ପାରାଦୀପ୍ – ପାରାଦ୍ବୀପ ମେରାଇନ ରୋଡ଼ ସ୍ଥିତ ବିଜୁ ମୈଦାନ ରେ ଏକ ଭିନ୍ନ ପ୍ରକାରର ମହିଳା ସୌଚାଳୟ ଆଜି ସନ୍ଧ୍ୟାରେ ଜେଏସଡବ୍ଲ୍ୟୁ ପକ୍ଷ୍ୟରୁ ଉଦଘାଟିତ ହୋଇଯାଇଛି | ପାରାଦୀପ ପୋର୍ଟ ଅଧ୍ୟକ୍ଷ ଶ୍ରୀ ପି. ଏଲ. ହରନାଦଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଏହି ସୌଚାଳୟ ଏକ ପୁରୁଣା ବସ୍ ରେ କରାଯାଇଥିବା ଓ ଏହାକୁ ଅତି ଆଧୁନିକ ଭାବରେ ନିର୍ମାଣ କରାଯାଇଥିବା ଜଣାପଡିଛି l ଉଦ୍ଘାଟନ ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ପାରାଦୀପ ପୋର୍ଟ ଉପଧାକ୍ଷ ଶ୍ରୀ ଆଶିଷ କୁମାର ବୋଷ , l ଜେଏସଡବ୍ଲ୍ୟୁ ପିଟିପିଏଲ୍ ୟୁନିଟ ମୁଖ୍ୟ ଶ୍ରୀ ମନୀଷ ଗୁପ୍ତା,ଜେଏସଡବ୍ଲୁ ଇନଫ୍ରାର ମାନବ ସମ୍ବଳ ମୁଖ୍ୟ ଡଃ ଏନ୍ ସୁରେଶ କୁମାର, ଏହାର ଓଡିଶା ମୁଖ୍ୟ ଶ୍ରୀ ପ୍ରଶାନ୍ତ ବିଶ୍ୱାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।ଉକ୍ତ ବସ୍ ରେ ତିନୋଟି ଭାରତୀୟ ଶୈଳୀ ଓ ଏକଟି ପଶ୍ଚିମ ଶୈଳୀ ଶୌଚାଳୟ, ଛୋଟ ଶିଶୁ ମାନଙ୍କ ପାଇଁ ଏକ ବେବି ଡାଇପର ବଦଳାଇବା ସ୍ଥାନ, ସାନିଟାରୀ ପ୍ୟାଡ଼ ଭେଣ୍ଡିଙ୍ଗ ମେସିନ, ହାତ ସଫାକରିବା ପାଇଁ ଦୁଇଟି ବେସିନ ର ବ୍ୟବସ୍ଥା କରାଯାଇଛି l
ପରିବେଶ ସୁରକ୍ଷାକୁ ଧ୍ୟାନରେ ରଖି ଏଥିରେ ଏକ ବ୍ୟର୍ଯ୍ୟ ପରିଚାଳନା ୟୁନିଟ ସ୍ଥାପନ କରାଯାଇଛି l ଶୌଚାଳୟର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାଇତ୍ୱ ସ୍ଥାନୀୟ ମହିଳା ଗୋଷ୍ଠୀକୁ ପ୍ରଦାନ କରାଯାଇଅଛି l ଏହାର ସ୍ଥାୟୀତ୍ୱ ନିମନ୍ତେ ଏଥିସହ ଏକ କାଫେ ସଂଲଗ୍ନ କରାଯାଇଛି, ଯାହାକି ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ନିମନ୍ତେ ଆବଶ୍ୟକୀୟ ଅର୍ଥ ଯୋଗାଡ କରିବାରେ ସାହାଯ୍ୟ କରିବ ଓ ଏହାକୁ ଏକ ସ୍ୱୟଂ ପରିଚାଳିତ ଉଦ୍ୟୋଗ ଏବଂ ଏକ ସ୍ଥାୟୀ ପରିମଳ ମଡେଲ ମାଇକ୍ରୋ ଏଣ୍ଟରପ୍ରାଇଜ୍ ଭାବରେ ସ୍ଥାପନ କରିବ l ଏହି ୟୁନିଟ୍ ମହିଳା ଏବଂ ବାଳିକାମାନଙ୍କ ପାଇଁ ମାଗଣାରେ ସୁରକ୍ଷିତ ଏବଂ ପରିଷ୍କାର ଶୌଚାଳୟ ସୁବିଧା ସହିତ ସାନିଟାରୀ ନାପକିନ ପ୍ୟାଡ଼ ସୁଲଭ ମୂଲ୍ୟରେ ଯୋଗାଇଦେବ l ଏଥିରେ ଥିବା ଏକ ଛୋଟ କାଫେ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ସୁଲଭ ମୂଲ୍ୟରେ ସ୍ନାକ୍ସ, ଚା, କଫି, ଆୟୁର୍ବେଦିକ ଚା, କୋଲଡ଼ କଫି, ଫଳ ରସ, ପଇଡ ପାଣି, ଆଖୁ ରସ ସହିତ ଉତ୍ତମ କ୍ୱାଲିଟିର ଫାଷ୍ଟ ଫୂଡ଼ ଉପଲବ୍ଧ କରିବ l
