ପାଟି ସୁଆଦିଆ ବିରିୟାନୀ ହେଉ କିମ୍ବା ଖିରି ,ଯଦି ଗୁଜୁରାତି ଟିକେ ନପଡିଲା ତାହାଲେ ତାର ସ୍ୱାଦ ବଢ଼େନାହିଁ l ଚା କୁ ସୁଗନ୍ଧ ଯୁକ୍ତ କରିବା ପାଇଁ ଗୁଜୁରାତିର ବ୍ୟବହାର କରାଯାଏ l ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେଯେ ଏହି ସୁଗନ୍ଧିତ ଗୁଜୁରାତି ଅନେକ ଔଷଧୀୟ ଗୁଣରେ ମଧ୍ୟ ପରିପୂର୍ଣ l ତାର ଏହି ଔଷଧୀୟ ଗୁଣ ଯୋଗୁ ଆୟୁର୍ବେଦରେ ଅନେକ ରୋଗର ଉପଚାର ପାଇଁ ଗୁଜୁରାତିର ବ୍ୟବହାର କରାଯାଏ l ଗୁଜୁରାତି ମୁଖ୍ୟତଃ ଦୁଇ ପ୍ରକାରର ଦେଖାଯାଇଥାଏ ,ଗୋଟିଏ ହେଲା ସବୁଜ ରଙ୍ଗର ଗୁଜୁରାତି ଓ ଅନ୍ୟଟି ହେଲା କଲା ରଙ୍ଗର ଯାହାକୁ ଆମେ ଅଳେଇଚ କହିଥାଉ l ଗୁଜୁରାତି ଭାରତରୁ ବିଦେଶକୁ ରପ୍ତାନି କରାଯାଏ l ଗୁଜୁରାତିର ବୈଜ୍ଞାନିକ ନାମ ହେଲା ଏଲେଟେରିୟା କାର୍ଡ଼lମୋମ l ଗୁଜୁରାତିର ଚାଷ ହିମାଚଳ ପ୍ରଦେଶର ପୂର୍ବ ଭାଗରେ କରାଯାଏ l
* ଏଞ୍ଜେଈଟି ପାଇଁ ଲାଭଦାୟକ -ଏଞ୍ଜେଈଟି ସମସ୍ୟା ଆଜିକାଲି ଏକ ସାଧାରଣ ସମସ୍ୟା l ଏହି ସମସ୍ୟାରୁ ଯଦି ନିଜକୁ ଦୁରେଇ ରଖିବାକୁ ଚାହୁଁଛନ୍ତି ତେବେ ଗୁଜୁରାତି ଖାଇବା ଦ୍ୱାରା ଲାଭ ମିଳିଥାଏ l NCBI ଦ୍ୱାରା ପ୍ରକାଶିତ ସୂଚନା ଅନୁସାରେ ଗୁଜୁରାତି ଚିନ୍ତା ଓ ମାନସିକ ଉତ୍ପୀଡନକୁ କମ କରିବାରେ ସହାୟକ ହୋଇଥାଏ l ମାନସିକ ଦୁଶ୍ଚିନ୍ତାରେ ବିବ୍ରତ ରହୁଥିବା ବ୍ୟକ୍ତି ମାନେ ଗୁଜୁରାତି ଖାଇବା ଦ୍ୱାରା ଲାଭ ମିଳିଥାଏ l
* ମୁଖ ଗହ୍ୱରକୁ ସୁସ୍ଥ ରଖେ -ମୁଖ ଗହ୍ୱରକୁ ସୁସ୍ଥ ରଖିବା ପାଇଁ ଗୁଜୁରାତିର ବ୍ୟବହାର ଲାଭଦାୟକ l ଡେଣ୍ଟାଲ ରିସର୍ଚ ଜର୍ଣ୍ଣାଲ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ ଗୁଜୁରାତି ମଞ୍ଜିର ତେଲରେ ଆଣ୍ଟିସେପ୍ଟିକ ରହିଛି l ଏହି ଆଣ୍ଟିସେପ୍ଟିକ ପ୍ରଭାବରୁ ମୁଖ ଗହ୍ୱରର ଦୁର୍ଗନ୍ଧ ବଢାଉଥିବା ଜୀବାଣୁ ମାନେ ନଷ୍ଟ ହୋଇଯାଇଥାନ୍ତି l ଏହି ସବୁ ଜୀବଣୁଠାରୁ ଗୁଜୁରାତି ତେଲ ମୁଖ ଗହ୍ୱରକୁ ସୁରକ୍ଷିତ ରଖିଥାଏ l ତେଣୁ ଗୁଜୁରାତି ଖାଇବା ଶରୀର ପାଖେ ହିତକର l
