ନୁ୍ୟୟର୍କ,୧୭ା୮(ଏଜେନ୍ସି): ବିଶ୍ୱର ଦୁଇ ନମ୍ବର ମହିଳା ଟେନିସ୍ ଖେଳାଳି ରୋମାନିଆର ସିମୋନା ହାଲେପ ଗ୍ରାଣ୍ଡସ୍ଲାମ ଟେନିସ୍ ଟୁର୍ଣ୍ଣାମେଣ୍ଟ ୟୁଏସ୍ ଓପନରୁ ଓହରି ଯାଇଛନ୍ତି । କରୋନା ମହାମାରୀ କାରଣରୁ ହାଲେପ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ନାହିଁ ବୋଲି ସୋମବାର ସ୍ପଷ୍ଟ କରିଛନ୍ତି । ବିଶ୍ୱ ର୍ୟାଙ୍କିଙ୍ଗର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରୁ ୬ଜଣ ହାଲେପଙ୍କ ସମେତ ବିଶ୍ୱର ଏକ ନମ୍ବର ଖେଳାଳି ଆସଲେ ବର୍ଟି, ଡିଫେଣ୍ଡିଂ ଚାମ୍ପିଅନ ବିଅସ୍କା ଆନ୍ଦ୍ରେସ୍କୁ, ଏଲିନା ଭିଟୋଲିନା, କିକି ବର୍ଟେନ୍ସ ଏବଂ ବେଲିଣ୍ଡା ବେନକିକ୍ ପ୍ରମୁଖ ଏଥର ୟୁଏସ୍ ଓପନରେ ଅଂଶଗ୍ରହଣ କରିବେ ନାହିଁ । କରୋନା ଭୟାବହତା କାରଣରୁ ହାଲେପ୍ ନୁ୍ୟୟର୍କ ଯିବେ ନାହିଁ ବୋଲି ଟ୍ୱିଟରେ ଲେଖିଛନ୍ତି । ମୁଁ ଜାଣେ ୟୁଏସଟିଏ ଏବଂ ଡବ୍ଲì୍ୟଟିଏ ପକ୍ଷରୁ ପ୍ରତିଯୋଗିତା ଆୟୋଜନ ପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତଥାପି ସ୍ୱାସ୍ଥ୍ୟ ପ୍ରତି ମୋର ପ୍ରଥମ ପ୍ରାଥମିକତା ରହିବ । ଗତ ସପ୍ତାହରେ ପ୍ରଗୁ୍ୟ ଓପନରେ ୨୮ ବର୍ଷିୟ ହାଲେପ ଅଂଶଗ୍ରହଣ କରିଥିଲେ । ଆମେରିକା କରୋନା ଭାଇରସର ହଟସ୍ପଟ୍ ସାଜିଛି । ପାଖାପାଖି ୫.୪ ମିଲିୟନ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧୭୦,୦୦୦ ହଜାରଙ୍କ
ଜୀବନ ଯାଇ ସାରିଛି । ଆଗାମୀ ୩୧ ତାରିଖରୁ ୟୁଏସ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି ।
Next Post