Odisha news

ହଳଦୀ ପାଣି ରେ ଲେମ୍ବୁ ମିଶାଇ ପିଅନ୍ତୁ ଓ ଗଣ୍ଠି ଯନ୍ତ୍ରଣା ରୁ ଆରାମ ପାଆନ୍ତୁ

ହଳଦୀର ଗୁଣ ବିଷୟରେ ସମସ୍ତେ ଜାଣିଛନ୍ତି । ଭାରତୀୟ ରୋଷେଇ ଘରେ ମିଳୁଥିବା ଏହି ହଳଦୀର ବ୍ୟବହାର ଅନେକ ପ୍ରକାରରେ ହୋଇଥାଏ । ଏଥିରେ ଅନେକ ଔଷଧୀୟ ଗୁଣ ରହିଛି । ଯାହା ଉଭୟ ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ହିତକର । ହଳଦୀ ବିନା କୌଣସି ରୋଷେଇ ଭାରତୀୟ ବ୍ୟଞ୍ଜନରେ ସମ୍ଭବ ନୁହେଁ । ଏହା ସହିତ ଏଥିରେ ଥିବା ତତ୍ତ୍ଵ ଶରୀରରୁ ବିଷାକ୍ତ ପଦାର୍ଥ କୁ ବାହାର କରିଥାଏ । ତା ସହିତ ଶରୀରରେ ରକ୍ତକୁ ସଫା ରଖିବା ସହ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇ ଥାଏ । ସେହିଭଳି ଲେମ୍ବୁ ମଧ୍ୟ ଆମ ଶରୀର ପାଇଁ ଖୁବ୍ ହିତକର । ଲେମ୍ବୁ ଆମ ଶରୀରକୁ ସତେଜତା ଦେବା ସହିତ ଭିଟାମିନ ସି ଥିବା କାରଣରୁ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇ ଥାଏ ।

ହଳଦୀ ଓ ଲେମ୍ବୁ ପାଣି ପ୍ରସ୍ତୁତ କରିବାର ବିଧି –
ଆପଣ ଗୋଟିଏ ପାତ୍ରରେ ଏକ ଗ୍ଲାସ୍ ପାଣି ନିଅନ୍ତୁ । ସେହି ପାଣିରେ କଞ୍ଚା ହଳଦୀ ବଟା କିମ୍ବା ଗୁଣ୍ଡ ହଳଦୀ ଗୋଟିଏ ଚାମଚ୍ ପକାନ୍ତୁ । ଏହାପରେ ତାକୁ ୫ ମିନିଟ୍ ଫୁଟାନ୍ତୁ । ଯେପରି ପାଣିରୁ ହଳଦୀ ବାସ୍ନା ଆସିବ । ଏହାପରେ ଏହାକୁ ଛାଣି ଦିଅନ୍ତୁ । ଏଥିରେ ଏକ ଚାମଚ୍ ଲେମ୍ବୁ ରସ ମିଶାନ୍ତୁ ଓ ଏକ ଚାମଚ୍ ମହୁ ମିଶାଇ ଉଷୁମ ଉଷୁମ ପିଅନ୍ତୁ ।
କଣ ହୁଏ ଲାଭ –
* ଗଣ୍ଠି ଯନ୍ତ୍ରଣା ରୁ ଆରାମ – ଆଜିକାଲି ଗଣ୍ଠି ଯନ୍ତ୍ରଣା ଗୋଟିଏ ସାଧାରଣ ସମସ୍ୟା । ଏହି ଯନ୍ତ୍ରଣା ରୁ ଆରାମ ଦେବ ହଳଦୀ ଓ ଲେମ୍ବୁ ପାଣି । ଉଭୟ ରେ ଥିବା ଆଣ୍ଟି ଅକ୍ସୀ ଡେଣ୍ଟ ଗୁଣ ଯନ୍ତ୍ରଣା କୁ କମାଇବ ।
* ମୋଟା ପଣ ଦୂର କରେ – ଏହାକୁ ଆପଣ ସବୁଦିନ ସକାଳୁ ଖାଲି ପେଟରେ ଉଷୁମ୍ ଉଷୁମ୍ ପିଇଲେ ମୋଟା ପଣ ଦୁର ହୋଇଥାଏ ।
* କ୍ୟାନ୍ସର ପ୍ରତିରୋଧକ – ଏହି ଦୁଇଟି ଜିନିଷରେ ଆଣ୍ଟି ଇମ୍ଫ୍ଳା ମେଟରୀ ଓ ଆଣ୍ଟି ଆକ୍ସିଡ଼ାଣ୍ଟ ଗୁଣ ରହିଥିବା କାରଣରୁ କ୍ୟାନସର ପ୍ରତିରୋଧକ କ୍ଷମତା ରହିଛି ।
* ପାଚନ ପ୍ରକ୍ରିୟା ସହିତ ଲିଭର ସୁସ୍ଥ ରୁହେ – ଲେମ୍ବୁ ହଳଦୀ ପାଣି ଆମ ଶରୀର ରୁ ବିଷାକ୍ତ ପଦାର୍ଥ କୁ ବାହାର କରିଥାଏ । ଆମ ଲିଭର କୁ ସୁସ୍ଥ ରଖେ । ଗ୍ୟାସ୍ ଏସିଡିଟି କୋଷ୍ଠ କଠୀନ୍ୟ ସମସ୍ୟା ଇତ୍ୟାଦି ଠିକ୍ ହୋଇଥାଏ ।

Comments are closed.