ବର୍ଷାଋତୁରେ ସଂକ୍ରମଣ ଜନିତ ରୋଗର ସମସ୍ୟା ଅଧିକ ବଢ଼ିଯାଇ ଥାଏ l କାରଣ ଏହି ଋତୁରେ ବ୍ୟାକ୍ଟେରିଆ ଓ ଭାଇରସ ବୃଦ୍ଧି ହେବାର ଅନୁକୂଳ ବାତାବରଣ ହୋଇଥାଏ l ଆମେ ଅନ୍ୟ ଋତୁ ଅପେକ୍ଷା ବର୍ଷା ଋତୁରେ ନିଜ ଶରୀର ପ୍ରତି ଅଧିକ ସତର୍କ ରହିବା ଜରୁରୀ l ଏପରି କିଛି ଜିନିଷ ରହିଛି ଯାହାକୁ ଛୁଇଁବା ଦ୍ୱାରା ନିହାତି ହାତ ଧୋଇବା ଆବଶ୍ୟକ, କାହିଁକି ନା ଆମେ ଏହିସବୁ ଜିନିଷ କୁ ଅଣଦେଖା କରି ଦେଇଥାଉ l
– ଟଙ୍କା ଓ ମୁଦ୍ରା :
କୋଭିଡ ସଂକ୍ରମଣ ପରେ ଅଧିକାଂଶ ଲୋକ ବିଭିନ୍ନ ସଂକ୍ରମଣ ଜନିତ ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ଥିବାର ଆମେ ଦେଖୁଛୁ , ବିଶେଷ ଭାବରେ ହାତରେ ଯଦି ଆମେ ପଇସା କିମ୍ବା ଟଙ୍କା ଧରୁଛୁ ତେବେ ଅଣଦେଖା କରି ହାତ ଧୋଉ ନାହୁଁ, ଯେଉଁ କାରଣରୁ ଗମ୍ଭୀର ସଂକ୍ରମଣ ରେ ସଂକ୍ରମିତ ହେଉଛୁ l ତେଣୁ ପଇସା ହାତରେ ଧରିଲେ ନିହାତି ହାତ ଧୋଇବା ଜରୁରୀ ଅଟେ l
– ପୋଷା ଜୀବଜନ୍ତୁ :
ପ୍ରାୟ ଅଧିକାଂଶ ଲୋକଙ୍କ ଘରେ ପୋଷା ଜୀବଜନ୍ତୁ କୁକୁର, ବିଲେଇ, ଗାଈ, ଠେକୁଆ ଇତ୍ୟାଦି ରହିଥାଆନ୍ତି l ଆମେ ସେମାନଙ୍କୁ ସ୍ନେହ ପରବଶ ହୋଇ ହାତରେ ଧରି ଆଉଁସି ଥାଉ, କିନ୍ତୁ ହାତ ଧୋଇ ନଥାଉ l ଯାହାର ପରିଣାମ ସ୍ୱରୂପ ସଂକ୍ରମଣ ହୋଇଥାଏ l
– ଆପଣଙ୍କ ଫୋନ :
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆପଣଙ୍କ ଫୋନ ରେ ଟଏଲେଟ ସିଟ ରେ ଥିବା ଭଳି ବ୍ୟାକ୍ଟେରିଆ ରହିଛନ୍ତି l ତେଣୁ ଦିନକୁ ୨ଥର ଫୋନ କୁ ସାନିଟାଈଜ କରିବା ଜରୁରୀ l ତେଣୁ ଖାଇବା ସମୟରେ ନିହାତି ହାତ ଧୁଅନ୍ତୁ l
– ଘରର ଚାବି ପେନ୍ଥା :
ଘରର ଓ ଗାଡିର ଚାବି ଦ୍ୱାରା ଇନଫେକ୍ସନ ହେବାର ଅଧିକ ସମ୍ଭାବନା ରହିଥାଏ l କିନ୍ତୁ ଏହି ସବୁ ଜିନିଷ ଗୁଡିକୁ ସଫା କରିବାକୁ ଆମେ ଧ୍ୟାନ ଦେବା ଆବଶ୍ୟକ l ଆମେ ବିଶେଷ ଭାବରେ ଆଧାର କାର୍ଡ, ଏଟିଏମ କାର୍ଡ, ପ୍ୟାନ କାର୍ଡ କୁ ସମସ୍ତ ସ୍ଥାନରେ ବ୍ୟବହାର କରିଥାଉ ଓ ତାହାକୁ ସିଧାସଳଖ ପାକେଟ ରେ ପୁରାଇ ଦେଉ ଯାହାକି ଆମ ପାଇଁ ସଂକ୍ରମଣ ସମସ୍ୟା ସୃଷ୍ଟି କରେ l
– ସପିଙ୍ଗ କରିବା ଦ୍ୱାରା :
ଆମେ ସପିଙ୍ଗ କରିବାକୁ ଯେବେବି ବଜାରକୁ ଯାଇଥାଉ କିମ୍ବା ସେଠାରେ ବିଭିନ୍ନ ଜିନିଷ କୁ ହାତରେ ସ୍ପର୍ଶ କରୁ ଯାହାକି ଆମପାଇଁ ସମସ୍ୟା ସୃଷ୍ଟି କରେ l ଆମେ ସେଇ ହାତରେ ଯେ କୌଣସି ଖାଇବା ଜିନିଷକୁ ଖାଇଥାଉ ମଧ୍ୟ l ଏହାଦ୍ୱାରା ଶରୀରରେ ସଂକ୍ରମଣ ହୋଇଥାଏ l ତେଣୁ ଯଦି କିଛି ଖାଉଛନ୍ତି ତେବେ ପ୍ରଥମେ ହାତ ଧୋଇ ଖାଆନ୍ତୁ l