Odisha news

ଏନକାଉଣ୍ଟର ସ୍ଥଳରୁ ମିଳିଲା ୨ଟି ଖୋକା

ବାଲେଶ୍ବର: ଗ୍ୟାଙ୍ଗଷ୍ଟର ହାଇଦରକୁ ପୋଲିସ ଏନକାଉଣ୍ଟର କରିଥିବା ସିମୁଳିଆର ଘଟଣାସ୍ଥଳରେ ପହଂଚିଛି ସାଇଂଟିଫିକ ଟିମ୍। ଛାନଭିନ ବେଳେ ଘଟଣାସ୍ଥଳରୁ ମିଳଛି ୨ଟି ଖୋକା। ଅର୍ଥାତ ଗୁଳି ଫୁଟିବା ପରେ ଏହାର ଖୋଳ ଘଟଣାସ୍ଥଳରେ ପଡ଼ିଥିଲା ।
ତେବେ ଆଉ କିଛି ଖୋକା ପଡ଼ିଛି କି ନାହିଁ ସେନେଇ ଛାନଭିନ କରୁଛି ସାଇଂଟିଫିକ୍ ଟିମ୍। ଘଟଣାସ୍ଥଳରେ ଏସଡିପିଓଙ୍କ ସହ ସାଇଂଟିଫିକ ଟିମ ପହଂଚି ଜୋରଦାର ତଲାସି ଚଳାଇଛନ୍ତି। ଗତକାଲି ଠିକ୍ ଏହି ସ୍ଥାନରେ କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ ପୁଲିସ ଏନକାଉଣ୍ଟର କରିଥିଲା। ଆଜି ହାଇଦରର ଶବ ବ୍ୟବଚ୍ଛେଦ ହେବ। ଶବ ବ୍ୟବଚ୍ଛେଦ ସରିବା ପରେ ପରିବାର ସଦସ୍ୟଙ୍କୁ ହାଇଦରର ମୃତ ଶରୀର ହସ୍ତାନ୍ତର କରାଯାଇପାରେ।

Comments are closed.