Odisha news

କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାନ୍ତାଳୀ ଲେଖକ ଲକ୍ଷ୍ମଣ କିସ୍କୁଙ୍କୁ ସମ୍ବର୍ଦ୍ଧନା

0

ବାରିପଦା  : କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ନୂଆଦିଲ୍ଲୀ ଦ୍ୱାରା ସାନ୍ତାଳୀ ଲେଖକ ଲକ୍ଷ୍ମଣ କିସ୍କୁ ତାଙ୍କର ରଚିତ ପୁସ୍ତକ ‘ମେରମ୍ ଗୁପି ଦିନ୍ (ଅନୁବାଦିତ)’ ପାଇଁ ପୁରସ୍କୃତ ହୋଇଛନ୍ତି । ଏହି ଉପଲକ୍ଷେ ଶ୍ରୀ କିସ୍କୁଙ୍କୁ ସର୍ବଭାରତୀୟ ସାନ୍ତାଳୀ ଯୁବ ଲେଖକ ସଂଘ ଓଡିଶା ଶାଖା ପକ୍ଷରୁ ବାରିପଦା ପୂର୍ଣ୍ଣଚନ୍ଦ୍ର ଶିଳ୍ପ ତାଲିମ ଅନୁଷ୍ଠାନ ଠାରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ସଂଘର ଉପସଭାପତି ହାଜାମ୍ ବାସ୍କେ, ଅନୁଷ୍ଠାନର ଅଧ୍ୟକ୍ଷ କାନ୍ଦନ ମାଝୀ, ଦୁର୍ନୀତି ନିବାରଣ ଅଧିକାରୀ ଦଶରଥ ହେମ୍ବ୍ରମ୍, ଅଧ୍ୟାପକ ଲକ୍ଷ୍ମଣ ବାସ୍କେ, ଦୁଖୁ ମାର୍ଣ୍ଡି, ମଦନ ହେମ୍ବ୍ରମ୍, ଶ୍ରୀରାମ ଟୁଡୁ, ଦୁର୍ଗା ସୋରେନ, ଫୁଲମଣି ମୁର୍ମୁ ଓ ସୀତାମଣି ହାଁସଦା ଏବଂ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷକ ମାଙ୍ଗାତ୍ ମୁର୍ମୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

Nalco
Leave A Reply