ପାରାଦୀପ୍ – 80 ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ପାରାଦୀପ୍ ର ସିଟି ଆଣ୍ଡ ଜୀଏସଟି ଏନଫୋର୍ସମେଣ୍ଟ ଇଉନିଟ ର ଅଧିକାରୀ | ସମ୍ପୃକ୍ତ ଅଧିକାରୀ ଚିତ୍ତରଞ୍ଜନ ମହାନ୍ତି ଆଜି ଜୈନିକ ବ୍ୟକ୍ତି ଙ୍କର ଜବତ ଡକ୍ୟୁମେଣ୍ଟ ଦେବା ଓ ତାଙ୍କର କେଶ୍ କ୍ଲୋଜ୍ କରିବାକୁ ଏହି ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି | ତାଙ୍କଠାରୁ ଉକ୍ତ 80 ହଜାର ଟଙ୍କା ମଧ୍ଯ ଜବତ କରାଯାଇଛି | ଏହି ଘଟଣା ପରେ ଚିତରଞ୍ଜନ ଙ୍କର କେନ୍ଦ୍ରାପଡା ର ପୈତୃକ ଘର କପିଳେଶ୍ଵର ଗ୍ରାମରେ , ପାରାଦୀପ୍ ଅଫିସ ସମେତ କଟକ ସିଡିଏ ତିନୋଟି ଜାଗାରେ ଚଢାଉ କରାଯାଇ ବିଭିନ୍ନ କାଗଜପତ୍ର ମଧ୍ଯ ଜବତ କରାଯାଇଛି | ପାରାଦୀପ୍ ଅଫିସ କାର୍ଯ୍ୟାଳୟ ରେ ଥିବା ଆଲମାରୀ ରୁ ଆହୁରି ମଧ୍ଯ ଏକ ଲକ୍ଷ୍ୟ ଟଙ୍କା ଭିଜିଲାନ୍ସକୁ ମିଳିଥିବା ଜଣାପଡ଼ଛି |ଏହି ଘଟଣାକୁ ନେଇ କଟକ ଭିଜିଲାନ୍ସ କେସ୍ ନମ୍ବର 4 ରେ ଏକ ମାମଲା ମଧ୍ଯ ରୁଜୁ ହୋଇଛି |
