ହିନ୍ଦୁ ଧର୍ମରେ ମନ୍ତ୍ର ପାଠ କରିବାର ବିଶେଷ ମହତ୍ୱ ରହିଥାଏ l କିଛିଟା ମନ୍ତ୍ର ଏଭଳି ରହିଥାଏ ଯାହାକି ମଣିଷର ଗତିପଥ ବଦଳାଇ ଦେଇଥାଏ l ମଣିଷ ଈଶ୍ୱର ବିଶ୍ୱାସୀ ହେବା ଭଲ, କିନ୍ତୁ ତତ ସହିତ ସତକର୍ମ , ସତ ଚିନ୍ତା, ସତ ମାର୍ଗରେ ପରିଚାଳିତ ହେବା ନିହାତି ଜରୁରୀ ଅଟେ l
ନିୟମିତ ଭାବରେ ଏପରି କିଛି ମନ୍ତ୍ର ରହିଛି ଯାହାକୁ କି ଆମେ ଜପ କରିବା ଆବଶ୍ୟକ l ଯାହାଦ୍ୱାରା ଶତ୍ରୁ ଭୟ, ଉତେଜନା, ଶାରୀରିକ ପୀଡା, ଅନିଦ୍ରା ସମସ୍ୟା ଦୂର ହୋଇଥାଏ l ତେବେ ଆସନ୍ତୁ ଜାଣିବା ସେହି ମନ୍ତ୍ର ଗୁଡିକ କଣ l
* ପ୍ରତିଦିନ ଗାଧୋଇ ସାରି ସକାଳୁ ଓ ରାତିରେ ଶୋଇବା ସମୟ ପୂର୍ବରୁ ଏହି ମନ୍ତ୍ରଟି ଜପ କରନ୍ତୁ ‘ ହର ହର ମୁକୁନ୍ଦେ ‘ ଏହାକୁ ଜପ କରିବା ଦ୍ୱାରା ଶତ୍ରୁ ବାଧା ରୁ ମୁକ୍ତି ମିଳିଥାଏ l ପ୍ରତିଦିନ ଏହି ମନ୍ତ୍ରକୁ ୫୧ ଥର ଜପ କରିବା ମନ ଶାନ୍ତ ରହିଥାଏ ଓ ସମସ୍ତ ଅସୁବିଧା ମଧ୍ୟ ଦୂର ହୋଇଥାଏ l
* ‘ ଓଂ ସା ତା ନା ମା ‘ – ଅନେକ ସମୟରେ ମାନସିକ ଚିନ୍ତା କାରଣରୁ ନିଦ ଆସି ନଥାଏ l ତେଣୁ ଏହି ମନ୍ତ୍ର ଜପ କରିବା ଦ୍ୱାରା ମାନସିକ ଚାପ ଦୂର ହୋଇ ମସ୍ତିଷ୍କ ଶାନ୍ତ ହୋଇଥାଏ, ଯେଉଁ କାରଣରୁ ନିଦ ଠିକ ଭାବରେ ଆସିଥାଏ l
* ‘ ଓଁ ଭୂର୍ଭୁବ ସ୍ଵ ତତ୍ ସବିର୍ତୁଙ୍ଗ ବରେଣ୍ୟ ଭର୍ଗୋ ଦେବ ସ୍ୟଧି ମହି ଧିୟୋଜନ ପ୍ରଚୋଦୟାତ୍ ‘ – ଗାୟତ୍ରୀ ମନ୍ତ୍ରରେ ଏଭଳି ଶକ୍ତି ରହିଥାଏ ସମସ୍ତ ଖରାପ ଶକ୍ତିକୁ ଆପଣଙ୍କ ନିକଟରୁ ଦୁରେଇ ଦେଇଥାଏ l ତେଣୁ ଆପଣଙ୍କ ଚତୁର୍ପାଶ୍ୱ ରୁ ନକାରାତ୍ମକ ଶକ୍ତିକୁ ଦୂରେଇବା ପାଇଁ ଏହି ମନ୍ତ୍ର ଟିକୁ ଜପ କରନ୍ତୁ l
* ‘ ଅଚ୍ୟୁତାନନ୍ଦ ଗୋବିନ୍ଦ ନମୋଚାରଣ ଭେସଜାତ , ନଶ୍ୟନ୍ତି ସକଳା ରଗା ସତ୍ୟଂ ସତ୍ୟଂ ବଦାମ୍ୟହଂ l ‘ – ମାନସିକ ଚାପ ସହିତ ଅନିଦ୍ରା ସମସ୍ୟା ଦୂର କରିଥାଏ ଏହି ମନ୍ତ୍ର l ଏହାକୁ ଆପଣ ରାତି ସମୟରେ ପାଠ କରିବା ଦ୍ୱାରା ଅନିଦ୍ରା ସମସ୍ୟା ଦୂର ହୋଇଥାଏ l
* ହନୁମାନଙ୍କ ଶାବର ମନ୍ତ୍ର ଗୋଟିଏ ଶକ୍ତିଶାଳୀ ମନ୍ତ୍ର ଅଟେ l ତେଣୁ ଏହାକୁ ନିୟମିତ୍ତ ପାଠ କରିବା ଖୁବ ପ୍ରଭାବଶାଳୀ ଅଟେ l ତେଣୁ ଏହାକୁ ପ୍ରତିଦିନ ସ୍ନାନ ପରେ ପାଠ କରିବା ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ, ସମସ୍ତ ସମସ୍ୟା ଦୂର ହୋଇଥାଏ l