ମଙ୍ଗଳବାର ଦିନ ହନୁମାନଙ୍କ ନିକଟରେ କରନ୍ତୁ ଏହି ଭଳି ପୂଜା ବିଧି : ସନ୍ତାନ ମାନଙ୍କର ଜୀବନରେ ଉନ୍ନତି ହେବା ସହିତ ମିଳିବ ଆପଣଙ୍କୁ ସଫଳତା
ହନୁମାନଙ୍କ ପାଇଁ ମଙ୍ଗବାର ଓ ଶନିବାର ଦୁଇଟିରେ ପୂଜା କରାଯାଇଥାଏ । ମଙ୍ଗଳବାର ଦିନ ହନୁମାନଙ୍କୁ ପୂଜା କରାଯାଉଥିବାରୁ ତାଙ୍କୁ ମଙ୍ଗଳ ମୂର୍ତ୍ତି ବୋଲି କୁହାଯାଏ । ଶାସ୍ତ୍ରରେ କୁହାଯାଇଛି ମଙ୍ଗଳବାର ଦିନ ସଙ୍କଟମୋଚନଙ୍କୁ ପୂଜା କରିବା ଦ୍ୱାରା ଘରର ସମସ୍ତ ବିପର୍ତି ଓ ସଙ୍କଟ ଦୂର ହୋଇଥାଏ । ଯଦି ଆପଣଙ୍କ ଜୀବନରେ ବିଭିନ୍ନ ସମସ୍ୟା ଦେଖା ଯାଉଛି ତେବେ ଆପଣ ଗୋଟିଏ ଘିଅ ଦୀପ ହନୁମାନଙ୍କ ନିକଟରେ ମଙ୍ଗଳବାର ଦିନ ଜଳାନ୍ତୁ,ଦେଖିବେ ଆପଣଙ୍କ ଜୀବନରୁ ସମସ୍ତ ସଙ୍କଟ ଦୂର ହୋଇଯିବ ।
* ମଙ୍ଗଳବାର ଦିନ ଯଦି ଆପଣ କୌଣସି ବିଶେଷ କାମରେ ବାହାରକୁ ଯାଉଛନ୍ତି ତେବେ ଗାଈକୁ ରୁଟି ଖୁଆନ୍ତୁ ଯଦି ସମ୍ଭବ ହୁଏ ଗୋ ମାତାଙ୍କୁ ପୂଜା କରି ତାଙ୍କର ଆଶୀର୍ବାଦ ନେଇ ନିଜ କାମରେ ଯାଆନ୍ତୁ ।
*। ମଙ୍ଗଳବାର ଦିନ ଗୋଟିଏ ପିତଳ ଗଡୁରେ ଜଳ ଭରି ସେଥିରେ ତୁଳସୀ ବେଲପତ୍ର ସହିତ ସିନ୍ଦୂର ଦେଇ ବାଗଗଛ ନିକଟରେ ହନୁମାନଙ୍କୁ ସମର୍ପଣ କରି ଧାଳନ୍ତୁ ଦେଖିବେ ଆପଣଙ୍କର ପଡ଼ି ରହିଥିବା ଧନ ଫେରି ପାଇବେ ।
* ମଙ୍ଗଳବାର ଦିନ ଯଦି ଆପଣଙ୍କର ସନ୍ତାନ ସମ୍ପତି ମାନେ ତାଙ୍କର ପାଠପଢ଼ା ସମ୍ବର୍ଦ୍ଧିତ କିମ୍ବା ଚାକିରି ସମ୍ବଧୀୟ କାମରେ ବାହାରକୁ ଯାଉଛନ୍ତି ତେବେ ହନୁମାନଙ୍କ ଚନ୍ଦନ ଓ ସିନ୍ଦୂର ତାଙ୍କ ମଥାରେ ଦିଅନ୍ତୁ । ଦେଖିବେ ସେ ନିଜ କାର୍ଯ୍ୟରେ ଜୟଯୁକ୍ତ ହେବେ ।
* ଘରର ଆଗ୍ନେୟ କୋଣରେ ଆପଣ ଗୋଟିଏ ପତ୍ରରେ ହନୁମାନଙ୍କ ପାଇଁ କିଛି ମିଠା ଜିନିଷ ସମର୍ପଣ କରି ବାହାରେ ଗାଈକୁ ଦିଅନ୍ତୁ । ଏହା ଦ୍ବାରା ଆପଣଙ୍କ ଜୀବନରେ ସଫଳତା ଲାଭ କରିବେ ।
* ଏହି ଦିନ ମଙ୍ଗଳ ଦୋଷରୁ ରକ୍ଷା ପାଇବା ପାଇଁ ହନୁମାନଙ୍କୁ ଆରାଧନା କରିବା ସହିତ ହନୁମାନ ଚାଳିଶା ପାଠ କରନ୍ତୁ । ତା ସହିତ କୌଣସି ଦାରିଦ୍ର୍ୟକୁ ବସ୍ତ୍ର ,ଚିନି ଓ ଦହି ଦାନ ଦିଅନ୍ତୁ ,ଜୀବନରେ ପଡ଼ି ରହିଥିବା ସମସ୍ତ କାର୍ଯ୍ୟ ସହଜରେ ହୋଇଯିବ ଏବଂ ଶାନ୍ତି ପାଇବେ ।