* ହ୍ୱିକ୍କା ଅଟକାଇବ ଗୁଜୁରାତି -ହ୍ୱିକ୍କା ସମସ୍ୟା ପାଇଁ ମଧ୍ୟ ଗୁଜୁରାତି ଗୁଣ୍ଡ ଲାଭଦାୟକ ହୋଇଥାଏ l ଏକ ଗବେଷଣାରୁ ଜଣ ଯାଇଛି ଯେ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସହିତ ହ୍ୱିକ୍କାକୁ ଅଟକାଇବା ପାଇଁ ଗୁଜୁରାତି ଗୁଣ୍ଡ ସକ୍ଷମ ହୋଇଥାଏ l ଆୟୁର୍ବେଦରେ ଗୁଜୁରାତିକୁ ଏଲା କୁହାଯାଏ l ଆୟୁର୍ବେଦ ହ୍ୱିକ୍କା ହେଉଥିଲେ ଗୁଜୁରାତି ଗୁଣ୍ଡ କିମ୍ବା ଗୁଜୁରାତି ମଞ୍ଜି ଖାଇବାପାଇଁ ପରାମର୍ଶ ଦେଇଥାଏ l ଏଠାରେ ଆମେ ଆପଣଙ୍କୁ ସୂଚନା ଦେଉଛୁ ଯେ ହ୍ୱିକ୍କା ହେବ ଗୋଟିଏ ରୋଗ ନୁହେଁ ,କେତେବେଳେ କେମିତି ଲଗାତାର ଭାବରେ ହ୍ୱିକ୍କା ହୋଇ ବ୍ୟସ୍ତ ଲାଗିଥାଏ l ସେତେବେଳେ ଆପଣ ଗୁଜୁରାତିର ବ୍ୟବହାର କରି ପାରିବେ l
* ଭୋକ ବଢ଼ାଇବାରେ ସାହାଯ୍ୟ କରେ -ଗୁଜୁରାତି ସହିତ ବଡ ଅଳେଇଚ ମଧ୍ୟ ଦେହ ପାଇଁ ହିତକର l ଗୁଜୁରାତିରେ ଷ୍ଟୋମୈକିକ ଗୁଣ ଥିବା ହେତୁ ଏହା ପାଚନ କ୍ରିୟାକୁ ସୁସ୍ଥ ରଖିବା ସହିତ ଭୋକ ମଧ୍ୟ ବଢ଼ାଇଥାଏ l ବିଶେଷଜ୍ଞନ ମାନଙ୍କ ମତରେ ଯେଉଁ ଲୋକ ମାନଙ୍କୁ ଭୋକ ଲାଗୁନାହିଁ ସେମାନେ ଗୁଜୁରାତିର ବ୍ୟବହାର କରି ପାରିବେ l ଗୁଜୁରାତି କୁ ରାତିରେ ପାଣିରେ ଫୁଟାଇ ରଖିଦିଅନ୍ତୁ ଓ ସକାଳୁ ସେହି ପାଣିକୁ ଖାଲି ପେଟରେ ପିଅନ୍ତୁ l ଏହା ଦ୍ୱାରା ଗ୍ୟାସ ସମସ୍ୟାରୁ ଦୁରେଇ ରହିବ ସହିତ ଭୋକ ମଧ୍ୟ ଲାଗିବ l
ସ୍ମରଣ ଶକ୍ତି ବଢ଼ାଇଥାଏ – ଆମେ ବଡ ଗୁଜୁରାତି କୁ ଅଳେଇଚ କହିଥାଉ ,ଅଳେଇଚ ମଧ୍ୟ ମଣିଷ ଶରୀର ପାଇଁ ହିତକର l NCBI ର ପ୍ରକାଶିତ ଅଧୟନ ଅନୁସାରେ ଅଳେଇଚରେ ଔଷଧୀୟ ଗୁଣ ରହିଛି ,ଯାହା ସ୍ମରଣ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ l ଅଳେଇଚର ବ୍ୟବହାର କ୍ଷୀର ସାହାଯ୍ୟରେ କରି ପାରିବେ l ପରୀକ୍ଷା ସମୟରେ ଖିରରେ ଅଳେଇଚ ଗୁଣ୍ଡ ପକାଇ ପିଇବା ଦ୍ୱାରା ଫୁର୍ତି ଲାଗିବ ସହିତ ସ୍ମରଣ ଶକ୍ତି ମଧ୍ୟ ବଢ଼ାଇଥାଏ l