Odisha news

କାହିଁକି ରାତିରେ କେଶ କଟାଯାଏ ନାହିଁ କଣ ରହିଛି ଏହା ପଛରେ ଧାର୍ମିକ ଓ ବୈଜ୍ଞାନିକ କାରଣ

0
ଆମ ହିନ୍ଦୁଧର୍ମ ଅନେକ ଗୁଡିଏ ନିୟମରେ ପରିବେଷ୍ଟିତ l ସେହି ନିୟମ ମାନଙ୍କ ମଧ୍ୟରୁ ଗୋଟିଏ ନିୟମ ହେଉଛି ରାତିରେ ଚୁଟି କାଟିବା ମନା l କାରଣ ସୂର୍ଯ୍ୟାସ୍ତ ପରେ ଅନେକ ଗୁଡିକ କାର୍ଯ୍ୟ କରିବା ପାଇଁ ବରଂ କରାଯାଇ ଥାଏ l ଯାହାକୁ କରିବା ଦ୍ୱାରା ଅଶୁଭ ସଂକେତ ଭାବରେ ଗ୍ରହଣ କରାଯାଇ ଥାଏ l
ମାନ୍ୟତା ଅନୁସାରେ ସୂର୍ଯ୍ୟାସ୍ତ ପରେ କେଶ କାଟିବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି l ଆସନ୍ତୁ ଜାଣିବା ସୂର୍ଯ୍ୟାସ୍ତ ପରେ କେଶ କାଟିବା ର ବୈଜ୍ଞାନିକ ଓ ଧାର୍ମିକ କାରଣ କଣ ରହିଛି l
*କଣ ରହିଛି ଧାର୍ମିକ ମାନ୍ୟତା:-
ଶାସ୍ତ୍ର ଅନୁସାରେ ରାତି ସମୟରେ ଚୁଟି କାଟିବା ଅଶୁଭ ଅଟେ । ଶାସ୍ତ୍ର ରେ ଏହି କଥାକୁ ଦର୍ଶା ଯାଇଛି । ରାତ୍ରୀ ସମୟରେ କେଶ କାଟିବା ଦ୍ଵାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି । କାରଣ ସନ୍ଧ୍ୟା ସମୟରେ ମା ଲକ୍ଷ୍ମୀଙ୍କ ର ଗୃହରେ ବାସ ହୋଇଥାଏ । ମାନ୍ୟତା ରହିଛି ଯେ ମା ଲକ୍ଷ୍ମୀ ସୁଖ ଓ ସମୃଦ୍ଧି ଦେବା ପାଇଁ ଏହି ସମୟରେ ଗୃହରେ ବାସ କରି ଥାଆନ୍ତି । ତେଣୁ ସୂର୍ଯ୍ୟାସ୍ତ ପରେ କେଶ କାଟିବା ଉଚିତ୍ ନୁହେଁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ପରେ କେଶ କାଟିବା ଦ୍ଵାରା ଗୃହରେ କଳହ ଦେଖା ଦେଇଥାଏ ଓ ଜୀବନ ଅଶାନ୍ତ ହୋଇ ଯାଇଥାଏ ।
* କଣ ରହିଛି ବୈଜ୍ଞାନିକ କାରଣ -:
ରାତ୍ରୀ ସମୟରେ କିମ୍ବା ସୂର୍ଯ୍ୟାସ୍ତ ପରେ କେଶ କାଟିବା ଠିକ୍ ନୁହେଁ ବୋଲି ବୈଜ୍ଞାନିକ ମାନେ ମତ ଦେଇଛନ୍ତି । କାରଣ ଆଗ କାଳରେ ସୂର୍ଯ୍ୟାସ୍ତ ପରେ କେଶ କାଟିବା ଦ୍ଵାରା ଅନ୍ଧାର କାରଣରୁ କଇଁଚି ବା ଖୁର ବାଜିବାର ସମ୍ଭାବନା ରହିଥିଲା । ଏହାଛଡା ଆମେ କେଶ କାଟିବା ପରେ ମୁଣ୍ଡ ଧୋଇ ଥାଉ । ଯାହାକି ରାତିରେ କରିବା ଉଚିତ୍ ନୁହେଁ। ସୂର୍ଯ୍ୟାସ୍ତ ପରେ ମୁଣ୍ଡ ଧୋଇବା ଦ୍ୱାରା ଶରୀର ଅସୁସ୍ଥ ହୋଇଥାଏ ଓ ସର୍ଦ୍ଦି ଥଣ୍ଡା ଇତ୍ୟାଦି ଦେଖା ଯାଇଥାଏ ।
Leave A Reply