳସୀ ଓ ବେଲପତ୍ର ଅର୍ପଣ କରିବା ଦ୍ୱାରା ଶତ୍ରୁନାଶ ହୋଇଥାଏ l ଏହିଦିନ ମନ୍ଦିର ଯାଇ ରାମ ନାମ ଜପ କରିବା ଆବଶ୍ୟକ l ଯାହାଦ୍ୱାରା ଆପଣଙ୍କ ଜିବନର ସମସ୍ତ ବିପଦ ଦୁରେଇ ଯିବ l
* ମଙ୍ଗଳବାର ଦିନ ଜୀବଜନ୍ତୁ ଙ୍କ ସେବା କରିବା ଖୁବ ଶୁଭ ଅଟେ l ଏହିଦିନ ଆପଣ ଯେ କୌଣସି ବୁଲା ଜୀବଙ୍କୁ ଭୋଜନ କରାଇ ପାଣି ପିଆନ୍ତୁ l ଏପରି କରିବା ଦ୍ୱାରା ହନୁମାନଙ୍କ କୃପାରୁ ଆପଣଙ୍କ ଘରେ ଅନ୍ନ ର ଅଭାବ ରହିବ ନାହିଁ l
* ମଙ୍ଗଳବାର ଦିନ ମହାବୀରଙ୍କ ନିକଟରେ ନାଲି ରଙ୍ଗର ବସ୍ତ୍ର ଅର୍ପଣ କରନ୍ତୁ l ଏହିଦିନ ସୁନ୍ଦରାକାଣ୍ଡ ପାଠ କରିବା ଦ୍ୱାରା ବଜରଙ୍ଗବାଲି ଙ୍କ କୃପା ପ୍ରାପ୍ତ ହୋଇଥାଏ ଓ ଜୀବନରୁ ସମସ୍ତ ବିପଦ ଦୂର ହୋଇ ଯାଇଥାଏ l
* ମଙ୍ଗଳବାର ଦିନ ରାମରକ୍ଷା ସ୍ତୋତ୍ର ପାଠ କରନ୍ତୁ ଓ ହନୁମାନଙ୍କ ନିକଟରେ ଗୁଡ଼ ଓ ଚଣା ପ୍ରସାଦ ଅର୍ପଣ କରିବା ଦ୍ୱାରା ଵ୍ୟଵସ୍ୟ ରେ ସମସ୍ତ ସମସ୍ୟା ଦୂର ହୋଇଥାଏ l ଏହି ପ୍ରାସାଦକୁ ଘରର ସମସ୍ତ ସଦସ୍ୟଙ୍କୁ ବାଣ୍ଟିବା ଉଚିତ l
*ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ଉନ୍ନତି ପାଇଁ ମଙ୍ଗଳବାର ଦିନ ବରଗଛ କୁ ପୂଜା କରିବା ଖୁବ ଶୁଭ ଅଟେ l ବରଗଛକୁ ପୂଜା କରିବା ଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ l ବରଗଛରେ ଖଣ୍ଡିଏ ନାଲି ସୁତା ବାନ୍ଧିଦେବେ ପରା ଦିନ ସେହି ନାଲି ସୂତାକୁ ମହାବୀରଙ୍କ ନାଁ ନେଇ ନିଜ ହାତରେ ବାନ୍ଧିବାକୁ ଭୁଲିବେ ନାହିଁ l
Leave A Reply