ଆପଣ ଆଗରୁ ହଳଦୀର ବିଭିନ୍ନ ଉପଚାର ବିଷୟରେ ପଢ଼ିଛନ୍ତି ଏବଂ ଜାଣିଛନ୍ତି । ଏହାକୁ ଖାଦ୍ୟରେ ବ୍ୟବହାର କରିବା ସହିତ ବିଭିନ୍ନ ପ୍ରକାରର ଓଷଧୀୟ ଗୁଣରେ ମଧ୍ୟ ପ୍ରୟୋଗ କରାଯାଏ ବୋଲି ଆମେ ସେଥିରେ ସମସ୍ତେ ଅବଗତ । ହଳଦୀ ଆମ ଶରୀରରେ ଥିବା ରକ୍ତ କୋଡ଼ିକ ଗୁଡ଼ିକୁ ଦୃତଗତିରେ ନିର୍ମାଣ କରିବା ସହିତ ନଷ୍ଟ ହେବାରୁ ରକ୍ଷା କରିଥାଏ ।କିନ୍ତୁ ନିକଟରେ ଏକ ଗବେଷଣା ହଳଦୀ ପାଣି ଉପରେ କରାଯାଇଛି । ଏହି ଗବେଷଣାରେ ଜଣାପଡିଛି ଯେ ଗ୍ରୀଷ୍ମ ଋତୁରେ ହଳଦୀ ପାଣି ଆମ ଶରୀର ପାଇଁ ଅତ୍ୟନ୍ତ ହିତକର ଅଟେ ।ଆସନ୍ତୁ ଜାଣିବା ଗ୍ରୀଷ୍ମ ଋତୁରେ ହଳଦୀ ପାଣିର ବ୍ୟବହାର ଦ୍ବାରା ଶରୀରକୁ କେଇଁସବୁ ଲାଭ ମିଳିବ ।।
* ଗରମ ଦିନରେ ବିଶେଷ ଭାବରେ ଆମର ପାଚନ କ୍ରିୟା ପ୍ରଭାବିତ ହୋଇଥାଏ । ଯେଉଁ କାରଣରୁ ଖାଦ୍ୟ ସହଜରେ ହଜମ ହୋଇ ନଥାଏ ଓ ଏସିଡିଟି ଗ୍ୟାସ୍ ଭଳି ସମସ୍ୟା ଦେଖା ଦେଇଥାଏ ।ଏହି ସମୟରେ ଆମେ ହଳଦୀ କୁ ପାଣିରେ ଫୁଟାଇ ଛାଣିକି ପିଇବା ଦ୍ବାରା ପାଚନ ପ୍ରକ୍ରିୟା ସୁସ୍ଥ ରହିଥାଏ ।
* ଗ୍ରୀଷ୍ମ ଋତୁରେ ବିଭିନ୍ନ ପ୍ରକାରର ତ୍ୱଚାର ସଂକ୍ରମଣ ଦେଖା ଦେଇଥାଏ।କାରଣ ଏହି ସମୟରେ ଅଧିକ ଝାଳ ବାହାରି ଶରୀରରେ ଏଲାର୍ଜି ସୃଷ୍ଟି ହୋଇଥାଏ । ଆମେ ହଳଦୀ ପାଣି ପିଇବା ଦ୍ବାରା ଏହା ପ୍ରାକୃତିକ ଭାବରେ ଆମର ରକ୍ତକୁ ସଫା କରିଥାଏ ।ଏଥିରେ ଥିବା ରେଡିକୁଲର ତ୍ଵଚକୁ ସୁସ୍ଥ ରଖେ ଏବଂ ସଂକ୍ରମଣ ଦୂର ହୋଇଯାଏ।
* ବର୍ତ୍ତମାନ ସାରା ବିଶ୍ୱରେ କରୋନା ମହାମାରୀର ଦ୍ୱିତୀୟ ଲହରୀ କାୟା ବିସ୍ତାର କରିଛି । ଗବେଷକ ମାନଙ୍କ ମତରେ ହଳଦୀର ରେ ଆଣ୍ଟୀବ୍ୟାକ୍ଟେରିଆ ଓ ଆଣ୍ଟୀଭାଇରସ ଥିବା କାରଣରୁ ଏହା ଆମ ରୋଗ ପ୍ରତିରୋଧ କ୍ଷମତାକୁ ବଢାଇ ଥାଏ । ହଳଦୀ ପାଣି ଫୁଟାଇବା ପରେ ସେଥିରେ କିଛି ମାତ୍ରାରେ ଗୋଲ ମରିଚ ଗୁଣ୍ଡ ଏବଂ ଲେମ୍ବୁ ମିଶାଇ ସେବନ କରିବା ଦ୍ବାରା ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ ।
* ଗ୍ରୀଷ୍ମ ଋତୁରେ କୋଲେଷ୍ଟ୍ରଲ କମ କରିବା ପାଇଁ ହଳଦୀ ପାଣି ସାହାଯ୍ୟ କରିଥାଏ । ହଳଦୀ ପାଣି କୋଲେଷ୍ଟ୍ରାଲକୁ ଠିକ୍ କରିବା ସହିତ ହୃଦ୍ଘାତ ଜନିତ ସମସ୍ୟାକୁ ଏଡାଇ ଦେଇଥାଏ ।ତ ସହିତ ରକ୍ତଚାପ ମଧ୍ୟ ନିୟନ୍ତ୍ରଣ କରିଥାଏ ।
